ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋଲାମୁଣ୍ଡା ଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

 ଗୋଳାମୁଣ୍ଡା/ମସିହା/୨୬/୩/୨୨/ ଗୋଲାମୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ନିଯୁକ୍ତି ମେଲା ଅନୁଷ୍ଠିତ ହୋଇଥିଲା ଏହି ନିଯୁକ୍ତି ମେଳାରେ , ଦିନଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା, ସମେତ ବିଭିନ୍ନ ସଂସ୍ଥାର ସଂଯୋଜକମାନେ ଉପସ୍ଥିତ ରହି ବେକାରୀ ସମସ୍ୟା ଦୁରୀକରଣ ପାଇଁ ବେକାର ଯୁବକ/ଯୁବତୀ ମାନଙ୍କୁ ସଚେତନତା କରିବା ସହ ନିଯୁକ୍ତିର ଆଶା ଦେଖାଇଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବ୍ଲକ ଚେୟାରମ୍ୟାନ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ନିଗ୍ଧାରାଣୀ ପ୍ରଧାନ bpm ସୁଧାଂଶୁ ଶେଖର ବିଶ୍ୱାଳ, ସରପଞ୍ଚ ପୁରୁଷୋତ୍ତମ ରାଉତ,ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମେତ ଅନ୍ୟାନ୍ୟ ଅତିଥି ଉପସ୍ଥିତ ଥାଇ ମଞ୍ଚାସିନ ହୋଇ ଥିଲେ । ଏହି ନିଯୁକ୍ତି ମେଳାରେ 28 ପଞ୍ଚାୟତର ୧୮ ରୁ ୩୫ ବର୍ଷର ବିଭିନ୍ନ ବର୍ଗର ଯୁବକ ଯୁବତୀମାନେ ସିଲେଇ ଟ୍ରେନିଙ୍ଗ, ହୋଟେଲ ମ୍ୟାନେଜମ୍ୟାଂଟ, କମ୍ପ୍ୟୁଟର ଓ ଲେଥ ଅପରେଟର ଏହି ସବୁ ପଦବୀ ପାଇଁ ରେଜିଷ୍ଟ୍ରେସନ କରାଯାଇଥିଲା । ସେମାନଙ୍କ ମନୋନୟନ ପରେ ମନୋନିତ ପ୍ରାର୍ଥୀମାନଙ୍କୁ ବିଭିନ୍ନ ସଂସ୍ଥାରେ ନିଯୁକ୍ତି କରାଯିବ ବୋଲି ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଥିବା ଜଣାପଡିଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ,ମସିହା

Related posts

ଆଦର୍ଶ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ନେଇ ଛାତ୍ର ଛାତ୍ରୀ ଙ୍କ ଧର୍ମଘଟ

Sunil Chandra Nayak

ବାଇକ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

Sunil Chandra Nayak

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!