ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ଦ୍ବିତୀୟ ତମ ପ୍ରତିଷ୍ଠା ଦିବସ

ଭବାନୀପାଟଣା:୨/୯- (ମନିସ):- କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ଦ୍ବିତୀୟ ପ୍ରତିଷ୍ଠା ଦିବସ ବିଶ୍ବବିଦ୍ୟାଳୟ ର ଯୁବ ଶଙ୍କର ହଲରେ ଠାରେ ଅନୁଷ୍ଠିତ ହୋଇଯାଇଛି। ମୂଖ୍ଯ ଅତିଥି ଭାବରେ ପ୍ରଫେସର ଟି ଭି କଟ୍ଟିମଣିି , ଆନ୍ଧ୍ରପ୍ରଦେଶ କେନ୍ଦ୍ରୀୟ ଆଦିବାସୀ ବିଶ୍ବବିଦ୍ୟାଳୟ (CTUAP) ର ପ୍ରଥମ କୁଳପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଡା ବିଜୟ କୁମାର ସାହୁ, ବରିଷ୍ଠ ଆଞ୍ଚଳିକ ପରିଚାଳକ ତଥା ମୂଖ୍ଯ , ଆଇପିଏଫସି ଏବଂ ଟେକ୍ନୋଲୋଜି ଇନୋଭେସନ୍ ସପୋର୍ଟ ସେଣ୍ଟର (ଟିଏସ୍ପି), ଜାତୀୟ ଅନୁସନ୍ଧାନ ବିକାଶ ନିଗମ (NRDC), ( DSIR ର ଏକ ଏଣ୍ଟରପ୍ରାଇଜ୍,ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ଯା ମନ୍ତ୍ରଣାଳୟ, ଭାରତ), ବିଶାଖାପାଟଣା, ଆନ୍ଦ୍ରପ୍ରଦେଶ ତଥା ଉପସ୍ଥିତ ଥିବା ଅନ୍ଯ ମାନ୍ଯଗଣ୍ଯ ବ୍ଯକ୍ତି ପ୍ରଫେସର ଉପସ୍ଥିତ ଥିଲେ। କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ମାନ୍ଯବର କୁଳପତି,ପ୍ରଫେସର ସଞ୍ଜୟ ଶତପଥୀ , ମେଜର ଡା ଜୟଦେବ ସାହୁ, ଚେୟାରମ୍ୟାନ୍ ପିଜି ପରିଷଦ (ସିପିଜିସି) ଶ୍ରୀ ସୁରେଶ ପିଡିଶିକା, କମ୍ପଟ୍ରୋଲର ଅଫ୍ ଫାଇନାନ୍ସ (କୋଏଫ୍) ଡା ରାଜକିଶୋର ମହାନା , ନିର୍ଦ୍ଦେଶକ HRDC, ଡା ନିବେଦିତା ନାଥ ନିର୍ଦ୍ଦେଶକ IQAC, ପ୍ରମୁଖ ମଞ୍ଚାସିନ, ଥିଲେ ।ପ୍ରଥମେ  ଜାତୀୟ ପତାକା ଉତ୍ତୋଳନ ଏବଂ ପ୍ରଦୀପ ପ୍ରଜୋଳନ ସହିତ କାର୍ଯ୍ଯକ୍ରମକୁ ଆରମ୍ଭ କରାଯାଇଥିଲା। ମୂଖ୍ଯ ଅତିଥି ତଥା ସମ୍ମାନୀତ ଅତିଥି  ଙ୍କୁ  ସ୍ବାଗତ  ଏବଂ ପରିଚୟ ପ୍ରଦାନ କରିଥିଲେ ଡା ନିବେଦିତା ନାଥ , ଆସୋସିଏଟ୍ ପ୍ରଫେସର, କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ଆନ୍ଥ୍ରୋପୋଲୋଜି ବିଭାଗ। ମାନ୍ଯବର, କୁଳପତିିଙ୍କ  ଦ୍ଵାରା ମୁଖ୍ୟ ଅତିଥି ଓ ସମ୍ମାନୀୟ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା । ଏହା ପରେ ବିଶ୍ବବିଦ୍ୟାଳୟ ର ଶ୍ରେଷ୍ଠ ଗ୍ରାଜୁଏଟ,ଶ୍ରେଷ୍ଠ ଛାତ୍ର କଳା , ବିଜ୍ଞାନ ଏବଂ ବାଣିଜ୍ୟ ଷ୍ଟ୍ରିମ୍, ପ୍ରତ୍ୟେକ ବିଷୟରେ ଟପ୍ପର, ପିଜି ଜାରି ରଖିଥିବା ବେଳେ UGC (NET) ଯୋଗ୍ଯତା ହାସଲ କରିଥିବା