ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵହଳଦାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା

ଵହଳଦାରେ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା

 ମୟୂରଭଞ୍ଜ-୧୪/୧୨ ( ମସିହା) ଵହଳଦା ଅଂଚଳର ସମାଜସେବୀ ଦୀପୁସାହୁ ଏବଂ ସଂଜୀବ ସାହୁ ପରିବାର ତରଫରୁ ବହଳଦା ବ୍ଳକର କାଙ୍କୀ- ଵିଞ୍ଝୁଆ ଗ୍ରାମ ମଝାମଝିରେ Dew wind plant ପ୍ରକଳ୍ପ ଗୁରୁବାର ଦିନ ଶୁଭ ଉଦଘାଟିତ ହୋଇଯାଇଛି । ପ୍ରାରମ୍ଭରେ ବିଧିବିଧାନ ପୂର୍ବକ ପୂଜକଙ୍କ ଦ୍ଵାରା ପୂଜାର୍ଚ୍ଚନା କରା ଯାଇଥିଲା ।ଏହାକୁ ଦିପୁ ସାହୁଙ୍କ ମାତା ଧର୍ମପରାୟଣ ମହିଳା ରାମସତୀ ସାହୁ ଫିତାକାଟି ଶୁଭ ଉଦ୍ଘାଟନ କରିଥିଲେ । ଏହି ଉଦଘାଟନୀ ଅବସରରେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ,ସାରସକଣା ବିଧାୟକ ବୁଢାନ ମୁର୍ମୁ, ରାଜ୍ୟ ବିଜେପି ସଂପାଦକ ନବୀନ ରାମ,ବରିଷ୍ଠ ବିଜେପି ନେତା ଈଶାନ ମିଶ୍ର,ଖଣି ମାଲିକ ନିମାଇଁ ଦାସ,ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।ଵହଳଦା,ଯାମଦା,ତିରିଂ ଅଂଚଳକୁ ଏଠାରୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବ ବୋଲି ପ୍ଳାଣ୍ଟ ମାଲିକ ଦିପୁ ସାହୁ ଏବଂ ସଂଜୀବ ସାହୁ ସୂଚନା ଦେଇଛନ୍ତି ।ଏ ଅଂଚଳରେ ଏଭଳି ପ୍ରକଳ୍ପ ନ ଥିବାରୁ ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ଭାରି ହନ୍ତସନ୍ତ ହେଉଥିଲେ ।ଏହି ପ୍ଳାଣ୍ଟ ପ୍ରତିଷ୍ଠା ଦ୍ଵାରା ବିଶୁଦ୍ଧ ପାନୀୟ ଜଳ ଆବଶ୍ୟକ କରୁଥିବା ଲୋକଙ୍କ ସମସ୍ୟା ପୂରଣ ହେବ ।ପ୍ଲାଣ୍ଟ ପ୍ରତିଷ୍ଠା ନେଇ ଅଂଚଳବାସୀ ଉପକୃତ ହେବାରେ ଆଶା ପ୍ରକଟ ସହ ଆନନ୍ଦ ପ୍ରକାଶ କରିଥିଲେ ।

 ମୟୂରଭଞ୍ଜ ରୁଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ

Sunil Chandra Nayak

ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Sunil Chandra Nayak

କୁଆରମୁଣ୍ଡା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!