ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢାଉ: ୧୦୫ ଲିଟର ମଦ ଜବତ , ୪ ଗିରଫ୍

ଅବକାରୀ ଚଢାଉ: ୧୦୫ ଲିଟର ମଦ ଜବତ , ୪ ଗିରଫ୍

ବସ୍ତା ,୧୯।୨: ଜିଲା ଅବକାରୀ ଅଧୀକ୍ଷକ ସୁଶାନ୍ତ ପାଢୀଙ୍କ ନିର୍ଦ୍ଦେଶ କ୍ରମେ ଓ ଭ୍ରାମ୍ୟମାଣ ଅବକାରି ସ୍କ୍ବାର୍ଡ଼ ନିରୀକ୍ଷକ ହରିହର ସିଂଙ୍କ ତତ୍ତ୍ବାବଧାନରେ ବସ୍ତା ଅବକାରୀ ବିଭାଗ ପକ୍ଷରୁ ସିଂଲା ଥାନା ଅଧୀନସ୍ଥ ସାର୍ଥା ପଞ୍ଚାୟତର ସାର୍ଥା ବଜାର ଓ ସାର୍ଥା ଗ୍ରାମରେ ଚଢାଉ କରାଯାଇ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ମଦ ଜବତ ସହ ଚାରିଜଣଙ୍କୁ ଗିରଫ କରି ସୋମବାର ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।ଗିରଫ ଅଭିଯୁକ୍ତ ମାନେ ହେଲେ ସାର୍ଥା ଗ୍ରାମର ଶଶିକାନ୍ତ ବେହେରା(୬୪),ଦମୟନ୍ତୀ ପାତ୍ର(୬୦),ଅମୂଲ୍ୟ ରଣା(୬୦) ଓ ଚକସାର୍ଥା ଗ୍ରାମର ରଣଜିତ୍ ସାମନ୍ତ(୪୦)।ଚଢାଉ ସମୟରେ ଅଭିଯୁକ୍ତ ମାନଙ୍କ ନିକଟରୁ ସର୍ବମୋଟ ୧୦୦ ଲିଟର ଦେଶୀମଦ ଓ ୫.୪୦୦ ଲିଟର ବିଦେଶୀ ମଦ ଜବତ କରାଯାଇଛି।ଗିରଫ ଅଭିଯକ୍ତଙ୍କ ବିରୁଦ୍ଧରେ ଚାରୋଟି ପୃଥକ ପୃଥକ ମାମଲା ରୁଜୁ ହୋଇ ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।ଉକ୍ତ ଚଢାଉରେ ବସ୍ତା ଅବକାରୀ ଉପ ନିରୀକ୍ଷକ ଭକ୍ତଚରଣ ସ୍ବାଇଁ,ମୋବାଇଲ ସ୍କ୍ବାର୍ଡ଼ ଏ ଏସ ଆଇ ମଙ୍ଗଳ କୁମାଲ ସିଂ,ଏଏସ ଆଇ ବାବାଜୀ ପଣ୍ଡିତ,ମିନତି ପରିଡ଼ା,ସୁନାରାମ ସୋରେନ ଓ ପଙ୍କଜ ମହାନ୍ତି ପ୍ରମୁଖ ସାମିଲ ଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ଜୁଆ ଆଡ୍ଡା କୁ ଚଢାଉ ଘଟଣା ନେଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ସାମ୍ବାଦିକ ସମ୍ମିଳନୀ 

masiha

ମ.ରାମପୁର ଅଞ୍ଚଳରେ ଲାଗୁଛି ମାଓ ପୋଷ୍ଟର: ଗତକାଲି ମାଣିକେରା ଓ ଆଜି ପୁଣି ବାରବନ୍ଧା ଅଞ୍ଚଳରେ

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ଚଢାଉ ! ୫୪ ଲିଟର ମଦ ଜବତ ସହ ଦୁଇ ମହିଳାଙ୍କୁ କୋର୍ଟ ଚାଲାଣ

Leave a Comment

error: Content is protected !!