ଛାତ୍ରଛାତ୍ରୀ ଙ୍କୁ ଆୱାର୍ଡ଼ ସହ  ପୁରସ୍କାର ଅତିଥିଙ୍କ ଦ୍ବାର ପ୍ରଦାନ କରାଯାଇଥିଲା। SCOPUS/WOS କିମ୍ବା ଇମ୍ପାକ୍ଟ ଫ୍ଯାକ୍ଟର୍ ଜର୍ଣ୍ଣାଲରେ ପ୍ରକାଶନ କରୁଥିବା ଅଧ୍ଯାପିକାମାନଙ୍କୁ  ମଧ୍ୟ ସମ୍ମାନିତ କରାଯାଇଥିଲା । ମୁଖ୍ୟ ଅତିଥି ପ୍ରଫେସର  ଟି ଭି କଟ୍ଟିମଣି , ଆନ୍ଦ୍ରପ୍ରଦେଶ ସେଣ୍ଟ୍ରାଲ୍ ଆଦିବାସୀ ବିଶ୍ବବିଦ୍ୟାଳୟ ( CTUAP) ର ପ୍ରଥମ କୁଳପତି , ତାଙ୍କ ବ୍ଯକ୍ତବ୍ଯରେ କହିଥିଲେ ଯେ ଛାତ୍ରଛାତ୍ରୀ ମାନେ ସେମାନଙ୍କର ଜନ୍ମସ୍ଥାନ କୁ ନିଜ କର୍ମସ୍ଥଳୀ ଭାବରେ ବାଛିବା ଉଚିତ ସେହି ଅଞ୍ଚଳର ଶକ୍ତି ଏବଂ ଦୁର୍ବଳତା ଜାଣିବା ଏବଂ ସେହି ଅନୁସାରେ ବିଶ୍ବବିଦ୍ୟାଳୟର ଅଗ୍ରଗତିର ମାର୍ଗ ପ୍ରସୂତ କରିବାକୁ ସେ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଡା ବିଜୟ କୁମାର ସାହୁ ତାଙ୍କ ଅବିଭାଷଣରେ କହିଥିଲେ ଯେ, ୫୦ କିମ୍ବା ୩୦ ବର୍ଷ ପୂର୍ବେ କଳାହାଣ୍ଡି ଯାହା   ଥିଲା ଆଜି ତାହା ନାହିଁ , ଅନେକ ବିକାଶ ହୋଇଛି ।ଏଠିକାର ର ଛାତ୍ରଛାତ୍ରୀ ଭାବିବା ଉଚିତ ନୁହେଁ ଯେ ସେମାନଙ୍କର କମ୍ କ୍ଷମତା କିମ୍ବା କମ୍ ସୁଯୋଗ ଅଛି। ସେମାନେ କଠିନ ପରିଶ୍ରମ କରି ନିଜକୁ ନୂତନ ଉଦ୍ଯୋଗି ଭାବରେ ଗଢି ନିଜକୁ ପ୍ରମାଣ କରିବାକୁ ପଡିବ। କାମ କରନ୍ତୁ ଏବଂ କଳାହାଣ୍ଡି ରେ ଉପଲବ୍ଧ ଶକ୍ତି ଏବଂ ସୁଯୋଗ ଉପରେ ଧ୍ଯାନ ଦିଅନ୍ତୁ।କଳାହାଣ୍ଡି ବିଶ୍ବବିଦ୍ୟାଳୟ ର ମାନ୍ଯବର କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଗତ ଏକ ବର୍ଷ ମଧ୍ୟରେ ବିଶ୍ବବିଦ୍ୟାଳୟର ବିକାଶ ମୂଳକ ଓ କୃତିତ୍ବ ହାସିଲ କରିଥିବା     ବିଭିନ୍ନ କ୍ଷେତ୍ର ଉପରେ ଆଲୋକପାତ  କରିଥିଲେ। ଶେଷରେ ମେଜର ଡା ଜୟଦେବ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ। ଏହି ସଭାକୁ ଡା ନିବେଦିତା ନାଥ ,ଆସୋସିଏସଟ୍ ପ୍ରଫେସର କଳାହାଣ୍ଡି ବିଶ୍ବବିଦ୍ୟାଳୟର ଆନ୍ଥ୍ରୋପୋଲୋଜି ବିଭାଗ ପରିଚାଳନା କରିଥିଲେ।ମସୀହା ନିଉଜ ସର୍ଭିସ୍ 

Related posts

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ତାରା ଶଙ୍କର ରାୟଗୁରୁ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ମନୋନୀତ

Sunil Chandra Nayak

ବୌଦ୍ଧ ୟୁନିୟନ୍ ଅଫ ଜର୍ଣlଲିଷ୍ଟ, ବୌଦ୍ଧ ଜିଲ୍ଲା ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!