ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ବାବୁଙ୍କ ଖଣି କମ୍ପାନୀ ପ୍ରୀତି କାହା ସ୍ୱାର୍ଥରେ ??

ସରକାରୀ ବାବୁଙ୍କ ଖଣି କମ୍ପାନୀ ପ୍ରୀତି କାହା ସ୍ୱାର୍ଥରେ ??

ଯୋଡ଼ା – ଖଣି ବିଭାଗର ସରକାରୀବାବୁ ମାନଙ୍କ କାର୍ଯ୍ୟକଳାପ ଏବେ ଅଞ୍ଚଳ ତଥା ଜିଲ୍ଲା ବ୍ୟତୀତ ରାଜ୍ୟବ୍ୟାପୀ ହୋଇ ସାରିଥିବା ପରେ ମଧ୍ୟ ଚୁପ ରହି ଶ୍ରୀ ଜି ରାଜେଶ ଖୁବ ସରଳ,ନିର୍ମାୟା ହୋଇ କାହାକୁ କିଛି କୁହନ୍ତି ନାହିଁ,ତେଣୁ ବୋଧ ହୁଏ ସରକାରୀ ଚାକିରୀରେ ରହି,ସରକାରୀ ବାବୁ ମାନେ ଯାହା ନିଜକୁ ଭଲ ଲାଗିଲା ସେହିପରି କରି ଚାଲନ୍ତି ବୋଧ ହୁଏ ? ସେହିପରି ସରକାରୀ ଚାକିରୀ କରିବେ କିନ୍ତୁ ସରକାରୀ ଗେଷ୍ଟ ହାଉସରେ ରହିବାକୁ ଭଲ ପାଅନ୍ତି ନାହିଁ ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସୁକାନ୍ତ ମିଶ୍ର। ଘଟଣା ଯାହା ଶ୍ରୀ ସୁକାନ୍ତ ମିଶ୍ର (ଜେ.ଡି.ସି.ଏ)ଯୋଡ଼ା ସ୍ଥିତ କାର୍ଯ୍ୟାଳୟକୁ ପ୍ରାୟ ପ୍ରତ୍ୟେକ ମାସରେ କି କାମରେ ଆସନ୍ତି,ଯାହା ତାଙ୍କୁ ଜଣା ଥିବ,ନଚେତ ତାଙ୍କ ନିର୍ଦ୍ଦେଶକ ଶ୍ରୀ ଜି ରାଜେଶଙ୍କୁ ମାଲୁମ ଥିବା ବେଳେ ଯୋଡ଼ା ବିଭାଗରୁ ମାତ୍ର ୧୦୦ ମିଟରରୁ କମ ଦୂରତାରେ ଥିବା ସରକାରୀ ଆଇ.ବିରେ ନରହି, ୫ କି:ମି ଦୂରତାରେ ଥିବା ଏକ ଘରୋଇ ଖଣି କମ୍ପାନୀର ଗେଷ୍ଟ ହାଉସରେ ରହିବା ପ୍ରୀତି ବେସୀ କାହିଁକି ? ତେବେ ପୂର୍ବରୁ ଶ୍ରୀ ମିଶ୍ର ଯୋଡ଼ା ବିଭାଗକୁ ଘନ ଘନ ଆସିବା କେଉଁ କାରଣୁ ତଥା କେଉଁ ଅଧିକାରୀଙ୍କ ନିର୍ଦ୍ଦେଶନାମାରେ ଆସନ୍ତି ତାହା ମାଲୂମ ନଥିବା ବେଳେ ଗତ ମାସରେ ଯେବେ ଆସିଲେ ବହୁ କଷ୍ଟରେ ଖଣି ଯୁଗ୍ମ ନିର୍ଦ୍ଦେଶକ ଶ୍ରୀ ସଲିଳ ବେହେରାଙ୍କ ଏକ ଚିଠି ପ୍ରସ୍ତୁତ ଦ୍ଵାରା ଆସି,ନିକଟ ଆଇ.ବି ନରହି ୫କି:ମି ଦୁରତରେ ଥିବା ସହରର ଏକ ସର୍ବବୃହତ ଖଣି କମ୍ପାନୀର ଗେଷ୍ଟ ହାଉସରେ ରୁହନ୍ତି ୨ ଦିନ ଧରି, ହେଲେ ବିଭାଗକୁ ଆସିଲେ ,ଖଣି କମ୍ପାନୀର ଗେଷ୍ଟ ହାଉସରେ ରହିଲେ ପୁଣି ଶନିବାର ଦିନ ସକାଳୁ ଚାଲିଗଲେ କିନ୍ତୁ ଆସି କଣଟା କରିଲେ ଶ୍ରୀ ମିଶ୍ର ତାହା ଜାଣିବା କଷ୍ଟ । ଏଣୁ ଶ୍ରୀ ବେହେରା(ଜେ.ଡି.ଏମ) ରାଜ୍ୟ ସରକାରଙ୍କ ଅର୍ଥକୁ ସଠିକ୍ ରୂପେ କାର୍ଯ୍ୟରେ ବ୍ୟବହୃତରେ ଲଗାଇବା ସହ ଦକ୍ଷ ଅଧିକାରୀଙ୍କୁ ସ୍ଥାନୀୟ ବିଭାଗକୁ ପଠାଇଲେ ଯାଇ ବିଭାଗରେ ଥିବା ସମସ୍ୟା ଯଥା ସମ୍ଭବ ଦୁର ହୋଇବ ବୋଲି ଅଞ୍ଚଳବାସୀ ଆଶା ବାନ୍ଧି ବସିଛନ୍ତି।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ( ଓୟୁଏଟି) ର ୬୪ତମ ପ୍ରତିଷ୍ଠା ଦିବସ। ଛାତ୍ର ଏବଂ କୃଷକଙ୍କ ମଧ୍ୟରେ କୃଷି ଉଦ୍ୟମିତାକୁ ପ୍ରୋତ୍ସାହିତ କରିବା ପାଇଁ ଓୟୁଏଟି ଭୂମିକା ନିର୍ବାହ କରୁ – ରାଜ୍ୟପାଳ

Sunil Chandra Nayak

ରାଇରଙ୍ଗପୁର ବିଦ୍ୟୁତ ବିଭାଗରେ ନବ ନିଯୁକ୍ତ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଇଂ ପାର୍ଥ ସାରଥୀ ଦାସଙ୍କୁ ନେସ୍କୋ ପାଓ୍ଵାର ଏମ୍ପଲୟଜ୍ ୟୂନିଅନ ତରଫରୁ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!