ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ନଟାକଟାରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

ବସ୍ତା ,୧୮।୨: ବସ୍ତା ବ୍ଲକ୍ ନଟାକଟା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡ଼ିଶା ପଞ୍ଚାୟତସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସିଦ୍ଧେଶ୍ବର ନୋଡ଼ାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି।ସ୍ଥାନୀୟ ସରପଞ୍ଚ ବନ୍ଦନା ସେଠୀଙ୍କ ସଭାପତିତ୍ବ ଓ ମଞ୍ଚ ପରିଚାଳନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଅବକାରି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର,ମୁଖ୍ୟ ବକ୍ତା ବସ୍ତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ମୋହିନୀ କୁମାର ନାଏକ,ସମ୍ମାନିତ ଅତିଥି ବିଜେଡ଼ି ପଞ୍ଚାୟତ ସଭାପତି ପ୍ରଦୀପ କୁମାର ବେହେରା,ସମିତି ସଭ୍ୟା ସାଗରିକା ଜେନା,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜନ୍ମେଜୟ ଦଳାଇ,ପୂର୍ବତନ ଜିଲା ପରିଷଦ ସଦସ୍ୟ ଶମ୍ଭୁନାଥ ସେଠୀ,ସେବା ସମବାୟ ସମିତି ସଭାପତି ଦୀପକ କୁମାର ସାହୁ,ସିଦ୍ଧେଶ୍ବର ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜେଶ କୁମାର ସେଠୀ,ସମିତି ସଭ୍ୟା ପ୍ରତିନିଧି ଗଣେଶ ଚାନ୍ଦ,୪ ନଂ ଓ୍ବାର୍ଡ଼ ସଭ୍ୟ ବରେନ୍ଦ୍ର ଭଦ୍ର ପ୍ରମୁଖ ମଞ୍ଚାସୀନ ରହି ଆମ ଓଡ଼ିଶା ନବୀନ ଓଡ଼ିଶାର ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ ଓ ଏହି ଯୋଜନା ଅନ୍ତର୍ଭୁକ୍ତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯେପରିକି ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ,ଧାର୍ମିକ ସ୍ଥଳୀ ଗୁଡ଼ିକର ରୂପାନ୍ତରୀକରଣ,ମହିଳା ସଶକ୍ତିକରଣ ଓ ଭିତ୍ତିଭୂମିର ବିକାଶ,ବ୍ୟାଙ୍କିଙ୍ଗ ଭିତ୍ତିଭୂମିର ବିକାଶ,ବିଦ୍ୟାଳୟ ଗୁଡ଼ିକର ରୂପାନ୍ତରୀକରଣ,ସୁଗମ ପରିବହନ ବ୍ୟବସ୍ଥା,କ୍ରୀଡ଼ା ଭିତ୍ତିଭୂମିର ବିକାଶ,ଐତିହ୍ଯ ଭିତ୍ତିଭୂମିର ବିକାଶ ସମ୍ପର୍କରେ ବିସ୍ତୃତ ସମୀକ୍ଷା କରିବା ସହ ଉନ୍ନୟନ ପୁସ୍ତିକାର ଉନ୍ମୋଚନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ପଞ୍ଚାୟତବାସୀ ଯୋଗ ଦେଇଥିଲା ବେଳେ ଜିଆରଏସ ମାନସ ରଞ୍ଜନ ନାଏକ ଅତିଥି ପରିଚୟ ପ୍ରଦାନ ଓ ଏମବିକେ ସରୋଜିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।ମଞ୍ଚ ପ୍ରାରମ୍ଭରେ ଚାଷୀପଡ଼ା କାଶୀଶ୍ବର ଉ.ପ୍ରା(ମଇ) ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ବାଗତ ସଂଗୀତ ପରିବେଷଣ ହୋଇଥିଲା।

ଏହି ଅବସରରେ ଟେଣ୍ଟ ପରିସରରେ ସ୍ବୟଂ ସହାୟକ ମହିଳାଙ୍କ ଦ୍ବାରା ପ୍ରସ୍ତୁତ ହସ୍ତଶିଳ୍ପ,ଖାଦ୍ୟ ସାମଗ୍ରୀ,ବସ୍ତ୍ର,ମିଲ୍କିୟାନା ପଶୁ ଆହାର ଆଦି ଷ୍ଟଲକୁ ମନ୍ତ୍ରୀ ଶ୍ରୀଯୁକ୍ତ ପାତ୍ର ବୁଲି ଦେଖିଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବନ୍ଦାଗାଁ ଠାରେ ଆମ୍ବେଦକର ସଂଗଠନ ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ଓ ଭୀମ ଭୋଇ ଜୟନ୍ତୀ ପାଳିତ

ଟ୍ରକ ଚାଳକଙ୍କୁ ଦୁର୍ବୁତ୍ତ ମାନେ ଛୁରାମାଡ଼ କରି ନଗଦ ଟଙ୍କା ମୋବାଇଲ ଲୁଟ 

Sunil Chandra Nayak

ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବିରୋଧରେ ଜଳେଶ୍ଵର ଥାନା ଘେରାଉ

Leave a Comment

error: Content is protected !!