ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ ରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ

ଜୁନାଗଡ଼ / ୦ ୩/୧୧ ( ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାଇ ସ୍କୁଲ ଖେଳ ପଡିଆ ଠାର ଆଜି ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ଏହି ଅବସରରେ ଜୁନାଗଡ଼ ବିଧାୟକ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କ ତତ୍ୱ।ବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ଉପଧକ୍ଷ। ଶ୍ରୀମତୀ ସୁଧିରା ମେହେର ,ଜୁନାଗଡ଼ ବ୍ଲକ ଅଧକ୍ଷ। ଶ୍ରୀମତୀ ସବିତା ମେହେର , ଜୁନାଗଡ଼ ବି ଡି ଓ ଦେବାଶିଷ କର ,ଉପ।ଧକ୍ଷ ପ୍ରମୋଦ ବେହେରା ,ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ଜୁନାଗଡ଼ ଏନଏସି ଅପାଧକ୍ଷ୍ୟା ହିମାଦ୍ରୀ ନାଏକ,ଜିପିଇଓ ରାଜେନ୍ଦ୍ର ଭୋଇ ,ସାମାଜିକ ସୁରକ୍ଷା ଅଧିକାରୀ ତୁଷାର ରଞ୍ଜନ ସାହୁ ,କନିଷ୍ଠ ଯନ୍ତ୍ରୀସଞ୍ଜୟ ମଲ୍ଲିକ, ପ୍ରମୁଖ ଉପସ୍ଥିତ ରହି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭିଡିଓ କ ନଫରସିଂ ମାଧ୍ୟମରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।ଏଥିରେ ବ୍ଲକର ପ୍ରେତେକ ପଞ୍ଚାୟତକୁ ୫୦ ଲକ୍ଷ ସହାୟତା ରାଶି ଘୋଷଣା କରିଥିଲେ ।ଜୁନାଗଡ଼ ବ୍ଲକର ୩୪ ଟି ପଞ୍ଚାୟତର ୫୧୮ଟି ପ୍ରକଳ୍ପ ପାଇଁ ୧୭ କୋଟି ଟଙ୍କା ର ବିଭିନ୍ନ ଉନ୍ନୟନ ରାଶି ଦ୍ୱାରା ଜନସାଧାରଣ ଏହି କାର୍ଯ୍ୟକ୍ରମ ର ସୁଵିଧା ପାଇପାରିବେ ।ଆଜି ସକାଳ ଦିନ ୧୧ ଟା ସମୟରେ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ଅଧକ୍ଷ ଭିକେ ପାଣ୍ଡିଆନ ଜନସାଧାରଣଙ୍କୁ ଭିଡିଓ କ ନ ଫରସିଂ ମାଧ୍ୟମରେ ଏହି ପ୍ରକଳ୍ପ ନେଇ ଜନସାଧାରଣଙ୍କୁ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମ ରେ ଜିଲ୍ଲା ପରିଷଦ ସଭ୍ୟ ,ସରପଞ୍ଚ ,ସମିତି ସଭ୍ୟ ,ବ୍ଲକ କର୍ମଚାରୀ ତଥା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ।ମାନେ ହଜାର ହଜାର ସଂଖ୍ୟାରେ ଯୋଗଦାନ କରି ଆମ ଓଡ଼ିଶା ନବୀନ ଓଡିଶା ଏବଂ ଜୟ ଜଗନ୍ନାଥ ,ଜୟ କଳାହାଣ୍ଡି ନାରା ଦେଇଥିଲେ ।ମହିଳାଙ୍କ ହୁଳହୁଳି ଧ୍ୱନୀରେ ଆମ ଓଡ଼ିଶା ନବୀନ ଓଡିଶା ମଣ୍ଡପ କମ୍ପିଉଠି ଥିଲା । ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଭବାନୀପାଟଣା ନଗରପାଳ ଆଦିତ୍ୟ ନନ୍ଦ, ଜୁନାଗଡ଼ ର ମହେଶ ସାହୁ ସମେତ ଅନେକ ଦଳୀୟ କର୍ମକର୍ତା ଓ ଜନସାଧାରଣ ଯୋଗ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଗୋଳାମୁଣ୍ଡା ବ୍ଲକ ର ବିଭିନ୍ନ ଗ୍ରାମରେ ପାଳିଲେ ନୂଆଁଖାଇ ପର୍ବ

masiha

ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

masiha

ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ତାଲା ମାରି ଅଟକ ରଖିଲେ ଓ୍ବାର୍ଡ଼ମେମ୍ବର

masiha

Leave a Comment

error: Content is protected !!