ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବାଲେଶ୍ଵର,୧୫/୯/୨୩ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ସମନ୍ୱିତ ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀଙ୍କ ଅଧିନରେ ଡୁଙ୍ଗୁରା, ଗରସଙ୍ଗ, ଅନ୍ତରା, ସେକ୍ଟରରେ ପୋଷଣ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଖଇରା ବ୍ଲକର ସମନ୍ୱିତ ମହିଳା ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ନଳିନୀ କୁମାରୀ ମହାରଣା, ସମନ୍ୱିତ ମହିଳା ଶିଶୁ ବିକାଶ ପ୍ରକଳ୍ପ ପରିଦର୍ଶିକା ରଶ୍ମିରେଖା ପୃଷ୍ଟି, ଅନ୍ତରା ସେକ୍ଟର ପରିଦର୍ଶିକା ସୁଷମା ପଣ୍ଡା ଓ ମମତା ପ୍ରକଳ୍ପ ସହକାରୀ ଲଳିତ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବିଭିନ୍ନ ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଓ ହେଲପର ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବିଷୟରେ ଶ୍ରୀମତୀ ମହାରଣା କାର୍ଯ୍ୟକ୍ରମ ମାଧ୍ୟମରେ ଗର୍ଭବତୀ ମହିଳା, ପ୍ରସ୍ତୁତି ମହିଳା, ଶିଶୁ ଏବଂ ପରିବାରର ସମସ୍ତଙ୍କୁ ସୁପୋଷଣ ବିଷୟରେ ସଚେତନତା କରାଇଥିଲେ । ଶିଶୁ ମୃତ୍ୟୁ ହାର ରୋକିବା ଦିଗରେ ପ୍ରୟାସ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସଦଖିଆ, ଅନ୍ନପ୍ରଶନ୍ନ ଓ କନ୍ୟା ସନ୍ତାନ ୬ ଜଣଙ୍କୁ ପ୍ରକଳ୍ପ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଷଷ୍ଠ ରାଷ୍ଟ୍ରୀୟ ପୋଷଣ ମହାକାର୍ଯ୍ୟକ୍ରମ ୧ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ । ସୁପେଷିତ ଭାରତ, ସ୍ବାକ୍ଷର ଭାରତ, ସଶକ୍ତି ଭାରତ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମର ଆୟୋଜକ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ଖଇରା ବାଲେଶ୍ଵର ଦ୍ଵାରା ବିଭିନ୍ନ ସେକ୍ଟର ମାଧ୍ୟମରେ ଅନୁଷ୍ଠିତ ହେଉଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

masiha

ଖଡିଆଳ ସହରର ବରିଷ୍ଠ ନାଗରିକ, ସିଲେଇ ଶିକ୍ଷକ ଝୁମକ ଲାଲ ବର୍ମା ଙ୍କ ଆଜି ୯୪ ବର୍ଷ ବୟସ ରେ ଦେହାନ୍ତ

masiha

କଲମ ଡ଼ଙ୍ଗରଗଡ଼ ସୁରକ୍ଷା ପରିଷଦ ଟ୍ରଷ୍ଟ ତରଫରୁ,ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

Sunil Chandra Nayak

Leave a Comment

error: Content is protected !!