ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡମ୍ବ ସମାଜ ର ସାମୁହିକ ବିକାଶ ପାଇଁ ଦୃଷ୍ଟି ଆକର୍ଷଣ 

ଡମ୍ବ ସମାଜ ର ସାମୁହିକ ବିକାଶ ପାଇଁ ଦୃଷ୍ଟି ଆକର୍ଷଣ 

 

ରାୟଗଡ଼ା ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ମାନଙ୍କରେ ବସବାସ କରୁଥିବା ଡମ୍ ବା ଡମ୍ବ ସମାଜର ଲୋକମାନଙ୍କର ଶିକ୍ଷା ଓ ସାମାଜିକ ସ୍ଥିତି ତଥା ଆର୍ଥିକ ସମସ୍ୟା ଓ ରାଜନୈତିକ ଅବହେଳା  ଜିଲ୍ଲା ଡମ୍ ସମାଜର ସଦସ୍ୟ ବୃନ୍ଦ ନିମ୍ନ ରେ ଦର୍ଶାଯାଇଥିବା କେତୋଟି ବିନ୍ଦୁ ପ୍ରତି ଦୃଷ୍ଟି ଆକର୍ଷଣ କରୁଅଛୁ।

ପ୍ରତ୍ୟେକ କ୍ଷେତ୍ର ( ଶିକ୍ଷା ସ୍ବାସ୍ଥ୍ୟ ଆର୍ଥିକ ଓ ରାଜନୈତିକ) ରେ ଅନୁନ୍ନତ ରାୟଗଡ଼ା ଜିଲ୍ଲାର ମୋଟ ଜନସଂଖ୍ୟା ର ଦ୍ଵିତୀୟ ସ୍ଥାନରେ ଥିବା ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ ମଧ୍ୟ ଜିଲ୍ଲାର ଏକ ବଡ଼ ଭୋଟର ଙ୍କ ଅନୁସୂଚୀତ ଜାତି ବା SC ବିଶେଷ କରି ଡମ୍ବ ସମାଜ କେବଳ ଜନସଂଖ୍ୟାରେ ହିଁ ନୁହେଁ ଭୌଗଳିକ ଦୃଷ୍ଟି ରୁ ମଧ୍ୟ ଦକ୍ଷିଣ ଓଡ଼ିଶା ର ଅନେକ ଜିଲ୍ଲା ଯଥା -: କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ ଓ ଗଜପତି ରେ ମଧ୍ୟ ବହୁଳ ମାତ୍ରା ରେ ଏହି ଡମ୍ ସମାଜ ର ଲୋକମାନେ ଆଦିମ କାଳରୁ ବସବାସ କରି ଆସୁଛନ୍ତି ଏବଂ ଏ ସମସ୍ତଙ୍କର ଭାଷା,ସଂସ୍କୃତି ଓ ପରମ୍ପରା ମଧ୍ୟ ସମାନ ଓ ଗୋଟିଏ ପ୍ରକାର। ଗତ ପ୍ରାୟ ପଚିଶ ବର୍ଷ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବଧିନ ସରକାର ଏବଂ ତାଙ୍କର ବିଜେଡ଼ି ଦଳ କୁ ଆମ ଡମ୍ ସମ୍ପ୍ରଦାୟ ର ଲୋକ ପୂର୍ଣ୍ଣ ରୂପେ ସମର୍ଥନ ଦେଇ ଆସୁଛୁ। ଏହା ସତ୍ତ୍ୱେ ଏହାର ପ୍ରତି ବଦଳରେ ଏହି ଅନୁସୂଚୀତ ଜାତି ( ବିଶେଷ କରି ଡମ୍/ଡମ୍ବ ସମାଜ) ର ଲୋକଙ୍କ ପାଇଁ ସେଭଳି କିଛି ବି ଆଖି ଦୃଶିଆ ବା ଅତି କମରେ ଏକ ଶାନ୍ତନା ମୂଳକ ପୁରସ୍କାର ରୂପରେ ମଧ୍ୟ କୌଣସି କାମ କରାଯାଇ ନାହିଁ। ଅର୍ଥାତ୍ ଅନୁନ୍ନତ ରାୟଗଡ଼ା ଜିଲ୍ଲାର ଭୂମି ହୀନ, ସମ୍ବଳ ହୀନ, ବେରୋଜଗାରୀ, ଗରୀବ ଶୋଷିତ ଶିକ୍ଷା ସାମାଜିକ ଆର୍ଥିକ ଓ ରାଜନୈତିକ କ୍ଷେତ୍ରରେ ଅବହେଳିତ 

