ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଠାନବେ ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

ଅଠାନବେ ତମ ମାସିକିଆ ସାମୁହିକ ଜନ୍ମ ଦିବସ ପାଳନ

ରାଉରକେଲା:ରାଉରକେଲା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଅନ୍ଵେଷା ତାର ଅଠାନବେ ତମ ମାସିକିଆ ସାମୁହିକ ଜନ୍ମଦିନ ସେକ୍ଟର ସତର ସ୍ଥିତ ହୋମ ଆଣ୍ଡ ହୋପ ଠାରେ ପାଳନ କରିଛି । ଏହି କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସଭାପତି କଳ୍ପନା ଶତପଥି ସଭାପତିତ୍ୱ କରିଥିବା ବେଳେ ରାଜେନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ପ୍ରତି ମାସ ଭଳି ଏହି ମାସ ମଧ୍ୟ୍ୟ ଅନୁଷ୍ଠାନ ପକ୍ଷରୁ ଫେବୃଆରୀ ମାସରେ ଜନ୍ମ ହୋଇ ଥିବା ସଦସ୍ୟ ମାନଙ୍କ ମଧ୍ୟ୍ୟରୁ ସସ୍ମିତା ପ୍ରଧାନ,ଗୌରୀ କୁମ୍ଭାର,ରେଖା ଗୁପ୍ତା,ଚନ୍ଦନ ଗୁପ୍ତା ନିଜର ଜନ୍ମଦିନ ପାଳନ କରିଥିଲେ। ଏହି ଅବସରରେ ସମାଜସେବୀ କମଳ ଅଗ୍ରୱାଲ ଓ ଅନିତା ଅଗ୍ରୱାଲ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଆଗକୁ ମଧ୍ୟ ଏହି ଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ କହିଥିଲେ। ଏନଆଇଟି ର ପ୍ରଫେସର ଦିଲୀପ ବିଶୋଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ ଏହି ଶିଶୁ ମାନେ କିଭଳି ଭବିଷ୍ୟତ ରେ ନିଜ ଭିତରେ ଥିବା ବିଶିଷ୍ଟ ଗୁଣ କୁ ଜାଣିପାରିବେ ତା ଉପରେ ଆଲୋକପାତ କରିଥିଲେ।ବିଦ୍ୟାଳୟ ର ପ୍ରଧାନ ଅଧକ୍ଷା ଅନୁଷ୍ଠାନ ର ଏହି ପରି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅନୁଷ୍ଠାନ ର ବରିଷ୍ଠ ଉପଦେଷ୍ଠା ରାକେଶ ସିଂ,ଚନ୍ଦ୍ରଶେଖର ଶତପଥ,ରୋବେର୍ଟ ହାଇଫିଲ,ରଶ୍ମିତା ପଣ୍ଡା, ସନ୍ତୋଷିନୀ, ଚୈତନ୍ୟ,କାମିନୀ ମହାନ୍ତ,ରାହୁଲ ରାୟ,ଶାନ୍ତି,ଗ୍ରେସୀ ଡାଭିଡ଼,ଦିଲୀପ ମହାରଣା, ଦିବାକର ଦାସ , କଲ୍ୟାଣୀ ଦାସ,ଲଳିତା, ଇନ୍ଦ୍ରନୀଲ ସରକାର, ମଞ୍ଜୁବାଳା ପାଢ଼ୀ, ପ୍ରଶାନ୍ତ ପାତ୍ର ପିଲାଙ୍କୁ ଜନ୍ମଦିନ ଉପହାର ଦେବାରେ ସାହାଯ୍ୟ କରିଥିଲେ! ଏହି ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠାନ ର ବରିଷ୍ଟ ସଦସ୍ୟ ରାଜେନ୍ଦ୍ର ପଣ୍ଡା ଓ ମୋହନ ପଟ୍ଟନାୟକ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ହୋଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ଅଞ୍ଚଳରେ ଲଘୁଚାପ ଜନିତ ବର୍ଷା,ଚାଷୀ ତରତର

ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ପଡ଼ିଆ ଠାରେ ୭୪ ତମ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ହିନ୍ଦୋଳ ପାଇଁ ଗୌରବ ଆଣିଲେ ବିଶ୍ୱଜିତ ସାହୁ 91ପ୍ରତିଶତ ରଖି +2ବିଜ୍ଞାନରେ ବି ସି ଏସ ଟି କଲେଜ ଟପର 

masiha

Leave a Comment

error: Content is protected !!