ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଡନୀ ରୋଗରେ ପୀଡିତ ଗଙ୍ଗାଧରଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଦରଦୀ ବନ୍ଧୁ ଫାଉଣ୍ଡେସନ

କିଡନୀ ରୋଗରେ ପୀଡିତ ଗଙ୍ଗାଧରଙ୍କୁ ସାହାଯ୍ୟର ହାତ ବଢ଼ାଇଲା ଦରଦୀ ବନ୍ଧୁ ଫାଉଣ୍ଡେସନ

ବାଲେଶ୍ଵର୦୧/୧୦/୨୩- ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକ ଅନ୍ତର୍ଗତ ମଇତାପୁର ପଞ୍ଚାୟତର ହାଟ ମଇତାପୁର ଗ୍ରାମର ୧୧ନଂ ୱାର୍ଡ ବାସିନ୍ଦା ଗଙ୍ଗାଧର ଜି । ୨ ଝିଅ ଓ ଗୋଟିଏ ପୁଅକୁ ନେଇ ସଂସାର । ଗଙ୍ଗାଧର ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରନ୍ତି ଏବଂ ସରକାରଙ୍କ ତରଫରୁ ମାସିକ ୨୫ କିଲ ଚାଉଳ ଯାହା ମିଳେ ପରିବାର ହସଖୁସିରେ ଚଳିଯାଏ । ହଠାତ୍ ପରିବାର ଉପରକୁ ଦୁଃଖର ପାହାଡ ମାଡିବସିଲା । ଗଙ୍ଗାଧର ଜି ଦେହ ଅସୁସ୍ଥ ହେଲା । ଦୀର୍ଘଦିନ ଧରି ଦେହ ସୁସ୍ଥ ନହେବାରୁ ସ୍ଥାନୀୟ ମେଡ଼ିକାଲକୁ ଚିକିତ୍ସା ନିମନ୍ତେ ଗଲେ । ସେଠାରେ ଡାକ୍ତର ବଡ଼ ମେଡ଼ିକାଲକୁ ଯିବା ପାଇଁ ପରାମର୍ଶ ଦେଲେ । ପରେ ସେ କଟକର ସରକାରୀ ହସ୍ପିଟାଲରେ ଚିକିତ୍ସା କରିବା ପରେ ଜାଣିବାକୁ ପାଇଲେ ଯେ ତାଙ୍କର ଦୁଇଟି ଯାକ କିଡନୀ ନଷ୍ଟ ହୋଇଛି । ଭଲ ହେବା ପାଇଁ ପ୍ରାୟ ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ଅଛି ବୋଲି ଡକ୍ଟର କହିଲେ । ସେ ଜଣେ ଦିନ ମଜୁରୀଆ, ଖଟିଖିଆ ଅତି ଗରିବ ପରିବାରର ହୋଇଥିବାରୁ ଏତେ ଗୋଡ଼ାଏ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ଅସମ୍ଭବ ଥିଲା । ପରିବାରରେ ସେମିତି କେହି ରୋଜଗାରକ୍ଷମ ବ୍ୟକ୍ତି ନାହାନ୍ତି । ସ୍ବାମୀଙ୍କ ଚିକିତ୍ସା ନିମନ୍ତେ ସହଯୋଗ ପାଇଁ ସରକାର ଓ ପ୍ରଶାସନକୁ ସ୍ତ୍ରୀ ମାନସୀ ଅନୁରୋଧ କରିଛନ୍ତି । ପରେ ନିଜ ଗ୍ରାମର ବୁଦ୍ଧିଜୀବୀ ମାନଙ୍କୁ ଜଣାଇବା ପରେ ଗ୍ରାମବାସୀ ମାନଙ୍କ ସହଯୋଗ କ୍ରମେ ତାଙ୍କୁ କିଛି ଆର୍ଥିକ ସହାୟତା ମିଳିବା ପରେ ତାଙ୍କର ଚିକିତ୍ସା ଚାଲିଥିଲା । ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେଉଥିବାର ଦେଖି ଡକ୍ଟର ତାଙ୍କୁ ଭଲ ହସ୍ପିଟାଲରେ ଚିକିତ୍ସା କରାଇବା ପାଇଁ କହିଥିଲେ । ପରେ ଅସହାୟ ପରିବାର ଗ୍ରାମବାସୀ ଓ ବୁଦ୍ଧିଜୀବୀ ମାନଙ୍କ ସହଯୋଗ କ୍ରମେ ଉତ୍କଳ ହସ୍ପିଟାଲରେ ଏବେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଉତ୍ତମ ଚିକିତ୍ସା ନିମନ୍ତେ ଆହୁରି ଲକ୍ଷ ଲକ୍ଷ ଟଙ୍କାର ଆବଶ୍ୟକତା ଥିବାବେଳେ ଏପଟେ ସମସ୍ତ ଅର୍ଥ ସରି ଯିବାପରେ ସେ ପୁରା ଅସହାୟ ହୋଇ ପଡ଼ିଛନ୍ତି । ଏହି ପରିପ୍ରେକ୍ଷୀରେ ଏପରି ଏକ ହୃଦୟ ବିଦାରକ ଖବର ପାଇ ଖଇରା ଓ ସିମୁଳିଆ ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ଦରଦୀ ବନ୍ଧୁ ଫାଉଣ୍ଡେସନର ପ୍ରତିଷ୍ଠାତା ଗୀତି ରଞ୍ଜନ ବେହେରା, ସଭାପତି ଜ୍ୟୋତି ପ୍ରକାଶ ମହାପାତ୍ର, ସମ୍ପାଦକ ତୃପ୍ତିକାନ୍ତ ନାୟକ, ସହ ସମ୍ପାଦକ ମନୋଜ ଜେନା, କାର୍ଯ୍ୟକାରୀ ସଭାପତି ଭାବେ ପ୍ରିତମ ନାୟକ, ଅଜୟ ମହାନ୍ତି, କୋଷାଧ୍ୟକ୍ଷ ହିମାଂଶୁ ନାୟକ, ମୁଖ୍ୟ ଉପଦେଷ୍ଟା ସିମୁଳିଆ ଓ ଖଇରାର ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଦିଲ୍ଲୀପ ଗୀରି, ଦିବ୍ୟସିଂହ ମହାନ୍ତି, ତପନ କୁମାର ନାୟକ, ପ୍ରଶାନ୍ତ ନାୟକ, ରାଜୁ ମହାନ୍ତି, କମଳା ନାୟକଙ୍କ ସମେତ କିଛି ଯୁବପିଢି ମାନଙ୍କ ସହଯୋଗରେ ଗଙ୍ଗାଧର ଜି ଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ୧୦,୦୦୦/- ଟଙ୍କା ନଗଦ ସହାୟତା ରାଶି ପ୍ରଦାନ କରାଯାଇଥିଲା । ସଂଗଠନର ଏପରି କାର୍ଯ୍ୟକୁ ଗ୍ରାମବାସୀ ଓ ବୁଦ୍ଧିଜୀବୀ ମହଲରେ ବହୁ ପ୍ରଶଂସା କରାଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲା ସ୍ତରୀୟ ସଂପୂର୍ଣ୍ଣତା ଅଭିଯାନ ସମ୍ମାନ ସମାରୋହ ରେ ବ୍ଲକ ର ବିଭିନ୍ନ ଅଧିକାରୀ ସମ୍ମାନୀତ 

Sunil Chandra Nayak

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

masiha

ନର୍ଲା ଠାରେ ଅତିରିକ୍ତ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!