ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାଥୋତ୍ସବ

ଉପଖଣ୍ଡ ପ୍ରଶାସନ ପକ୍ଷରୁ ପାଥୋତ୍ସବ

କାମାକ୍ଷାନଗର (ମନିସ )28/10/23 // କାମାକ୍ଷାନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ଭାରତ ସରକାରଙ୍କ ନିର୍ବାଚନ ଅଧିକାରୀଙ୍କ ନିର୍ଦେଶ ଅନୁଯାୟୀ ସହରର ହନୁମାନ ବଜାର ଠାରୁ ଜଗନ୍ନାଥ ବଜାର ମଧ୍ୟରେ ଏକ ପାଥୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l କାମାକ୍ଷାନଗର ଓ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ ମୁଖ୍ୟତିଥି ଭାବେ ଯୋଗ ଦେଇ ସରକାରଙ୍କ ପକ୍ଷରୁ ଆଗାମୀ ଜାନୁଆରୀ ୧ ତାରିଖ ମଧ୍ୟରେ ୧୮ ବର୍ଷ ପ୍ରାପ୍ତ ହୋଇଥିବା ଯୁବକ ଯୁବତୀ ମାନେ ଯେପରି ସୁବିଧାରେ ମତ ଦାନ କରି ପାରିବେ ସେଥିପ୍ରତି କେନ୍ଦ୍ର ସରକାର ଗୁରୁତ୍ୱ ଦେଉଥିବାର ପ୍ରକାଶ କରିଥିଲେ l ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗ ଦେଇ ମାତଦାତା ମାନେ ନିଜର ନିର୍ଭୁଲ ଭାବେ କିପରି ଭୋଟର ତାଲିକା ସଂଶୋଧନ କରିବା ସହିତ ମତଦାନ ସାବ୍ୟସ୍ତ କରିବେ ସେଥିପ୍ରତି ସମସ୍ତଙ୍କ ମଧ୍ୟରେ ସଚେତନତା ଆବଶ୍ୟକ ବୋଲିମାତବ୍ୟକ୍ତ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ କଙ୍କଡ଼ାହାଡ଼ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ଯଶୋବନ୍ତ ଦେହୁରୀ,ପରଜଙ୍ଗ ଅତିରିକ୍ତ ତହସିଲଦାର, ସହକାରୀ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ରହି ମତଦାନ ଉପରେ ସୂଚନା ପ୍ରଦାନ କରିଥିଲେ l ସହକାରୀ ଜିଲ୍ଲାପାଳ ଦୀପକ କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଅନ୍ୟତମ ସହକାରୀ ଜିଲ୍ଲାପାଳ ମଦନ ମୋହନ ଜେନା ଧନ୍ୟବାଦ ଦେଇଥିଲେ l ସହକାରୀ ଜିଲ୍ଲାପାଳ ଅର୍ଚନା ଗୌଡାଙ୍କ ତତ୍ୱାବଧାନ ରେ ସତ୍ୟପ୍ରକାଶ ସାହୁ, ସୁବ୍ରତ ବେହେରା,ରଶ୍ମିରଞ୍ଜନ ବିଶ୍ୱାଳ, ହାଡିବନ୍ଧୁ ସାହୁ ,ପ୍ରମୁଖ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ l ଏଇ ଅବସରରେ ବିଭିନ୍ନ ଶିକ୍ଷାନୁଷ୍ଠାନ ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଭୋଟ ସଚେତନତା ବାର୍ତ୍ତା କୁ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଦର୍ଶନ କରିଥିଲେ l ଏହି ଉତ୍ସବରେ ସାହସ୍ରାଧିକ ଜନସମାବେଶ ଘଟିଥିଲା l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଳସେଚନ ଦାବି ରେ ପୁଣି ଧର୍ମଗଡ ଠାରେ ପ୍ରସ୍ତୁତି ବୈଠକ। ଆସନ୍ତାକାଲି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ନିକଟରେ ଧାରଣା ନିଷ୍ପତ୍ତି….

masiha

ଦିଘାଠାରେ ନିର୍ମିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ବାବଦରେ  ତଦନ୍ତ ରିପୋର୍ଟ ପ୍ରଦାନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

masiha

ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳନ ଉତ୍ସବ ଉଦଯାପିତ 

masiha

Leave a Comment

error: Content is protected !!