ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି : ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼ରେ ଜେଏମ୍ଏଫ୍ ସି କୋର୍ଟ ସ୍ଥାପନ ଦାବି :

ରାଜ୍ୟ ଆଇନମନ୍ତ୍ରୀଙ୍କୁ ଭେଟିଲେ ଅଞ୍ଚଳବାସୀ

ଲାଞ୍ଜିଗଡ଼,୦୬/୧୦(ମନିସ)-କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ଠାରେ ପ୍ରସ୍ତାବିତ ଜେଏମ୍ଏଫସି କୋର୍ଟ ସ୍ଥାପନ ଦାବି ଦିନକୁ ଦିନ ଜୋର ଧରିବାରେ ଲାଗିଛି ! ରାଜ୍ୟ ସରକାର ଲାଞ୍ଜିଗଡ଼ଠାରେ କୋର୍ଟ ସ୍ଥାପନ ପାଇଁ ବିଜ୍ଞପ୍ତି ଜାରି କରିଥିବାବେଳେ ଏଥିପାଇଁ ଲାଞ୍ଜିଗଡ଼ ରାଜପ୍ରାସାଦର ଏକ ଅଂଶକୁ ମରାମତି କରାଯାଇଥିଲା ! କିନ୍ତୁ ଦାୟିତ୍ବରେ ଥିବା ବିଚାରପତି ଏହାକୁ ଅଗ୍ରାହ୍ୟ କରିଦେବାରୁ ଆଜି ପର୍ଯ୍ୟନ୍ତ ଲାଞ୍ଜିଗଡ଼ଠାରେ କୋର୍ଟ ଉଦଘାଟନ ହୋଇପାରିନାହିଁ ! ପରବର୍ତ୍ତୀ ସମୟରେ ଲାଞ୍ଜିଗଡ଼ସ୍ଥିତ କେକେଡିଏ ଛାତ୍ରାବାସ, ଲାଞ୍ଜିଗଡ଼ କମ୍ୟୁନିଟି ହଲକୁ ଏଥିପାଇଁ ପ୍ରସ୍ତାବ ଦିଆଯାଇ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ ଅଞ୍ଚଳବାସୀ ! ତେବେ ଜିଲ୍ଲା ପ୍ରଶାସନ ଓ ବିଚାର ବିଭାଗ ପକ୍ଷରୁ ଏହାକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ସହମତି ହୋଇ ପାରିନଥିବାବେଳେ ଏନେଇ ଆଜି ରାଜ୍ୟ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସାକ୍ଷାତ କରି ଲାଞ୍ଜିଗଡ଼ଠାରେ ଜେଏମ୍ଏଫସି କୋର୍ଟ ସ୍ଥାପନ ତଥା ଉଦଘାଟନ ପାଇଁ ଦାବି ଜଣାଇଛନ୍ତି ଅଞ୍ଚଳବାସୀ ! କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଶିବାଜୀ ମାଝୀଙ୍କ ନେତ୍ରୁତ୍ବରେ ଆଞ୍ଚଳିକ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, ପୂର୍ବତନ ଲାଞ୍ଜିଗଡ଼ ସରପଞ୍ଚ ଚନ୍ଦ୍ରଧ୍ବଜ ପେସନିଆ, ସମାଜସେବୀ ପ୍ରଦୀପ ବହିଦାର, ପରମାନନ୍ଦ ନାଏକ, ଜିଲ୍ଲା ବିଜେଡି ସଂପାଦକ ପାତ୍ର ମାଝୀ ପ୍ରମୁଖଙ୍କୁ ନେଇ ଏକ ପ୍ରତିନିଧି ଦଳ ଆଜି ରାୟଗଡ଼ାଠାରେ ରାଜ୍ୟ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିବା ସହିତ ଲାଞ୍ଜିଗଡ଼ଠାରେ କୋର୍ଟ ସ୍ଥାପନ ପ୍ରକ୍ରିୟା ତ୍ବରାନ୍ବିତ କରିବାକୁ ମନ୍ତ୍ରୀଙ୍କ ଦ୍ରୁଷ୍ଟି ଆକର୍ଷଣ କରିଥିଲେ ! ଏଇ ପ୍ରତିନିଧି ଦଳ ସହିତ ଆଲୋଚନା ପରେ ମନ୍ତ୍ରୀ ଏ ଦିଗରେ ସକରାତ୍ମକ ମନ୍ତବ୍ୟ ଦେବା ସହିତ ଖୁବଶୀଘ୍ର ଏଥିପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି !

ଲାଞ୍ଜିଗଡ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ବରିଷ୍ଠ ବ୍ୟବସାୟୀ ଗୁରୁ ପ୍ରସାଦ ଅଗ୍ରୱାଲ ଙ୍କ ପରଲୋକ

Sunil Chandra Nayak

ବନ୍ଧୁଗାଁ ଥାନା ଦ୍ୱାରା ଚଳାଚଳ କରୁଥିବା ଯାନବାହାନ ଯାଞ୍ଚ ନଅ ହଜାର ଆଦାୟ

Sunil Chandra Nayak

ତୃତୀୟ ଇସ୍ପାତ ନାଟ୍ୟମହୋତ୍ସବ ୨୦୨୫ ଡିସେମ୍ବର ୨ ରୁ…..

Sunil Chandra Nayak

Leave a Comment

error: Content is protected !!