ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା ଏକ ବ୍ୟାପକ ପରିଭାଷା, ଶିକ୍ଷା ମଣିଷ ଜୀବନରେ ଶ୍ରେଷ୍ଠ ଆବିଷ୍କାର –ରନ୍ଧାରି

ଶିକ୍ଷା ଏକ ବ୍ୟାପକ ପରିଭାଷା, ଶିକ୍ଷା ମଣିଷ ଜୀବନରେ ଶ୍ରେଷ୍ଠ ଆବିଷ୍କାର –ରନ୍ଧାରି

ଜିଲ୍ଲା ସ୍ତରୀୟ ସର୍ଗିଫୁଲରେ 2ୟ ରଜନୀ ଅନୁଷ୍ଠିତ

ପାପଡାହାଣ୍ଡି,16/11, ମନିସ —- ନବରଙ୍ଗପୁର ଜିଲ୍ଲା ମଙ୍ଗଳ ବିଭାଗ ତରଫରୁ ପାପଡାହାଣ୍ଡି ବ୍ଲକ ଦଳେଇଗୁଡା ସରକାରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସର୍ଗିଫୁଲ କାର୍ଯ୍ୟକ୍ରମର 2ୟ ରଜନୀ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମଙ୍ଗଳ ଅଧିକାରୀ ତଥା ସର୍ଗୀ ଫୁଲ କମିଟିର ଅଧକ୍ଷ ପାଲକା ରବୀନ୍ଦ୍ରଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ସାଂସଦ ରମେଶ ମାଝୀ ଯୋଗଦେଇ ନିଜ ନିଜ ଭିତରେ ମିଶିବା ଓ ପ୍ରତିଭା ଦେଖାଇବାରେ ମାଧ୍ୟମ ହେଉଛି ସର୍ଗିଫୁଲ ବୋଲି କହିଥିଲେ | ରାଜ୍ୟ ସରକାର ଏଥି ଲାଗି ବହୁତ ଯୋଜନା କରିଛନ୍ତି | କେବଳ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୀମିତ ନ ରଖି ଆଦିବାସୀ ଜନ ଜାତି ଛାତ୍ରୀ ଛାତ୍ରଙ୍କ ର ପ୍ରତିଭାକୁ ଉନ୍ମୋଚନ କରଯାଉଛି | ସମ୍ମାନିତ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରି ଯୋଗଦେଇ ଶିକ୍ଷା ଏକ ବ୍ୟାପକ ପରିଭାଷା , ଶିକ୍ଷା ମଣିଷ ଜୀବନର ଶ୍ରେଷ୍ଠ ଆବିଷ୍କାର ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଏଥି ଲାଗି ପଢିବା ଗଢିବା ଓ ଶ୍ରେଷ୍ଠ ହେବା ଲାଗି ମନ୍ତ୍ର କହୁଥିବା କହିଥିଲେ | ନିଜେ କରିପାରିବାର ବିଶ୍ୱାସ ରଖିଲେ ଜଣେ ଭଲ ମଣିଷ ହୋଇପାରିବ | ଯଦି ମଙ୍ଗଳ ବିଭାଗରେ ବିଜ୍ଞାନରେ ଅଧ୍ୟୟନ ରତ 10ଗୋଟି ବ୍ଲକର ଜଣେ ଜଣେ ମେଧାବୀ ଛାତ୍ରୀ ଛାତ୍ର ଦେଲେ ତାଙ୍କୁ ସେ ମାଗଣାରେ ଉଡ଼ାଜାହାଜ ଉଢାଇବା ତାଲିମ ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ | ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ ଛାତ୍ରୀ ଛାତ୍ରଙ୍କ ସୁଯୋଗରେ ଏକ ମାଧ୍ୟମ ଶିଶୁ ମହୋତ୍ସବ, ପ୍ରତିଯୋଗିତା ରେ ଅସଫଳ ହେଲେ ବି ଅଗାମି ଦିନରେ ସଫଳ ହେବା ଲାଗି ପ୍ରୟାସ କର ବୋଲି କହିଥିଲେ | ଅନ୍ୟ ଅତିଥି ଭାବେ ଅଧକ୍ଷା ହେମଲତା ମାଝୀ, ଅତିରିକ୍ତ ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ସାହୁ, ପୂର୍ବତନ ପଣ୍ଡିକୋଟ ସରପଞ୍ଚ ଶିବ ପ୍ରସାଦ ଅଗ୍ରୱାଲ ପ୍ରମୁଖ ଯୋଗଦେଇଥିଲେ | ଅତିଥି ମାନେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ସର୍ଗି ଫୁଲରେ ମୋହତ୍ୱ ନେଇ କହିଥଲେ | କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜରେ ପ୍ରତିଭା ଦେଖାଇବା ଲାଗି ପରାମର୍ଶ ଦେଇଥିଲେ | କରିବାର ଯଦି ଆଗ୍ରହ ଅଛି ତାହା ହେଲେ ତୂମକୁ କେହି ରଖି ପରିବେ ନାହିଁ ବୋଲି କହିବା ସହ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ ବୋଲି କହିଥିଲେ | ଏହି ଅଵସରରେ ମଞ୍ଚରେ ପ୍ରଧାନ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ | ଜିଲ୍ଲାର 26 ଜନ ଅଵସର ପ୍ରାପ୍ତ ଶିକ୍ଷୟତ୍ରୀ ଶିକ୍ଷକଙ୍କୁ ଅତିଥି ମାନେ ଉପ ଢ଼ୋକନ ଦେଇ ସମ୍ମାନିତ କରିଥିଲେ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଛାତ୍ରୀ ଛାତ୍ର ଭାଗ ନେଇଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜିତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୫ଟି ହାଇସ୍କୁଲ ରୂପାନ୍ତରିଣ କାର୍ଯ୍ୟକ୍ରମ

ରାଇରଙ୍ଗପୁରରେ ମା’ ଶାରଦା ସେବାସଂଘର ୨୯ ତମ ବାର୍ଷିକୋତ୍ସବ

Sunil Chandra Nayak

ଓଏଏସ୍ ପରୀକ୍ଷାରେ ରାଉରକେଲାର ସ୍ଥିତପ୍ରଜ୍ଞ

Sunil Chandra Nayak

Leave a Comment

error: Content is protected !!