ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାବିତ୍ ପ୍ରବୀର କୁମାର ଦୁବେଙ୍କୁ ସମ୍ବର୍ଦ୍ଧନା

ଶିକ୍ଷାବିତ୍ ପ୍ରବୀର କୁମାର ଦୁବେଙ୍କୁ ସମ୍ବର୍ଦ୍ଧନା

ରାଉରକେଲା/ସହରର ଜଣେ ଜଣାଶୁଣା ଶିକ୍ଷାବିତ୍ , ରାଉରକେଲା ର ଗର୍ବ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କୁ ଇସ୍ପାତ ସାହିତ୍ୟ ଖଟିରେ ଶିକ୍ଷା ନିବୃତ ଭାବେ ଓ ନୂତନ ଜୀବନର ଅୟମାରମ୍ଭ ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି। ଶ୍ରୀ ଦୁବେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରିବା ସହ ବିଦ୍ୟାଳୟର ଗରିମା କୁ ବଜାୟ ରଖିବା ହେଉ ବା ବିଭିନ୍ନ ସମୟରେ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେ ନିଜର ସାଂଗଠନିକ ଦକ୍ଷତା ର ପ୍ରମାଣ ଦେଇଛନ୍ତି। ତେବେ ଏକ ନିରାଡ଼ମ୍ବର କାର୍ଯ୍ୟକ୍ରମରେ ଶ୍ରୀ ଦୁବେଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷାବିତ୍ ତଥା ଗାଳ୍ପିକ କାଶୀନାଥ ନନ୍ଦୀ, ଶିକ୍ଷାବିତ ତଥା କଵୟତ୍ରୀ ବିଜୟିନୀ ଜେନା, ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର, ଶିଶୁ ସାହିତ୍ୟିକ ଗଙ୍ଗାଧର ପୁହାଣ ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଶ୍ରୀ ଦୁବେ ସମସ୍ତଙ୍କୁ କୃତଜ୍ଞତା ଜଣାଇବା ସହ ଆଗାମୀ ଦିନରେ ଓଡ଼ିଆ ଭାଷା ସାହିତ୍ୟର ବିକାଶ ନିମନ୍ତେ ନିଜକୁ ନିୟୋଜିତ କରିବେ ବୋଲି କହିଛନ୍ତି। ଶେଷରେ ଶ୍ରୀ ନନ୍ଦୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ

masiha

୩ବର୍ଷ ନିର୍ମାଣଧୀନ ରାଇହରି ପଞ୍ଚାୟତ ମାର୍କେଟ କମ୍ପ୍ଲେକ୍ସ ବେକାର ଯୁବକଙ୍କ କାମରେ ଲାଗୁନି; ପଞ୍ଚାୟତ ତରଫରୁ ଯୋଗ୍ୟ ବେକାରୀଙ୍କୁ ଆବଣ୍ଟନରେ ବିଳମ୍ବ ନେଇ ରହସ୍ୟ କ’ଣ ?

Sunil Chandra Nayak

ବଲାଙ୍ଗୀରରେ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ଆଇ ଟି ଆଇ ଠାରେ ସଚେତନତା କାଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!