  ଆଜି ଡ଼ମ ସମାଜ ଦ୍ୱାରା ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।.ଅନୁସୂଚୀତ ଜନଜାତି ଓ ଅନୁସୂଚିତ ଜାତି କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ସ୍କୁଲ ମାନଙ୍କରେ ଅନୁସୂଚୀତ ଜାତି ବର୍ଗର ପିଲାଙ୍କ ନିମନ୍ତେ କେବଳ ୧୦% ସିଟ୍ ସଂରକ୍ଷଣ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଏହାଦ୍ବାରା ଅନେକ ଛାତ୍ର ଛାତ୍ରୀ ଶିକ୍ଷା ରୁ ବଞ୍ଚିତ ହେଉଛନ୍ତି। ତେଣୁ ବର୍ତ୍ତମାନ ଜିଲ୍ଳାର ଯେଉଁ ଆଶ୍ରମ, ହାଇସ୍କୁଲ ଏବଂ +2 ଆବାସିକ ସ୍କୁଲ ମାନ ରହିଛି ସେହି କ୍ୟାମ୍ପସ ଭିତରେ SC ଛତ୍ର/ଛାତ୍ରୀ ମାନଙ୍କ ପାଇଁ ଅତିରିକ୍ତ ୧୦୦/୨୦୦/୩୦୦/୪୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର ଆବାସିକ ହଷ୍ଟେଲ ର ବ୍ୟବସ୍ଥା କରାଯାଉ। କିନ୍ତୁ ଏହା ଦ୍ଵାରା ଅନୁସୂଚୀତ ଜନଜାତି ( ST ) ର ଛାତ୍ର ଛାତ୍ରୀ ଙ୍କ ନିମନ୍ତେ ଉଦ୍ଦିଷ୍ଟ ସିଟ୍ ସଂଖ୍ୟା( ୯୦%) ପ୍ରଭାବିତ ନ ହୋଇ ଯଥାସ୍ଥିତି ବଜାୟ ରଖାଯାଉ । ଏଥିପ୍ରତି ବିଶେଷ ଧ୍ୟାନ ଦେବା ପାଇଁ ମଧ୍ୟ ଅନୁରୋଧ। 

ପ୍ରତ୍ୟେକ ବ୍ଲକ ରେ ଅନୁସୂଚୀତ ଜାତି ର ଛାତ୍ରଛାତ୍ରୀ ଙ୍କ ନିମନ୍ତେ 500 ଶଯ୍ୟା ବିଶିଷ୍ଟ ଦେୟ ମୁକ୍ତ ଆବାସିକ ହଷ୍ଟେଲ ନିର୍ମାଣ କରାଯାଉ। 

  ଏକ ହଜାର ଶଯ୍ୟା ବିଶିଷ୍ଟ ଜିଲ୍ଲା ସ୍ତରୀୟ ଦେୟ ମୁକ୍ତ ଆବାସିକ ହଷ୍ଟେଲ ନିର୍ମାଣ କରାଯାଉ ଯେଉଁଠି ରାୟଗଡା କଲେଜ ଓ ଅନ୍ୟ ପ୍ରାଇଭେଟ୍ କଲେଜ ରେ +2, +3, ଓ PG ପର୍ଯ୍ୟନ୍ତ ଅଧ୍ୟୟନ କରୁଥିବା SC ଛାତ୍ର ମାନେ ରହିବା ପାଇଁ ସୁଯୋଗ ପାଇବେ।

