ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ 

ଚିକିତ୍ସାରେ ବାଧକ ସାଜିଛି ଅର୍ଥ ସରକାରୀ ସହାୟତା ଅପେକ୍ଷାରେ ୭୦ ବର୍ଷର ବୃଦ୍ଧ 

ଡାବୁଗାଁ, ୨୫/୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡ଼ାବୁଗାଁ ବ୍ଳକ ଅଧୀନ ମେଦନା ପଞ୍ଚାୟତ ର ମେଦନା ଗ୍ରାମର ନର ମାଳି (୭୦) ଙ୍କ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ତେଣୁ ଚିକିତ୍ସା ଅଭାବରୁ ଦେଶୀ ଚିକିତ୍ସା ହିଁ ଭରସା ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି । ଡ଼ାବୁଗାଁ ବ୍ଳକ ଅଧୀନ ମେଦନା ପଞ୍ଚାୟତ ର ମେଦନା ଗ୍ରାମର ନର ମାଳି ଙ୍କ ୬ ଜଣ ପରିବାର ସ୍ତ୍ରୀ ତୁଳସୀ ମାଳୀ ଆଉ ପୁଅ ବୋହୁ, ନାତୁଣୀ ଏଲିନା ଭିନ୍ନକ୍ଷମ, ଛୋଟ ନାତି କୁ ନେଇ ତାଙ୍କର ପରିବାର |ନର ମାଳୀ ଙ୍କୁ ୭୦ ବର୍ଷ ହୋଇଥିଲେ ମଧ୍ୟ ବିଭିନ୍ନ ଗ୍ରାମ କୁ ପ୍ରତିଦିନ ମୁଢ଼ି ବିକ୍ରୀ କରି ପରିବାର ପ୍ରତିପୋଷଣ କରୁଥିଲେ । ଆଜକୁ ତିନି ମାସ ପୂର୍ବେ ତାଙ୍କ ପରିବାର ଉପରେ ଦୁଖଃ ର କଳା ବାଦଲ ମାଡି ଆସିଥିଲା | ପ୍ରାୟ ୩ ମାସ ତଳେ ପ୍ରତିଦିନ ଭଳି ବୃଦ୍ଧ ନର ଲାଞ୍ଜିଆଗୁଡା ଗ୍ରାମକୁ ମୁଡ଼ି ବିକ୍ରି କରିବା ନିମନ୍ତେ ଯାଉଥିବା ବେଳେ ହଠାତ ମୁଣ୍ଡ ବୁଲାଇ ସାଇକେଲ ରୁ ପଡି ଯାଇଥିଲେ | ସାଇକେଲରୁ ପଡି ଯିବାରୁ ତାଙ୍କର ଜଂଘରେ ଗଭୀର ଆଘାତ ହୋଇଥିଲା । ଚିକିତ୍ସିତ ହେବା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ । ସେଠାରେ ଚିକିତ୍ସାରେ ଅର୍ଥ ବାଧକ ସାଜିଥିଲା | ଯାହା ଫଳରେ ପରିବାର ଲୋକେ ବୃଦ୍ଧଙ୍କୁ ଘରକୁ ଫେରାଇ ଆଣିଥିଲେ | ଘରେ ଆସି ଦେଶୀ ଚିକିତ୍ସା କରୁଛନ୍ତି । ଦେଶୀ ଚିକିତ୍ସା କରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ନର ସୁସ୍ଥ ହେଉନାହାଁନ୍ତି | ତେଣୁ ନରଙ୍କ ଉତ୍ତମ ଚିକିତ୍ସା ନିମନ୍ତେ ପୁଅ ମୁରଲୀ ଓ ପରିବାର ଲୋକେ ସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘ ଯୋଗ କେନ୍ଦ୍ରର ୨୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଠାରେ ଯୁବ ନେତୃତ୍ୱ ଏବଂ ଗୋଷ୍ଠୀ ଵିକାଶ ତାଲିମ ଶିବିର ଅନୁଷ୍ଠିତ

Sunil Chandra Nayak

ଅକ୍ଷୟ ତୃତୀୟା ଅବସରରେ ଅକ୍ଷି ମୁଠି ଅନୁକୂଳ କଲେ ବ୍ଲକ ଉପାଧ୍ୟକ୍ଷ ଓ ଅଧିକାରୀ

Sunil Chandra Nayak

Leave a Comment

error: Content is protected !!