ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଣ୍ଡ ଉତ୍ସବ ପାଇଁ ଦେବଭୂମି ପାଲଟିଛି ଇନ୍ଦିପୁର

ଢ଼େଙ୍କାନାଳ: ଓଡ଼ାପଡ଼ା ବ୍ଲକ୍ ଅନ୍ତର୍ଗତ ଇନ୍ଦିପୁର ଗ୍ରାମ ପଞ୍ଚାୟତ ପ୍ରସିଦ୍ଧ କାମନା କାଳୀକାପୀଠ ମାନସିକ ଧାରୀ ଦଣ୍ଡୁଆ ଙ୍କୁ ନେଇ ଧୂଳି ଦଣ୍ଡ କରି ପବିତ୍ର ପୀଠ ଠାରୁ ଦୂରଦୂରାନ୍ତର ଯାଏଁ ଏହାକୁ ୧୫୫ ବର୍ଷ ହେଲା ସୁନା ଦଣ୍ଡ ଭାବେ ଭକ୍ତ ଙ୍କ ଟେକ ରଖିଛି ।ଏହି ଦଣ୍ଡ ଚଳିତ ମାସ ୧ ତାରିଖ ମଧ୍ୟ ରାତ୍ରୀ ରୁ” କଳା ଋଦ୍ର ମଣିକି ଭଜ ହେ “ଧ୍ଵନି ପ୍ରକମ୍ପିତ କରି ଘଟ ପ୍ରଘଟ ହୋଇଛି ଏବଂ ଦୁଇ ତାରିଖ ମଧ୍ୟାହ୍ନ ଖରାରେ ୨୧ ପ୍ରକାର ଦଣ୍ଡ ପ୍ରଣାମ ପୀଠସମ୍ମୁଖରେ କରି ଆରମ୍ଭ ହୋଇଛି ଧୂଳି ଦଣ୍ଡ । ନିଜ ଗ୍ରାମ ତଥା ଆଖ ପାଖ ଗ୍ରାମ ର ମାନସିକ ବ୍ରତଧାରୀ ଦଣ୍ଡୁଆ ମାନେ ହାତରେ ଧରି , ଗୃହ ପରିତ୍ୟାଗ କରି ଗୋଟିଏ ବେତ ଧରିବା ସହ ଦୁଇ ଖଣ୍ଡ ବସ୍ତ୍ର ପରିଧାନ କରିଥାନ୍ତି।ବିଶେଷ କରି ସେମାନେ ପୀଠ ସହିତ ଯୋଡି ହୋଇ ଜଳାଶୟ ଏବଂଆମ୍ବ ତୋଟା ମାନଂକ ରେ ଅବଶିଷ୍ଟାଂଶ ସମୟ ଠାକୁର ଙ୍କ ନାମ ନେଇ ଭ୍ରମଣ କରିଥିବା ବେଳେ ସତେ ଯେମିତି ଇନ୍ଦିପୁର ହୋଇ ଯାଇଛି ଦେବ ଭୂମୀ (ଇନ୍ଦ୍ର ପୁର) କିଛି ଭକ୍ତ ନିଜ ଦାଣ୍ଡ ରେ ଦଣ୍ଡ ଗାଡେଇବାକୁ ପୀଠ ରେ ନିମନ୍ତ୍ରଣ ଦିଅନ୍ତି l ଏହି ଦଣ୍ଡ ଉତ୍ସବ ୧୩ତାରିଖରେ ମେରୁ ବ୍ରତ ପାଳନ କରି ଦଣ୍ଡ ଛପିବାର ବିଧି ରହିଛି ତତ୍ ସଙ୍ଗେ କୋଈଲେଖା କଣ୍ଟାର ଦଣ୍ଡୁଆ ମାନେ ଦଣ୍ଡଗଡି ନିଜ ଭକ୍ତି ଭାବ ର ପରିଚୟ ଦେଇଥାନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ତ୍ରିଲୋଚନ ପାଢୀ ଙ୍କ କବିତା ପବିତ୍ର ଗୀତା ଜୟନ୍ତୀ

Sunil Chandra Nayak

ବାଲେଶ୍ବର – ମା’ ଧଉଳିଛତ୍ର ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ସମ୍ବିଧାନ ପ୍ରଣେତା ଡ. ଭୀମରାଓ ଆମ୍ବେଦକରଙ୍କ 131 ତମ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!