ସେହିପରି SC ଛାତ୍ରୀ ମାନଙ୍କ ପାଇଁ 1000 ବିଶିଷ୍ଟ ଦେୟ ମୁକ୍ତ ଆବାସିକ ହଷ୍ଟେଲ ନିର୍ମାଣ କରାଯାଉ ଯେଉଁଥିରେ ରହି ସେମାନେ +2,+3 ଓ PG ପର୍ଯ୍ୟନ୍ତ ମଧ୍ୟ ରାୟଗଡ଼ା କଲେଜ, ମହିଳା ମହା ବିଦ୍ୟାଳୟ ଓ ଅନ୍ୟ ପ୍ରାଇଭେଟ୍ କଲେଜ ମାନଙ୍କରେ ଅଧ୍ୟୟନ କରିପାରିବେ ।

 ଜିଲ୍ଲାରେ ପ୍ରତିବର୍ଷ SC ST ଛାତ୍ରଛାତ୍ରୀଙ୍କର ସଂଖ୍ୟା ବୃଦ୍ଧି କୁ ଦୃଷ୍ଟିରେ ରଖି ରାୟଗଡ଼ା Autonomous କଲେଜ , ମହିଳା ମହା ବିଦ୍ୟାଳୟ, ଗୁଣୁପୁର ମହା ବିଦ୍ୟାଳୟ ଓ ଜିଲ୍ଲାର ଅନ୍ୟ ସମସ୍ତ ସରକାରୀ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଯଥା ମୁନିଗୁଡା, ବିଷମକଟକ,J K ପୁର ,କାଶିପୁର ଇତ୍ୟାଦି ରେ ଚାଲିଥିବା କଲେଜ ଗୁଡ଼ିକ ରେ ସିଟ୍ ସଂଖ୍ୟା ବୃଦ୍ଧି କରାଯାଉ ଓ ସେହି ଅନୁପାତରେ ଅଧ୍ୟାପକ ଓ ଅନ୍ୟାନ୍ୟ ର ଉନ୍ନତି କରଣ କରାଯାଉ।

  ଜିଲ୍ଳାର ସମସ୍ତ ସରକାରୀ ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ମାନଙ୍କରେ ଧନ୍ଦାମୂଳକ ଶିକ୍ଷା ଓ ତାଲିମ ସବୁ ଦେୟ ମୁକ୍ତ କରାଯାଉ ଏବଂ ସରକାର ସମସ୍ତ ଖର୍ଚ୍ଚ ବହନ କରନ୍ତୁ।

 ଜିଲ୍ଳା ର ପ୍ରତ୍ୟେକ ହାଇ ସ୍କୁଲ କୁ +୨ କୁ ଉନ୍ନୀତ କରାଯାଇ ଛାତ୍ର ଛାତ୍ରୀ ମାନଙ୍କ ପସନ୍ଦ ମୁତାବକ ବିଷୟ ଓ ଅନ୍ୟ ଧନ୍ଦା ମୂଳକ ବିଷୟ ଗୁଡ଼ିକ ପଢିବାକୁ ସୁଯୋଗ ଉପଲବ୍ଧ କରାଯାଉ ।

ଯେହେତୁ ଜିଲ୍ଲା ର ମୋଟ ଜନସଂଖ୍ୟା ଅନୁସାରେ SC ବା ଅନୁସୂଚୀତ ଜାତି ଦ୍ଵିତୀୟ ସ୍ଥାନରେ ଅଛି । ତେଣୁ ଜିଲ୍ଲାର ସବୁ ରାଜନୈତିକ ଦ୍ଵିତୀୟ ପଦ ଗୁଡ଼ିକ SC ବା ଅନୁସୂଚୀତ ଜାତି ପାଇଁ ସଂରକ୍ଷିତ ରଖାଯାଉ। ଉଦାହରଣ ସ୍ୱରୂପ ଜିଲ୍ଲା ପଞ୍ଚାୟତ ରେ ପଦପଦବୀ ନାଏବ ସରପଞ୍ଚ ଇତ୍ୟାଦି ପଦ ଗୁଡ଼ିକ ପୂର୍ଣ୍ଣ ରୂପେ ଅନୁସୂଚିତ ଜାତି ପାଇଁ ସଂରକ୍ଷଣର ବ୍ୟବସ୍ଥା କରାଯାଉ।

