ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

      ରାୟଗଡା ନୂତନ ଜ୍ଞାନ ବର୍ଧନି ସତନ୍ତ୍ର ବିଦ୍ୟାଳୟ, କୋଲନରା ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ,ରାୟଗଡା ତରଫରୁ ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ କୁ ରାୟଗଡା ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀମତି ନିବେଦିତା ପଣ୍ଡା ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ବିଶ୍ଵ ମାନସିକ ସ୍ବାସ୍ଥ୍ୟ ଦିବସ ପାଳିତ ହେବା ସହିତ ନାଲସା ସ୍କିମ, ମେଣ୍ଟାଲ ହେଲଥ ଆକ୍ଟ ଓ ସରକାରଙ୍କ ତରଫରୁ ମାନସିକ ପିଲାମାନଙ୍କ ପାଇ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ଆଲୋଚନା ହୋଇଥିଲା I ଅନ୍ୟ ପ୍ରମୁଖ ଅତିଥି ମାନଙ୍କ ମଧ୍ୟରେ ରାୟଗଡା ଜିଲ୍ଳା ବାର ଅସୋସିଏସନର ସମ୍ପାଦକ ବିଶନାଥ ଗନ୍ତାୟତ, ଭାରପ୍ରାପ୍ତ ଜିଲ୍ଳା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ, ସ୍ପର୍ଶ ସୋସିଆଲ ଫାଉଣ୍ଡେସନ ର ଜେନେରାଲ ମ୍ୟାନେଜର ପ୍ରଫେସର ପ୍ରଫୁଲ୍ଳ ଧଲ ଓ ଫିଜିଓ ଥେରାପିଷ୍ଟ ଦାମୋଦର ଚାନ୍ଦ, ଟି. ପ୍ରସାଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ I ଉପସ୍ଥିତ ଅତିଥିମାନେ ମାନସିକ ସ୍ବାସ୍ଥ୍ୟ ସମ୍ବନ୍ଦିତ ବିଭିନ୍ନ ଆଇନ ଓ ସେମାନଙ୍କ ପାଇ ସରକାରଙ୍କ ତରଫରୁ ମାନସିକ ପିଲାମାନଙ୍କ ପାଇ ଥିବା ବିଭିନ୍ନ ସରକାରୀ ଯୋଜନା ଉପରେ ନିଜ ନିଜ ବକ୍ତବ୍ୟରେ କହିଥିଲେ I ବିଦ୍ୟାଳୟର ସତନ୍ତ୍ର ଶିକ୍ଷକ ସୁବିନାଥ ବଗର୍ତ୍ତୀ ସଭା ପରିଚାଳନା କରିଥିବାବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଜୟଦେବ ବାଙ୍କ ଧନ୍ୟବାଦ ଅର୍ପଣ କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ନୂତନ ଜ୍ଞାନ ବର୍ଧନି ସତନ୍ତ୍ର ବିଦ୍ୟାଳୟ, କୋଲନରା ର ଛାତ୍ର ଛାତ୍ରୀ ଓ କର୍ମଚାରୀ ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡା ଜିଲ୍ଲା ଆଦର୍ଶ ସାମ୍ବାଦିକ ସଂଘ (ନାସ) ର ମେନେଜିଙ୍ଗ କମିଟି ଚୟନ ପ୍ରକ୍ରିୟା ସମ୍ପନ୍ନ 

masiha

Social work by Shri Jagannath Charitable Trust.

Sunil Chandra Nayak

ଡ଼ୁମେରବାହାଲ ନିକଟରେ ଭାରସ୍ୟାମ ହରାଇ ଓଲଟିଲା ବାଲି ବୋଝେଇ ଟ୍ରକ 

Sunil Chandra Nayak

Leave a Comment

error: Content is protected !!