ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରଣ ଯନ୍ତା ପାଲଟିଛି କଣ୍ଟାମାଳ ଠାରୁ ବୋରିଗୁମ୍ମା ରାସ୍ତା

ଗୋଳାମୁଣ୍ଡା/29/8/ନିର୍ଭୟ/ନିରପେକ୍ଷ ମସିହା, // କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କୁହୂରା ପଞ୍ଚାୟତ ଅଧିନସ୍ତ କଣ୍ଟାମାଳ ଠାରୁ ବୋରିଗୁମ୍ମା ପଡାର ରାସ୍ତା ମରଣ ଯନ୍ତା ପାଲଟିଛି । ବର୍ଷାଋତୁରେ ଏହି ପଡାକୁ ଯିବା ଆସିବାରେ ବହୁ ସମସ୍ୟା ଦେଇ ଗତି କରୁଥିବା ବେଳେ ଛାତ୍ରଛାତ୍ରୀ କଣ୍ଟାମାଲ ମଧ୍ୟ ଇଂରାଜୀ ବିଦ୍ୟାଳୟକୁ ପାଠ ପଢିବାକୁ ଯାଇ ଅନେକ ଯନ୍ତ୍ରଣା ଭୋଗୁଥିବା ସ୍ଥାନୀୟ ଲୋକେ କହୁଛନ୍ତି । ଲୋକେ କହିବାନୁଯାଇ ଦୀର୍ଘ ୨୫ ବର୍ଷପୂର୍ବେ ଯେମିତି ଥିଲା ବର୍ତ୍ତମାନ ବି ସେହି ଅବସ୍ଥାରେ ଅଛି କୌଣସି ଉନ୍ନତି ହୋଇ ନ ଥିବା କହିଛନ୍ତି । ସରକାର ରାସ୍ତାଘାଟ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ଏହି ପଡାର ରାସ୍ତାପ୍ରତି ଯେଉଁ ଅଣଦେଖା କରାଯାଉଛି ବୋରିଗୁମା ପଡ଼ାବାସୀଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି । ଏହି ରାସ୍ତା ଦେଇ ପ୍ରତିଦିନ ଟ୍ରାକ୍ଟରରେ ଉଦନ୍ତୀ ନଦୀରୁ ବାଲି ଚାଲାଣ ହେଉଥିବାରୁ ରାସ୍ତା ଗୁଡିକ ଖାଲଢିପ ଦେଖାଯାଉଛି । ଏ ନେଇ ପୂର୍ବରୁ ଅନେକ ଥର ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ସୁଧାର ଆସି ପାରିନାହିଁ । ଏ ଉପରେ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ରାସ୍ତା କାମ କରିବାକୁ ପଡ଼ାବାସୀ ପକ୍ଷରୁ ଦାବି ହେଉଛି ।

ଗୋଲାମୁଣ୍ଡା ରୁ ରମକୁମାର ସେନାପତି ଙ୍କ ରିପୋର୍ଟ ପ୍ରଗତିଶିଲ ମସିହା

Related posts

ପିଡିଏସ ଚାଉଳ ଓ ଭତ୍ତା ଯୋଗାଣ ଦାବିରେ ପିଇଓଙ୍କୁ ତାଲା ପକାଇଲେ ଲଡୁଗାଁ ପଞ୍ଚାୟତ ହିତାଧିକାରୀ

masiha

କୋକସରା ମଣ୍ଡି ୩ ପଞ୍ଚାୟତର ଧାନ ବିକ୍ରି, ସ୍ଥାନ ଅଭାବରୁ ଚାଷିଙ୍କ ମଧ୍ୟରେ ଅସନ୍ତୋଷ

masiha

ଆଧ୍ୟାତ୍ମିକ ପତ୍ରିକା ପ୍ରୀତିର ପ୍ରୟାସ ର ସତର ତମ ବାର୍ଷିକ ଓ ଶ୍ରୀପଞ୍ଚମୀ ବିଶେଷାଙ୍କ ଉନ୍ମୋଚନ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!