 ରାୟଗଡ଼ା ଜିଲ୍ଲା ରେ ତିନୋଟି ବିଧାନସଭା ଆସନ ରହିଛି ଏବଂ ସେସବୁ ଅନୁସୂଚୀତ ଜନଜାତି ( ST ) ବର୍ଗଙ୍କ ନିମନ୍ତେ ସଂରକ୍ଷିତ ରହିଛି। ତିନୋଟି ରୁ ଏହାକୁ ଛଅ ଗୋଟି ବିଧାନ ସଭା ଆସନ କୁ ବୃଦ୍ଧି କରି ବର୍ଦ୍ଧିତ ତିନୋଟି ବିଧାନ ସଭା ଆସନ ମଧ୍ୟ ରୁ ଗୋଟିଏ ବିଧାନ ସଭା ଆସନ ଅନୁସୂଚୀତ ଜାତି ( SC ) ଙ୍କ ପାଇଁ, ଦ୍ଵିତୀୟ ଟି କୁ ସାଧାରଣ ବର୍ଗ (General) ଙ୍କ ପାଇଁ ଏବଂ ତୃତୀୟଟି କୁ ସାଧାରଣ ବର୍ଗର ମହିଳା ( General ladies ) ଙ୍କ ପାଇଁ ସଂରକ୍ଷିତ ରଖାଯାଉ। ଏହି ପରିପ୍ରେକ୍ଷୀରେ ଆମର ପ୍ରସ୍ତାବ ହେଉଛି ଯେ :- ଗୁଡ଼ାରୀ ଓ ରାମନାଗୁଡା ବ୍ଲକ୍ କୁ ନେଇ ଗୋଟିଏ ନୂଆଁ ବିଧାନସଭା ଆସନ ଏବଂ କେ.ସିଙ୍ଗପୁର ଓ କାଶିପୁର ବ୍ଲୋକ କୁ ନେଇ ଦ୍ଵିତୀୟ ନୂଆଁ ବିଧାନସଭା ଆସନ ଏବଂ ମୁନିଗୁଡା ବ୍ଲକ ଓ ଚନ୍ଦ୍ରପୁର ବ୍ଲକ କୁ ନେଇ ତୃତୀୟ ନୂଆଁ ବିଧାନସଭା ଆସନ ନିର୍ମାଣ କରାଯାଉ ଏବଂ ବନ୍ଧୁଗାଁ ବ୍ଲକ କୁ ରାୟଗଡ଼ା ଜିଲ୍ଲାରେ ସାମିଲ କରି ବନ୍ଧୁଗାଁ ବ୍ଲକ କୁ ରାୟଗଡ଼ା ବିଧାନସଭା ନିର୍ବାଚନ କ୍ଷେତ୍ର ରେ ସାମିଲ କରାଯାଉ , କାରଣ ବନ୍ଧୁଗାଁ ବ୍ଲକର ସବୁ ଅଞ୍ଚଳ ରାୟଗଡ଼ା ଜିଲ୍ଲା ମୁଖ୍ୟାଳୟ ଠାରୁ ଅତି ନିକଟ ଏବଂ ବନ୍ଧୁଗାଁ ବ୍ଲକର ଲୋକମାନଙ୍କର ସବୁ ପ୍ରକାର କାରବାର ରାୟଗଡ଼ା ସହିତ ଜଡ଼ିତ ଭୌଗଳିକ ଦୃଷ୍ଟିରୁ ମଧ୍ୟ ଏହା ଯୁକ୍ତି ଯୁକ୍ତ ଅଟେ।ତେଣୁ ସେ ବ୍ଲକର ପ୍ରଶାସନିକ ସମ୍ପର୍କ ମଧ୍ୟ ସୁଦୂର କୋରାପୁଟ ରୁ ବାହାର କରି ଯଦି ରାୟଗଡ଼ା ଜିଲ୍ଲାରେ ସାମିଲ କରି ଦିଆଯାଏ ତ ବନ୍ଧୁଗାଁ ବ୍ଲକ ବାସିନ୍ଦା ମାନେ ଉପକୃତ ହେବେ ବୋଲି ଅନୁରୋଧ ଜଣାଇଛନ୍ତି। ଆଶା କରୁଛୁ ଆମର ଏହି ପ୍ରସ୍ତାବ ପ୍ରତି ବିଶେଷ ଧ୍ୟାନ ଦିଆଯିବ ଏବଂ ଗୁରୁତର ସହ ବିଚାରକୁ ମଧ୍ୟ ନିଆଯିବ । ଉପରୋକ୍ତ ଛଅ ଗୋଟି ( ରାୟଗଡ଼ା , ବିଷମ କଟକ, ଗୁଣୁପୁର, ଗୁଡ଼ାରୀ, ମୁନିଗୁଡା ଓ କାଶିପୁର ) ବିଧାନସଭା କ୍ଷେତ୍ର ଗୁଡିକୁ କୁ ନେଇ ଗୋଟିଏ ରାୟଗଡ଼ା ଲୋକସଭା ଆସନ ର ବ୍ୟବସ୍ଥା କରାଯାଉ। ଏହା ଦ୍ଵାରା ଶାସନ ପ୍ରଶାସନ ସୁଚାରୁ ରୁପେ ଚାଲିବା ସଙ୍ଗେ ସଙ୍ଗେ ରାୟଗଡ଼ା ଜିଲ୍ଲାରେ ସାମାଜିକ ସମୀକରଣ ମଧ୍ୟ ସନ୍ତୁଳିତ ରହିବ। ଏହା ଫଳରେ ଜିଲ୍ଲାର ଅନୁସୂଚିତ ଜନ ଜାତି,ଅନୁସୂଚୀତ ଜାତି ଓ ସାଧାରଣ ବର୍ଗର ଲୋକଙ୍କୁ ରାଜନୈତିକ କ୍ଷେତ୍ରରେ ପ୍ରତିନିଧିତ୍ଵ ର ସୁଯୋଗ ମିଳିପାରିବ।

