ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଙ୍କ ମୋହନଗିରି ସ୍ଥିତ ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନ

ଭବାନୀପାଟଣା :- ଆଜି ପଶ୍ଚିମ ଓଡିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ନର୍ଲା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମଦନପୁର ରାମପୁର ବ୍ଲକ ମୋହନଗିରି ସ୍ଥିତ ଷଷ୍ଠ ଶତାବ୍ଦୀର ଐତିହାସିକ ଧବଳେଶ୍ଵର ଶୈବପୀଠ ପରିଦର୍ଶନ କରିଥିଲେ। ତାଙ୍କ ସହିତ ଶିକ୍ଷାବିତ ଡ଼ଃ ଅଜୟ ମିଶ୍ର ମଧ୍ୟ ଯୋଗଦେଇ ମନ୍ଦିର ପରିଚାଳନା କମିଟି ସଭାପତି ଏବଂ ସଦସ୍ୟ ମାନଙ୍କ ସହିତ ଆଲୋଚନା କରିଥିଲେ। ଶିବ ମନ୍ଦିର କମିଟି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ୫ଟି ସଚିବଙ୍କୁ ମନ୍ଦିର ଉନ୍ନତିକରଣ ପାଇଁ ୨୦ଲକ୍ଷ ଟଙ୍କା ଅନୁଦାନ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ମନ୍ଦିରର ସର୍ବାଙ୍ଗୀନ ଉନ୍ନତି ଓ ରୁପାନ୍ତରିକରଣ ପ୍ରସ୍ତାବ ଉପରେ ପଦକ୍ଷେପ ନେବା ପାଇଁ ସହମତି ହୋଇଥିଲା। ବିଶେଷ କରି ମନ୍ଦିର ମୁଖଶାଳା ନିର୍ମାଣ, ପୋଖରୀ ଚାରିପଟେ ଚଲାପଥ ନିର୍ମାଣ, ପ୍ରମୋଦ ଉଦ୍ୟାନର ଉନ୍ନତିକରଣ, ପୁରାତନ କୀର୍ତ୍ତିରାଜିର ରକ୍ଷଣାବେକ୍ଷଣ ପାଇଁ ନୂତନ ସଂଗ୍ରହାଳୟର ପ୍ରତିଷ୍ଠା କରିବା, ମନ୍ଦିର ପାଚେରୀ ନିର୍ମାଣ, ସୋଲାର ଲାଇଟ୍ ବ୍ୟବସ୍ଥା, ନିକଟରେ ବୋହି ଯାଉଥିବା କାଳିଗଙ୍ଗା ନଦୀ ଉପରେ ପୋଲ ନିର୍ମାଣ, ବନ ବିହାର କେନ୍ଦ୍ର ପ୍ରତିଷ୍ଠା ଆଦି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଏକ ସ୍ବତନ୍ତ୍ର ଡିପିଆର ପ୍ରସ୍ତୁତ କରାଯାଇ ୫ଟି ସଚିବ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଓ ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗର ଦୃଷ୍ଟି ଆକର୍ଷଣ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି ଐତିହାସିକ ଶୈବପୀଠର ଉନ୍ନତି ହୋଇପାରିଲେ ଆହୁରି ଅଧିକ ପର୍ଯ୍ୟଟକ ଆକୃଷ୍ଟ ହେବାସହ ନର୍ଲା ନିର୍ବାଚନ ମଣ୍ଡଳୀର ବିକାଶ ହୋଇପାରିବ ବୋଲି ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଦସ୍ୟ ଶ୍ରୀ ଠାକୁର କହିଛନ୍ତି। ଏହି ବୈଠକରେ ମୋହନଗିରି ଧବଳେଶ୍ୱର ଶୈବପୀଠ ମନ୍ଦିର ସଭାପତି ପୂର୍ଣ୍ଣ ନନ୍ଦ ବଗର୍ତ୍ତି, ସମ୍ପାଦକ ଶ୍ରୀପତି ଭୋଇ, ମନ୍ଦିର ପୂଜକ ସିମାଞ୍ଚାଲ ଥନାପତି, ଲଳିତ ଥନାପତି, ମନ୍ଦିର ପରିଚାଳନା କମିଟି ସଦସ୍ୟ ଲକ୍ଷ୍ମୀକାନ୍ତ ବେହେରା, ପଞ୍ଚାନନ ସାହୁ, ସୁରସେନ୍ ପୁଟା, ଦିବାକର ସାହୁ, ଭୋଜରାଜ ଭୋଇ, ସୁବ୍ରତ କୁମାର ସାହୁ, ସୂର୍ଯ୍ୟନାରାୟଣ ସାହୁ, ବିଘ୍ନରାଜ ବିଶ୍ଵାଳ ଯୋଗିନ୍ଦ୍ର କାଲ ସାଏ ପ୍ରମୁଖ ଉପସ୍ଥିତ ଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଣପୁର ବ୍ଲକ ଅଧକ୍ଷ ଓ ଉପାଧକ୍ଷାଙ୍କ ନୂତନ କାର୍ଯ୍ୟାଳୟକୁ ପ୍ରବେଶ !!!

Sunil Chandra Nayak

ବନ୍ଧୁଗାଁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ 

masiha

ମାଦକ ଦ୍ରବ୍ୟ ବଦଳରେ ବିକଳ୍ପ ଫସଲ ଚାଷ ପାଇଁ ଗୁରୁତ୍ୱ 

Sunil Chandra Nayak

Leave a Comment

error: Content is protected !!