ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୀଳଗିରି ବନ୍ଦ ଡାକରା ଦେଲା ନିଳଗିରି କ୍ରିୟାନୁଷ୍ଠାନ କମିଟି

ନୀଳଗିରି ବନ୍ଦ ଡାକରା ଦେଲା ନିଳଗିରି କ୍ରିୟାନୁଷ୍ଠାନ କମିଟି

ବାଲେଶ୍ଵର,୨୫/୯/୨୩- ବାଲେଶ୍ୱର ଜିଲ୍ଲା ନୀଳଗିରିକୁ ଜିଲ୍ଲା ଘୋଷଣା ଦାବିରେ ଆସନ୍ତା ଅକ୍ଟୋବର ୩ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନୀଳଗିରି କ୍ରିୟାନୁଷ୍ଠାନ କମିଟି । ନୀଳଗିରି ଡାକବଙ୍ଗଳାରେ ଆୟୋଜିତ ସଭାରେ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘର ସଭାପତି ଦୟାନିଧି ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ପୂର୍ବତନ ବିଧାୟକ ତଥା ବରିଷ୍ଠ ଆଇନଜୀବୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ, ନିରଞ୍ଜନ ବାରିକ, ପ୍ରଫୁଲ୍ଲ ବେହେରା, ବିଜୟ ସ, ପୀତବାସ ସିଂ, ଗିରିଧାରୀ ବେହେରା, ନିହାର ରଞ୍ଜନ ଜେନା, କିଶୋର ଚନ୍ଦ୍ର ଦାସ, ସୁରେଶ ଚନ୍ଦ୍ର ବେହେରା, ରାମ ଚନ୍ଦ୍ର ଦାସ, ପ୍ରକାଶ ଚନ୍ଦ୍ର ଚୌଧୁରୀ, ବାଞ୍ଛାନିଧି ପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ନିଳଗିରି ବନ୍ଦପାଇଁ ସିଦ୍ଧାନ୍ତ ନିଆଯାଇଛି । ସଦସ୍ୟ ମାନଙ୍କୁ ବନ୍ଦ ଡାକରା ପ୍ରସ୍ତୁତି ନେଇ ଦାୟିତ୍ୱ ବଣ୍ଟନ ମଧ୍ୟ ହୋଇଛି । ଦଳ ମତ ନିର୍ବିଶେଷରେ ନୀଳଗିରି ଗଡଜାତର ସମସ୍ତ ଜନତାଙ୍କୁ ଏହି ବନ୍ଦ ଡାକରାରେ ସାମିଲ ରହି ନୀଳଗିରିକୁ ଜିଲ୍ଲା ଘୋଷଣା ଦାବିରେ ସହଯୋଗ କରିବା ପାଇଁ କ୍ରିୟାନୁଷ୍ଠାନ କମିଟି ତରଫରୁ ନିବେଦନ କାରାଯାଇଛି ବୋଲି ଖବର ସଂଗ୍ରହରୁ ଜଣାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଜ୍ୟ ସରକାରଙ୍କ ଵଜେଟ ସାଧାରଣ ଜନତାଙ୍କ ବଜେଟ: ପର୍ଶୁରାମ ମାଝୀ 

masiha

ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

କେନ୍ଦ୍ରୀୟ ବିଦ୍ୟାଳୟ ରାୟଗଡା ତତଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!