ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ

ଝରିଗାଁ ବ୍ଲକ ସମିତି ସଭ୍ୟଙ୍କ ଦ୍ବାରା ଦାବିପତ୍ର ପ୍ରଦାନ 

ନବରଙ୍ଗପୁର – (ମସିହା)ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ରେ ଥିବା ୨୩ ଟି ପଞ୍ଚାୟତ ର ସମିତି ସଭ୍ୟଙ୍କ ଦ୍ବାରା ଝରିଗାଁ ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ମାଝୀ ଙ୍କ ଦ୍ଵାରା ଏକ ଦାବୀପତ୍ର ପ୍ରଦାନ କରାଯାଇଛି।ଏହି ଦାବିପତ୍ରରେ ୧୨ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଏହି ଦାବି ପତ୍ରଟି ବିଧାୟକ ଙ୍କୁ ଦେଇଥିଲେ।ଉକ୍ତ ଦାବିପତ୍ର ରେ ଉଲ୍ଲେଖ ରହିଛି ସମିତି ସଭ୍ୟଙ୍କୁ ୧୦ ଲକ୍ଷ ଜୀବନ ବୀମା,ପଞ୍ଚାୟତ ସମିତି କୁ ଆସୁଥିବା ଅର୍ଥକୁ ସମିତି ସଭ୍ୟଙ୍କ ନିକଟକୁ ଏହାର ନକଲ ଦେବା,ମାସିକ ଦରମା ୨୦ ହଜାର କରିବା ୫ ବର୍ଷ ପରେ ଅବସର ଭତା ୧୦ ହଜାର କରିବା,ଏମ .ଜି. ଏନ୍. ଆର୍ ଜି .ଏସ କାର୍ଯ୍ୟରେ ସ୍ୱଚ୍ଛତା ପାଇଁ ସଭ୍ୟଙ୍କ ଦ୍ଵାରା କାଉଣ୍ଟର ସାଇନ୍,ପଞ୍ଚାୟତ କୁ ଆସୁଥିବା ଉନ୍ନୟନ ମୂଳକ ଅର୍ଥ ରାଶିର ନକଲ ଚିଠି ସଭ୍ୟ ଙ୍କୁ ପ୍ରଦାନ,ପ୍ରତି ପଞ୍ଚାୟତରେ ସଭ୍ୟ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଗୃହ ଓ ନାମ ଫଳକ,ସମିତି ସଭ୍ୟଙ୍କ ବାର୍ଷିକ ପାଣ୍ଠି ୨୦ ଲକ୍ଷ୍ୟ କରିବା,ପଞ୍ଚାୟତ ସମିତି ରେ ହେଉଥିବା ସମସ୍ତ ବୈଠକରେ ସଭ୍ୟ ମାନଙ୍କୁ ଡାକିବା ଆଦି ବିଭିନ୍ନ ଦାବିକୁ ନେଇ ଏହି ଦାବିପତ୍ର ପ୍ରଦାନ କରାଯାଇଛି।ଏହି ଦାବିପତ୍ର କୁ ସାବିତ୍ରୀ ଭତ୍ରା,ଲକ୍ଷ୍ମୀ ଭତ୍ରା,କ୍ରାନ୍ତି ହରିଜନ, ନୀଳା ପୂଜାରୀ,ମଦନ ଦେଇ ଗଉଡ,ଚକ୍ର ମାଝୀ,ବାପି ବିଶ୍ବାସ,ମାନଦା ମାଝୀ ଆଦି ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଏହି ଦବିପତ୍ରକୁ ବିଧାୟକଙ୍କୁ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ପଶ୍ଚିମ ଓଡ଼ିଶା ସାଂସ୍କୃତିକ ପରିଷଦର ସମ୍ବଲପୁର ଦିନ ପାଳନ

Sunil Chandra Nayak

ଝଡ଼େଶ୍ୱରପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ 

masiha

ରୁଙ୍ଗଟା ପକ୍ଷରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!