ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖଡ଼ିଆଳ ଠାରେ ଗୁରୁ ଦିବସ ପାଳନ

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଖଡ଼ିଆଳ ଠାରେ ଗୁରୁ ଦିବସ ପାଳନ

ଖଡ଼ିଆଳ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଗୁରୁ ଦିବସ ମହାସମାରୋହରେ ପାଳନ କରାଯାଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏବିଇଓ ମୋତିଲାଲ ବେହରା ଯୋଗଦେଇ ଶିଶୁ ମାନଙ୍କୁ ମାର୍ଗଦର୍ଶନ କରିବା ସହିତ ଗୁରୁଦିବସ ପାଳନ ର ମହତ୍ତ୍ୱ କହିଥିଲେ। ଶିଶୁ ଭାଇ ଭଉଣୀ ମାନେ ଗୁରୁଦିବସ ପାଳନ ର ମହତ୍ତ୍ୱ କହିଥିଲେ।ପ୍ରଧାନ ଗୁରୁଜୀ ସନାତନ ମିଶ୍ର ଅତିଥି ପରିଚୟ ପ୍ରଦାନ ସହ ଉଦ୍ଦେଶ୍ୟ କଥନ କରିଥିଲେ । ଗୁରୁମା ପୁଷ୍ପିତା ପ୍ରିୟଦର୍ଶିନୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଶିଶୁ ମାନେ ପୁଷ୍ପ ଅର୍ପଣ ପୂର୍ବକ ଗୁରୁ ପୂଜନ କରିଥିଲେ। ସମାଜରେ ଗୁରୁ ଶିଷ୍ୟ ପରମ୍ପରାର ଏକ ଉଦାହରଣ ସୃଷ୍ଟି କରିଥିଲେ। ଏହି କାର୍ଯ୍ୟକ୍ରମ ଟି ମାତୃ ଭାରତୀ ସଦସ୍ୟା, ଶିଶୁ ଭାଇ ଭଉଣୀ, ଗୁରୁଜୀ ଗୁରୁମାଙ୍କ ସହଯୋଗରେ ପରିଚାଳିତ ହୋଇଥିଲା।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ଠାରେ ସ୍ୱତନ୍ତ୍ର ସଡ଼କ ସୁରକ୍ଷା ଅଭିଯାନ

Sunil Chandra Nayak

ଗ୍ରାମ୍ୟ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ, ବେହାଲ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

masiha

ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ,ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି 

masiha

Leave a Comment

error: Content is protected !!