ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା , ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା ,

ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର

ଗୋଲାମୁଣ୍ଡା ବ୍ଲକ ଦଶପୁର ଠାରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଖେଳୁଥିବା ବେଳେ ଛାତ ରୁ ପଡ଼ିଯିବାରୁ ପେଟ ଭିତରେ ରଡ଼ ଗଳି ଯାଇ ନାବାଳକ ଗୁରୁତର ହୋଇଛି।

ଗୁରୁତର ଅବସ୍ଥାରେ ନାବାଳକ ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜ ରେ ଭର୍ତ୍ତି କରଯାଇଛି । ଦଶପୁର ଗ୍ରାମର ର ବିମଲ ସେଠି(୧୦) ନିଜ ଘର ଛାତ ଉପରେ ଖେଳୁଥିବା ସମୟରେ ଅସାବଧାନତା ହେତୁ ଛାତରୁ ଖସି ପଡିଥିଲେ । ସେହି ସମୟରେ ଛାତରେ ଥିବା ଏକ ଲୁହା ରଡ଼ ତାଙ୍କ ପେଟର ଗୋଟିଏ ପଟେ ପଶି ଅନ୍ୟ ପଟେ ବାହାରି ଯାଇଥିଲା । ସେ ସେହି ଅବସ୍ଥାରେ ରଡ଼ ରେ ଝୁଲିକି ରହି ଯାଇଥିଲେ । ସେ ଜୀବନ ବିକଳରେ ଚିତ୍କାର କରିବାରୁ ଘର ଲୋକେ ଆସି ରଡ଼ ଟିକୁ କାଟି ତାଙ୍କୁ ସେଠୁ ଉଦ୍ଧାର କରିଥିଲେ ଏବଂ ରଡ଼ ପଶିଥିବା ଅବସ୍ଥାରେ ହିଁ ଭବାନୀପାଟଣା ସହିଦ ରେଣ୍ଡୋମାଝୀ ମେଡିକାଲ କଲେଜରେ ଭର୍ତ୍ତି କରିଛନ୍ତି। ବାଳକଟିର ତାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡ଼ିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କବି ପଲ୍ଲବୀ ଦାସଙ୍କୁ ବ୍ରହ୍ମପୁର ସାହିତ୍ଯ ଉତ୍ସବରେ ଯୁବକବି ସମ୍ମାନ

Sunil Chandra Nayak

ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଫାଇଟ୍ ଗୃପ ର ଶୁଭାରମ୍ଭ

masiha

ନୂତନ ବିଡ଼ିଓଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

masiha

Leave a Comment

error: Content is protected !!