 ଜିଲ୍ଲା ର ଅନେକ ଗ୍ରାମ ରେ ଭୂମିହୀନ ଡମ୍ ସମାଜ ର ଲୋକ ବସବାସ କରନ୍ତି କିନ୍ତୁ ସେମାନଙ୍କ ମଧ୍ୟ ରୁ ଅଧିକାଂଶ ଲୋକଙ୍କୁ ନା ଘର ନା ଘର ଡିହ ପଟା ପ୍ରଦାନ କରାଯାଇଛି। ସେମାନଙ୍କୁ ଚିହ୍ନଟ କରାଯାଇ ଘର ପଟା ପ୍ରଦାନ କରାଯାଉ ଏବଂ ସେହି ଜାଗାରେ ସେମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କିମ୍ବା ରାଜ୍ୟ ସରକାରଙ୍କର ଯୋଜନା ଆଧାରରେ ପଟା ସହିତ ଘର ପ୍ରଦାନ କରିବା ସୁନିଶ୍ଚିତ କରାଯାଉ। 

 ଜିଲ୍ଲାର ଗ୍ରାମାଞ୍ଚଳ ରୁ ରୋଜଗାର ଅନ୍ଵେଷଣ ରେ ଆସି ଡମ୍ ସମାଜ ର ଯେଉଁ ଲୋକମାନେ ଭିନ୍ନ ଭିନ୍ନ ସହର ମାନଙ୍କରେ ଅସ୍ଵାସ୍ଥ୍ୟକର ପରିବେଶ ମଧ୍ୟରେ ବସବାସ କରିବାକୁ ବାଧ୍ୟ ହେଉଛନ୍ତି । ସେଗୁଡିକ ମଧ୍ୟରୁ ରାୟଗଡ଼ା ସହରର ଶ୍ରୀରାମ ନଗର, ନୂଆସାହି, ଆମ୍ବୋଗୁଡା, ଆର୍ କେ ନଗର ସାହି , ପୁରୁଣା ଡମ୍ ସାହି, ଫରେଷ୍ଟ ଅଫିସ୍ ସାଇଡ ଡମ୍ ସାହି, ମହିଳା ମହାବିଦ୍ୟାଳୟ ବେକ୍ ସାଇଡ ସାହି, ଢେପ ସାହି, ଓ ମାକଡଝୋଲା ସାହି ଏବଂ ସେହିପରି ଜେ.କେ. ପୁର ସହରର ହଳଦୀ ପଡ଼ା, ଗେଟି ପଡ଼ା , କଳାହାଣ୍ଡି ପଡ଼ା, ନୂଆ ପଡ଼ା, ବାପୁଜୀ ନଗର, ଅରବିନ୍ଦ ନଗର, ନୂଆଁ ମାର୍କେଟ ସାହି, ସାନ ଚାନ୍ଦିଲି, ଗାନ୍ଧୀ ପଡ଼ା ଇତ୍ୟାଦି ଅନ୍ୟତମ ଏବଂ ଏହା ବ୍ୟତିତ ମଧ୍ୟ ଡମ୍ ସମାଜ ର ଲୋକମାନେ ବସବାସ କରୁଥିବା ଅନ୍ୟ ଛୋଟ ଛୋଟ ସାହି ଗୁଡ଼ିକ ରହିଛି । ଏମାନେ ସମସ୍ତେ ପ୍ରାୟତଃ ଦିନ ମଜୁରିଆ, ଠିକା ମଜୁରିଆ ଓ ଅଣପଞ୍ଜିକୃତ ଶ୍ରମିକମାନେ । ଏଣୁ ସେମାନଙ୍କୁ ଠିକ୍ ଜାଗାରେ ଥଇଥାନ କରି ସେମାନଙ୍କ ପାଇଁ ଶିକ୍ଷା ସ୍ବାସ୍ଥ୍ୟ ଓ ରୋଜଗାର ର ବ୍ୟବସ୍ଥା କରାଯାଉ।

