ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କ୍ରୀଡାବିତଙ୍କ ପାଇଁ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କା ଦେଉଥିଲେ ବି ଓଡ଼ିଶାରେ କ୍ରୀଡା ବିଭାଗର ଦୟନୀୟ ସ୍ଥିତି

କ୍ରୀଡାବିତଙ୍କ ପାଇଁ କେନ୍ଦ୍ର ସରକାର ଲକ୍ଷାଧିକ ଟଙ୍କା ଦେଉଥିଲେ ବି ଓଡ଼ିଶାରେ କ୍ରୀଡା ବିଭାଗର ଦୟନୀୟ ସ୍ଥିତି

 ବାଲେଶ୍ଵର, ୧୨/୧୦/୨୩- ଭାରତର ଯଶ୍ୱସୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଶାସନକୁ ଆସିବା ପରେ କ୍ରୀଡା ଜଗତରେ ଭାରତ ଏକ ଶକ୍ତିଶାଳୀ ଦେଶ ହୋଇଛି । ମୋଦି ସରକାର ସମୟରେ କ୍ରୀଡା ସଂଘର୍ଷ ହୋଇନାହିଁ । ମୋଦିଜୀ ଖେଳାଲୀଙ୍କ ପାଇଁ ଭିତିଭୂମି ବୃଦ୍ଧି, ପର୍ଯ୍ୟାପ୍ତ ତାଲିମ, ସହାୟତା, ସମଗ୍ର ବିକାଶ ଏବଂ ପ୍ରତିସ୍ତରରେ ପ୍ରତିଭାର ପରିଚୟ ବିଭିନ୍ନ କାର୍ଯ୍ୟ କରିଛନ୍ତି । ମୋଦିଜୀ ଶାସନକୁ ଆସିବା ପରେ ବିଶ୍ୱ ପ୍ରତିଯୋଗିତାରେ ଭାରତୀୟ ଖେଳାଳିଙ୍କ ପଦକ ପ୍ରଦର୍ଶନ କ୍ରମାଗତଭାବେ ବୃଦ୍ଧି ପାଉଛି । ଟୋକିଓ ଅଲମ୍ପିକ୍ସରେ ୭ଟି ପଦକ ଯାହା ୨୦୧୪ପୂର୍ବରୁ ମୋଟ ୩ଗୁଣରୁ ଅଧିକ । ୨୦୨୨ରେ କମନୱେଲଥ ଗେମ୍ସରେ ୬୧ଟି ପଦକ ଏବଂ ୨୦୧୬ରେ ପାରାଲିମ୍ପିକରେ ରେକର୍ଡ । ଏହି ସଫଳତା ଦେଶର କ୍ରୀଡା ପରିବର୍ତନର ଏକ ପ୍ରମାଣ ବୋଲି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା କହିଛନ୍ତି । ବାଲେଶ୍ୱରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଛନ୍ତି ଯେ, କେନ୍ଦ୍ର ସରକାର କ୍ରୀଡାବିତଙ୍କ ପାଇଁ ବାର୍ଷିକ ବ୍ୟୟବରାଦ ୧୧ପ୍ରତିଶତ ଅଧିକ କରି ୩୦୬୨.୩୦ରୁ ୩୩୯୭.୩୨କଲା ପରେ ମଧ୍ୟ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗର ଦୟନୀୟ ସ୍ଥିତି ପାଇଁ ବିଜେପି ଯୁବ ମୋର୍ଚ୍ଚା ଦୃଢ଼ ନିନ୍ଦା କରୁଛି । ରାଜ୍ୟ ସରକାର ବଭିନ୍ନ ବିଭାଗର ଦୁର୍ନୀତରି ପାହାଡ ଉପରେ ବସିଛନ୍ତି । ରାଜ୍ୟ ସରକାର ପ୍ରତିବର୍ଷ ରାଜ୍ୟ ରାଜକୋଷରୁ ୨୫ଶହ କୋଟି ଟଙ୍କା ବ୍ୟୟ କରୁଥିବା ସ୍ୱତେ ରାଜ୍ୟର କ୍ରୀଡା ବିଭାଗର ହଷ୍ଟେଲ, ପ୍ରଶିକ୍ଷଣ କ୍ୟାମ୍ପ, କ୍ରୀଡାବିତ୍‌ମାନଙ୍କ ସ୍ତିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଅଛି କଣ ପାଇଁ? ରାଜ୍ୟ ସରକାରଙ୍କ କେବଳ ହକିରେ ୧୦୯୮ କୋଟି ବ୍ୟୟ କରୁଛନ୍ତି ମାତ୍ର ୧୫ମାସରେ ରାଉରକେଲା ହକି ଷ୍ଟାଡିୟମ କରି ରାଜ୍ୟ ସରକାରଙ୍କ ୫-ଟି ବିଭାଗ ଏଭଳି ଦୁର୍ନିତି କରିଲା ଯେ, ମାତ୍ର ୪ମାସ ମଧ୍ୟରେ ଧ୍ୟାନଚାନ୍ଦ ପ୍ରତିମୂର୍ତି ଭାଙ୍ଗିବା ଘଟଣା ଆମ ରାଜ୍ୟକୁ ଜାତୀୟସ୍ତରରେ ନିନ୍ଦିତ କରିଛି । ମହିଳା ଖେଳାଳିଙ୍କ ସଫଳତା ଏବଂ ସାମର୍ଥକୁ ପ୍ରୋତ୍ସାହନ କରି କ୍ରୀଡାବିତ୍‌ମାନେ ଭାରତର ତୃଣମୂଳ ସ୍ତରରେ ଚ୍ୟାଲେଞ୍ଜ କରିଛନ୍ତି ଏବଂ ଅନ୍ୟ ମହିଳାମାନଙ୍କୁ କ୍ରୀଡା ଚଳାଇବାକୁ ପ୍ରେରଣା ଦେଇଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।  

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଗଣମାଧ୍ୟମ ସଂଯୋଜକ ଚଣ୍ଡୀ ପ୍ରସାଦ ବେହେରା, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ତଥା “ଖେଳ ଇଣ୍ଡିଆ” ରାଜ୍ୟ ସଂଯୋଜକ ରାଜେଶ ମହାପାତ୍ର , ରାଜ୍ୟ ଯୁବ ମୋର୍ଚ୍ଚା କୋଷାଧକ୍ଷ ରାଜେଶ ମହାକୁଡ଼, ରାଜ୍ୟ କାର୍ଯ୍ୟାଳୟ ସମ୍ପାଦକ ଆଶୁତୋଷ ବେହେରା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ପାରା ବ୍ୟାଡମିଣ୍ଟନ୍ ଆଥଲେଟ ଆକାଶ ଙ୍କୁ ଏମସିଏଲ ର ସ୍ପନସରସିପ

masiha

ବଙ୍ଗୋମୁଣ୍ଡା ଠାରେ ମା ଠାକୁରାଣୀ ସ୍ପୋର୍ଟସ୍ କ୍ଲବ ଫୁଟବଲ ଉଦଘାଟିତ

masiha

ଲଗାତାର ୨ୟ ଥର ବିଜୟ ର ମୁକୁଟ ପିନ୍ଧିଲା କନ୍ତିଓ ପୁଟସାହି

Sunil Chandra Nayak

Leave a Comment

error: Content is protected !!