ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଥୁଆମୁଲ ରାମପୁର ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଥୁଆମୁଲ ରାମପୁର ଠାରେ ବିଶ୍ୱ ଏଡ୍ସ ଦିବସ ପାଳିତ

ଥୁଆମୁଳ ରାମପୁର-ସ୍ଥାନୀୟ ମା ମାଣିକେଶ୍ବରୀ ପ.ସ. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ସହିତ ବିଶ୍ୱ ଏଡ୍ସ ଦିବସ ପାଳିତ ହୋଇ ଯାଇଛି । ଏହି ଅବସର ରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଏକ ସଚେତନ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା ଓ କଲେଜ ସଭାଗୃହ ରେ ଏଡ୍ସ ସମ୍ପର୍କରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା ।ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମୁଣ୍ଡଛିନା ଏଥିରେ ସଭାପତିତ୍ୱ କରିଥିଲେ ଏବଂ ଡାକ୍ତର ନୀତିଶ କୁମାର ଝା ମୁଖ୍ୟଅତିଥି ଭାବରେ ଯୋଗ ଦେଇ ଏଡ୍ସ ର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହିତ ଏହାର ନିରାକରଣ ଓ ସତର୍କତା ସମ୍ପର୍କରେ ବିସ୍ତୃତ ଭାବରେ ଶିକ୍ଷା ପ୍ରଦାନ କରିଥିଲେ । ଏହି ସଭାରେ ଯୁବ ରେଡ଼କ୍ରସ ପରାମର୍ଶଦାତା ଶ୍ରୀ ସରୋଜ କୁମାର ପଟ୍ଟଯୋଶୀ ସମସ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅଧ୍ୟାପକ ବବୃ ବାହାନ ବୁଦ୍ଧିଆ, ଆଲୋଚନା ସଭା ଓ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଅଧ୍ୟାପକ ଉଦ୍ଧବ ବାରିକ, ଶେକ ଅଖତର,କ୍ରୀଡା ଶିକ୍ଷକ ଶ୍ରୀ ବନବିହାରି ପରିଡା, ସତ୍ୟନାରାୟଣ ଦାସ, ଆଲୋକ ମୁଣ୍ଡ, ତୁଳସୀରାମ ନାଏକ ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ । ବିଜେତା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ପରେ ସଭା କାର୍ଯ୍ୟ ଶେଷ ହୋଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଓଭରହେଡ଼ ଟେଙ୍କ କାମ ପ୍ରାରମ୍ଭରୁ ନିମ୍ନ ମାନର କାମ ଅଭିଯୋଗ  

masiha

ଆମ୍ବେଦକର ଙ୍କ ସ୍ମୃତିରେ ସମ୍ବିଧାନ ସୁରକ୍ଷା ସମ୍ପର୍କିତ ଆଲୋଚନା ଚକ୍ର

masiha

ଗାରିଡ଼ିରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଶୁଣାନୀ ୩୦ ଟି ଅଭିଯୋଗ ଶୁଣିଲେ ବିଡ଼ିଓ 

masiha

Leave a Comment

error: Content is protected !!