ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦଶମ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା

ଦଶମ ଦିନରେ ପହଞ୍ଚିଲା ଜୁନାଗଡ଼ କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଧାରଣା

ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଘୋଷଣା ନ କଲେ ଭୋଟ ବର୍ଜନ ହେବ : ଯାଦବ ମହାସଭା

ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦାବୀ ନେଇ ଆଜି ବ୍ଲକ ସମ୍ମୁଖରେ ଗଣଧାରଣା ୧୦ ଦିନରେ ପହଞ୍ଚିଛି । ଆଜି ଦଶମ ଦିନରେ ଜୁନାଗଡ଼ ବ୍ଲକ ଓ ଏନଏସି ଯାଦବ ମହାସଭା ଜିଲ୍ଲା ମାନ୍ୟତା ଦାବୀକୁ ସମର୍ଥନ କରିବା ସହ ଗଣବିକ୍ଷୋବ କରିଥିଲେ । ଜୁନାଗଡ଼ ହେଉଛି କଳାହାଣ୍ଡି ମହାରାଜାଙ୍କ ଗଡ଼, ଆଠରି ଗଡ଼ ମଧ୍ୟରେ ସବୁଠୁ ବଡ଼ ହେଉଛି ଜୁନାଗଡ଼, କିମ୍ବଦନ୍ତୀର ଗଡ଼ ହେଉଛି ଜୁନାଗଡ଼ । ଐତିହାସିକ ଓ ଭୌଗଳିକ କ୍ଷେତ୍ରରେ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଦେବା ଯତାର୍ଥ ଅଟେ । ରାଜତନ୍ତ୍ର ସମୟରେ ଜୁନାଗଡ଼ ରାଜଧାନୀ ଥିଲା, ଗଣତନ୍ତ୍ର ସମୟରେ କାହିଁକି ଜୁନାଗଡ଼ ଜିଲ୍ଲା ଓ ସଦରମହକୁମା ହୋଇପାରିବ ନାହିଁ । ଅନ୍ୟ ପକ୍ଷରେ କଳାହାଣ୍ଡି ଜିଲ୍ଲାରେ ପ୍ରାୟ ଯେତେ ବି ନିର୍ବାଚନରେ ଯାଦବ ମାନେ ହିଁ ମୁଖ୍ୟ ଭୂମିକା ନିର୍ବାହ କରିଥାନ୍ତି । ତେଣୁ ଯଦି ସରକାର ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ନ କରାଯାଏ ତାହେଲେ ଯାଦବମାନେ ଆଗାମୀ ୨୦୨୪ ନିର୍ବାଚନ ସମୟରେ ଭୋଟ ବର୍ଜନ କରିବାକୁ ମଧ୍ୟ ପଛଇବେ ନାହିଁ । ତେଣୁ ଜୁନାଗଡ଼କୁ ଜିଲ୍ଲା ମାନ୍ୟତା ଘୋଷଣା ପାଇଁ ମାଁ ଲଙ୍କେଶ୍ୱରୀ ରାଜ୍ୟ ସରକାରଙ୍କୁ ସତବୁଦ୍ଧି ଦିଅନ୍ତୁ ବୋଲି ଆଜି ଜୁନାଗଡ଼ ଏନଏସି ଓ ବ୍ଲକ ଯାଦବ ମହାସଭା ପକ୍ଷରୁ ଗଣବିକ୍ଷୋବ କରି ସରକାରଙ୍କୁ ଚେତାବନୀ ଦେଇଥିଲେ । ଜୁନାଗଡ଼ କ୍ରିୟାନୁଷ୍ଠାନ କମିଟିର ଆବାହକ ହିମାଂଶୁ ଶେଖର ବରାଡ଼ ଓ ସମ୍ପାଦକ ସନ୍ତୋଷ ସିଂଦେଓଙ୍କ ଆବାହକତ୍ୱରେ ବ୍ଲକ ସଭାପତି ପ୍ରେମାନନ୍ଦ ଘି ସଭାପତିତ୍ୱ କରିଥିଲେ । ଏଥିରେ ଯାଦବ ସମାଜ ର ଜିଲ୍ଲା ଉପସଭାପତି ଅରୁପାନନ୍ଦ ନାଗ, ଜିଲ୍ଲା ସହ ସମ୍ପାଦକ ଚନ୍ଦ୍ରଶେଖର ବାଗ, ଜିଲ୍ଲା କାର୍ଯ୍ୟକାରୀ ସଦସ୍ୟ ଗୌରହରୀ ବାଗ, ଜୁନାଗଡ଼ ଏନଏସି ସଭାପତି ପୂର୍ଣ୍ଣଚନ୍ଦ୍ର ଭାଟି, ସୀମାଞ୍ଚଳ ନାଗ, ଈଶ୍ୱର ହଂସ, କାର୍ତିକ ବାଗ, ଅନ୍ତରାମ ବାଗ, ଲିଙ୍ଗରାଜ ଗହୀର, ନୀଳାଦ୍ରି ପୁଞ୍ଜି, କାଶୀନାଥ ଘି, ଲଳିତ ଚନ୍ଦନ, ଧବଳେଶ୍ବର ଚନ୍ଦନ, ଖଗେଶ୍ବର ଧଙ୍ଗଡାମାଝି ପ୍ରମୁଖ ଉଦବୋଧନ ଦେଇଥିଲେ । ସେହିଭଳି ଆସନ୍ତା କାଲି ଗଣେଶ ପୂଜା ଓ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ ଥିବାରୁ କ୍ରିୟାନୁଷ୍ଠାନ କମିଟିର କ୍ରମେ ୧୯ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ବିକ୍ଷୋଭ ପ୍ରଦର୍ଶନ ତଥା ଗଣଧାରଣା ବନ୍ଦ ରହିବ ଏବଂ ଆସନ୍ତା ୨୩ ତାରିଖ ଠାରୁ ପୁଣି ଥରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଣଧାରଣା ଆରମ୍ଭ ହେବ ବୋଲି କିମିଟି ସୂତ୍ରରୁ ପ୍ରକାଶ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଅପରାହ୍ନ କବିତା ସମ୍ମାନ ପାଇଲେ ଭାଗୀରଥି ସାଗର

masiha

ଖଜୁରିଆ ଗ୍ରାମ ରେ ପବିତ୍ର ରାମ ନବମୀ ମହା ଆଡ଼ମ୍ବର ରେ ପାଳିତ 

Sunil Chandra Nayak

Para Staff Allege Exploitation and Caste Discrimination in Kashipur Forest Range

Sunil Chandra Nayak

Leave a Comment

error: Content is protected !!