  ରାୟଗଡ଼ା ଜିଲ୍ଲାର ପ୍ରାୟ ସବୁ ଅଞ୍ଚଳରେ ବସବାସ କରୁଥିବା ଡମ୍ ସମାଜର ପାଠୁଆ, ଅଳ୍ପ ପାଠୁଆ ଓ ଅପାଠୁଆ ବେକାର ଯୁବକ ଯୁବତୀ ମାନଙ୍କୁ ମଧ୍ୟ ସ୍ଥାନୀୟ ଲାଞ୍ଜିଗଡ଼ ବେଦାନ୍ତ , ଇମ୍ଫା ଥେରୁବାଲି, ଜେ କେ ପେପର ମିଲ୍, ଉତ୍କଳ ଆଲୁମିନା ତଥା ଅନ୍ୟାନ୍ୟ ଆରମ୍ଭ ହେବାକୁ ଯାଉଥିବା ଶିଳ୍ପାନୁଷ୍ଠାନ ତଥା ମାଇନସ୍ ଗୁଡିକରେ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଗଲେ ଗ୍ରାମାଞ୍ଚଳରେ ବେରୋଜଗାରୀ ସମସ୍ୟା ଦୂର ହେବ। ଏହାଦ୍ବାରା ଅନ୍ୟ ରାଜ୍ୟ କୁ ଦାଦନ ଖଟି ଯିବା ସମସ୍ୟା ଦୂର ହୋଇପାରିବ । ଏହି କାର୍ଯ୍ୟକ୍ରମ ରେ ଧୋନିରାମ ନାୟକ, ଜନାର୍ଦନ ଗରଡା, ହଜାରୀ ନିମାଲୁ, ନରେନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ମାଥିଲି ବ୍ଲକ କନଫରେନ୍ସ ହୋଲ ରେ ଅବିଭକ୍ତ କୋରାପୁଟ ଜିଲ୍ଲା ର ୨୧ ପ୍ରକାର ଆଦିବାସି ମାନଙ୍କର ସମାଗମ 

masiha

ସ୍ଥାନାନ୍ତରିତ ହେଲା ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

Sunil Chandra Nayak

ବଜ୍ରପାତ ଘଟି ୧ ମୃତ, ୩ ଆହତ 

masiha

Leave a Comment

error: Content is protected !!