ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା , ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା ,

ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର ହୋଇଛି।

ଗୁରୁତର ଅବସ୍ଥାରେ ନାବାଳକ ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜ ରେ ଭର୍ତ୍ତି କରଯାଇଛି । ଦଶପୁର ଗ୍ରାମର ର ବିମଲ ସେଠି(୧୦) ନିଜ ଘର ଛାତ ଉପରେ ଖେଳୁଥିବା ସମୟରେ ଅସାବଧାନତା ହେତୁ ଛାତରୁ ଖସି ପଡିଥିଲେ । ସେହି ସମୟରେ ଛାତରେ ଥିବା ଏକ ଲୁହା ରଡ଼ ତାଙ୍କ ପେଟର ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା । ସେ ସେହି ଅବସ୍ଥାରେ ରଡ଼ ରେ ଝୁଲିକି ରହି ଯାଇଥିଲେ । ସେ ଜୀବନ ବିକଳରେ ଚିତ୍କାର କରିବାରୁ ଘର ଲୋକେ ଆସି ରଡ଼ ଟିକୁ କାଟି ତାଙ୍କୁ ସେଠୁ ଉଦ୍ଧାର କରିଥିଲେ ଏବଂ ରଡ଼ ପଶିଥିବା ଅବସ୍ଥାରେ ହିଁ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ବାଳକଟିର ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ନୂଆପଡ଼ାରେ ICDSର ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ: ଶ୍ରେଷ୍ଠ କିଚେନ୍ ଗାର୍ଡେନ୍ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ

Sunil Chandra Nayak

ମାନ୍ୟବର ମନ୍ତ୍ରୀ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ କର୍ମଚାରୀ ବୀମା ଙ୍କ କଳାହାଣ୍ଡି ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ 

masiha

ଉତ୍କଳ ଆଲୁମିନାରେ ୨୫ତମ ଖଣି ପରିବେଶ ଓ ଖଣିଜ ସଂରକ୍ଷଣ ସପ୍ତାହ ପାଳିତ

masiha

Leave a Comment

error: Content is protected !!