ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୁପ୍ରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ, ବାର୍ଷିକ ପରୀକ୍ଷା ଫଳ ଘୋଷଣା ଓ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ

ରୁପ୍ରା, (ମନିସ) : ନର୍ଲା ବ୍ଲକ ଅଧିନ ରୁପ୍ରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଆଜି ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ, ୨୦୨୧/୨୨ ର ବାର୍ଷିକ ପରୀକ୍ଷା ଫଳ ଘୋଷଣା ଓ ସମାବର୍ତ୍ତନ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଥାଉକି କରୋନା ମହାମାରୀ ପ୍ରଭାବରେ ଦୀର୍ଘ ଦୁଇବର୍ଷ ହେଲା ବିଦ୍ୟାଳୟ ମାନଙ୍କରେ କୌଣସି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇନଥିଲା, ଫଳରେ ଉକ୍ତ କାର୍ଯ୍ୟକ୍ରମ ପାଇଁ ଛାତ୍ରଛାତ୍ରୀ ମାନେ ଉତ୍ସାହିତ ଥିବାସହ ଆଡମ୍ୱର ସହକାରେ ପାଳନ କରିଥିଲେ । ପରିଚାଳନା କମିଟିର ସଭାପତି ଶୋଭାକର ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରୁପ୍ରା ଗ୍ରାମ ପଞ୍ଚାୟତ ସରପଞ୍ଚ ଡଲି ବେହେରା ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ବେଣୁଧର ବିଶ୍ୱାଲ ଓ ସମ୍ପାଦକ ବୁଡୁ ମହାଲିଙ୍ଗ ଯୋଗଦାନ କରି ମଞ୍ଚାସୀନ ଥିଲେ। ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ଦେଶ ନିର୍ମାତା ରୂପରେ ଦେଶ ଗଠନରେ ନିଜକୁ ସମର୍ପିତ କରିବା ଓ ଉତ୍ତମ ଚରିତ୍ର ଗଠନ ସହ ଉତ୍ତମ ନାଗରିକ ହେବାକୁ ଅତିଥିଗଣ ମତବ୍ୟକ୍ତ କରିଥିଲେ । ସମାବର୍ତ୍ତନ ହୋଇଥିବା ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତି ବେହେରା ପୁରସ୍କାର ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରାୟ ୫୦ଜଣ ଅଭିଭାବକ ଓ ଅଭିଭାବିକା ଯୋଗଦାନ କରିଥିବା ବେଳେ ବିଦ୍ୟାଳୟର ପ୍ରାୟ ୨୫୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ବିଦ୍ୟାଳୟର ସମସ୍ତ ଗୁରୁଜୀ ଓ ଗୁରୁମା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଶିକ୍ଷକଙ୍କ ଦରମାରେ ଜାଲିଆତି ଘଟଣାରେ ତଦନ୍ତ ପାଇଁ ରାଜ୍ୟ ବାହାରକୁ ଗଲା କଳାହାଣ୍ଡି ପୋଲିସ । ଆକାଉଣ୍ଟାଣ୍ଟ ସୂଚୀସ୍ମିତାଙ୍କୁ ଗିରଫ କରିବାକୁ ଚାଲିଛି ତନାଘନା

Sunil Chandra Nayak

ଭୀମ ଭୋଇ ସାମର୍ଥ୍ୟ ଶିବିର ୨୧୫ ଜଣଙ୍କୁ ଶାରୀରିକ ଅକ୍ଷମ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ଚେତନାର ଅଭିଯାତ୍ରୀ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ କଥାକାର ମନୋଜ ଦାସଙ୍କ ପ୍ରଥମ ପୁଣ୍ୟତିଥି ପାଳନ

Sunil Chandra Nayak

Leave a Comment

error: Content is protected !!