ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ ଅନୁଷ୍ଠିତ 

କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ ଅନୁଷ୍ଠିତ 

ରାଉରକେଲା/ ସେକ୍ଟର ୨୦ ନେହେରୁପାଲି ସ୍ଥିତ କୋଏଲ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ୭୫ତମ ସାଧାରଣତନ୍ତ୍ର ଦିବସ ଓ ବାର୍ଷିକୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଜୟସିଂହ ଙ୍କ ସଭାପତିତ୍ବ ଓ ପ୍ରଫୁଲ୍ଲ କୁମାର ସ୍ବାଇଁ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ, ମୁଖ୍ୟବକ୍ତା ଭାବେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟର ସଭାପତି ଗଣେଶ ଜୟସିଂହ, ସମ୍ପାଦକ ଉପେନ୍ଦ୍ର ନାୟକ, ସମାଜସେବୀ ଶଶଧର ପାତ୍ର, ଜଗନ୍ନାଥ ରାଉତ, କବୟିତ୍ରୀ ସସ୍ମିତା ପ୍ରଧାନ ପ୍ରମୁଖ ଯୋଗଦେଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ତରାଇ ନିଜ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାର ପ୍ରୟାସ କୁ ସାଧୁବାଦ ଦେବା ସହ ସ୍ବଛତା ଓ ସମୟାନୁବର୍ତ୍ତିତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ ଉତ୍ତମ ଛାତ୍ର ଛାତ୍ରୀ ହେବା ପାଇଁ ପରାମର୍ଶ ଦେବାସହ ଶିକ୍ଷା, ସଂସ୍କାର ଓ ଗୁରୁଜୀ ଗୁରୁମା ଙ୍କ ପ୍ରତି ସମର୍ପିତ ଭାବ ରଖିବା ଦରକାର ବୋଲି ମତ ରଖିଥିଲେ। ଏହି ଅବସରରେ ପୂର୍ବରୁ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ସେହିପରି ବିଦ୍ୟାମନ୍ଦିରର ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ଜୟସିଂହ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାମନ୍ଦିରର ସର୍ବଶ୍ରୀ କାହ୍ନୁଚରଣ ପ୍ରଧାନ, ଝରଣା ଦାସ, ରଶ୍ମି ବେହେରା, ରୂପାଲି ସିଂ, ପ୍ରଭାସିନୀ ସ୍ବାଇଁ, ଅଶୋକ ଜୟସିଂହ, ସହଦେବ ଜୟସିଂହ ଓ ସେବିକା ଲୁନା ବେହେରା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଅଭିଭାବକ ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାଗିରଥୀ ପାଣିଗ୍ରାହୀଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକ

Sunil Chandra Nayak

ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ 

masiha

ଧର୍ମଗଡ଼ରେ ସରକାରୀ ସ୍ଵଂୟଶାସିତ ମହାବିଦ୍ୟାଳୟ ଦାବିରେ ଆନ୍ଦୋଳନ କଲା ଏବିଭିପି 

Sunil Chandra Nayak

Leave a Comment

error: Content is protected !!