ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା – ଉତ୍କଳ ଦିବସ

 ଉତ୍କଳଦିବସ

ରାଗ (ବଙ୍ଗଳା ଶ୍ରୀ ) 

 

ଆମ ଏ ମଞ୍ଜୁଳ ଉତ୍କଳ ପ୍ରଦେଶ  

      ଗଙ୍ଗାଠାରୁ ଗୋଦାବରୀ –

ଯାଏ ବ୍ୟାପିଥିଲା ନାନା ଧନରତ୍ନେ

    ଯାର ଅଙ୍କାଥିଲା ଭରି (1)

 

ଓଡ଼ିଆ ପୁଅଙ୍କ ଉଦ୍ଦାମ ସାହସେ   

    ବୀରଦର୍ପେ ପ୍ରତିଘରେ

ଗର୍ବଗଉରବେ ବିଜୟ ପତକା

    ଉଡୁଥିଲା ଫର ଫରେ (2) 

 

ଉତ୍କଳ ଜନନୀ ଅରଣ୍ୟ ପର୍ବତେ   

   କିବାରମ୍ୟ ନଈନାଳେ

ଭରିଥିଲା ଦିନେ ଏବେବି ଭରିଛି    

    ସୁନାରୂପା ସୁନାଥାଳେ (3)

 

କେତଫୁଲଫଳ ମିଳେ ଉତ୍କଳରେ   

    କିଅବା ଖଣିଜ ଦ୍ରବ୍ୟ

କିବା ଲୁହାତମ୍ବା ଆଲୁମିନା ଆଦି

    ଜଗତର ଭବ୍ୟ ଦ୍ରବ୍ୟ (4)

 

ଏଠି ଜନ୍ମିଥିଲେ ଐର ଖାରବେଳ   

    ଗୋପବନ୍ଧୁ ମଧୁ ବାଜି

ସୁରେନ୍ଦ୍ର ସାଏ ଓ ରାମଚନ୍ଦ୍ର ଭଞ୍ଜ

    ବିଜୁବାବୁ ଅସ୍ତ୍ରେସାଜି (5)

 

ଏହି ବୀରପୁତ୍ର ଦେଶ ମାତୃକାର    

       ବୀର ମଧ୍ୟେଥିଲେ ସାର

ତାଙ୍କରି ବିପ୍ଳବେ ଗୋରା ସରକାର     

    ମାନିଥିଲେ ଦିନେହାର (6)

 

ଆମ ଏ ଓଡିଶା କେତେଯେ ମହାନ

   ଜ୍ଞାନ ବିଜ୍ଞାନରେ ଭରା,

ସଂକୃତି ସାହିତ୍ୟ ଇତିହାସ ପୋଥି

    ପୁରାଣରେ ମନୋହରା (7)

 

କାବ୍ୟ ଉପନ୍ୟାସ କବିତା, ଭୂଗୋଳ   

    ଜ୍ୟାମିତି ଗଣିତ ଭରା

ନାନା ଜ୍ୟୋତିଶାସ୍ତ୍ର ନରଜ୍ଞାନକୀର୍ତ୍ତି

    ମଞ୍ଜୁଳ କରିଛି ଧରା (8)

 

ସହସ୍ର ସାହିତ୍ୟ ଜ୍ଞାନ ଭଣ୍ଡାରର

    ମଣୁଥିଲେ ଗନ୍ତାଘର,

ହାରି ସନମାନ ଦେଲେ ବଙ୍ଗାଳିଏ

    ଆମ ସ୍ଵରେ ଦେଇସ୍ୱର (9)

 

ଓଡ଼ିଆଙ୍କୁ ମାନି ଗୋରାସରକାର   

    ଗଢିଲେ ଓଡିଶା ରାଜ୍ୟ

ଉଣେଇଶ ଶହ ଛତିଶି ଶାଲରେ    

      ବିହାର କଲେ ବିଭାଜ୍ୟ (10)

 

ସେଦିନୁ ସ୍ୱତନ୍ତ୍ର ଓଡିଶା ହୋଇଲା

    ମନ୍ଦିର ମାଳିନୀ ଦେଶ

ସ୍ୱାଧୀନତା ପରେ ପ୍ରଗତି କ୍ଷେତ୍ରରେ 

    ଓଡିଶା ହେଲା ସୁବେଶ (11)

 

ହେଲା ରାସ୍ତାଘାଟ କଳ କାରଖାନା

      ଶତଶତ ଅନୁଷ୍ଠାନ

ସ୍ୱତନ୍ତ୍ର ଓଡିଶା ମାନ୍ୟତା ପାଇଲା  

     ଓଡିଶା ଦିବସ ସ୍ଥାନ (12)

 

ସ୍ୱାଧୀନ ଆମେରେ ଓଡ଼ିଆ ସନ୍ତାନ

     ଆମ ରାଜ୍ୟ ଆମ ହାତେ,

ହାତକୁ ମିଶାଇ ଚାଲୁଛୁ ଗରବେ

        ଆମଦେଶବାସୀ ସାଥେ (13)

 

ପୂରୁବ ଆକାଶେ ଉଜ୍ୱଳ ପ୍ରକାଶେ  

        ଉତ୍କଳ ଦିବସ ହସେ

. ଯେତେନରନାରୀ ପଶୁପକ୍ଷୀ ସ୍ଵରେ

         ଏକ ରାଜ୍ୟ ଏକ ସ୍ପର୍ଶେ (14

 

ସ୍ୱାଗତମ ଆମ ଓଡିଶା ଦିବସ

       ଚିର ଭବ୍ୟ ସ୍ୱାଗତମ

ଆମ୍ଭଶିରେ ଢାଳ ତୁମ୍ଭେ ସୁଭାଶିଷ

       ପଦ୍ମପଦେନମଃ ନମ (15)

ଶ୍ରୀ ବିଦ୍ୟାଧରମହାନ୍ତ, ତମ୍ବାହରା
କେନ୍ଦୁଝର, 

Related posts

ସାମ୍ବାଦିକ ମାନଙ୍କୁ ଜମି ଯୋଗାଇ ଦେବା ନିମନ୍ତେ ପ୍ରଶାସନ ନିକଟରେ ପ୍ରେସକ୍ଲବ ପକ୍ଷରୁ ଦାବି 

Sunil Chandra Nayak

ସସ୍ମିତା ପଣ୍ଡା ଙ୍କ କବିତା ପ୍ରିତୀ ପଲକେ

ଡାକ୍ତରକୁ ମାଡ଼ ଘଟଣା , ଥାନାରେ ଏତଲା

Sunil Chandra Nayak

Leave a Comment

error: Content is protected !!