ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମିଶନଶକ୍ତି ଋଣ, ସୁଧ ଫେରସ୍ତ, ୟୁନିଫର୍ମ ଓ ବ୍ଲେଜର ସହାୟତା କାର୍ଯ୍ୟକ୍ରମ

ମିଶନଶକ୍ତି ଋଣ, ସୁଧ ଫେରସ୍ତ, ୟୁନିଫର୍ମ ଓ ବ୍ଲେଜର ସହାୟତା କାର୍ଯ୍ୟକ୍ରମ

୩୬୪ ଗୋଷ୍ଠୀଙ୍କ ସୁଧ ଫେରସ୍ତ ଓ ୨୮ ଗୋଷ୍ଠୀଙ୍କୁ ଋଣ ସହାୟତା 

ଲାଞ୍ଜିଗଡ,୨୭/୦୨(ମନିସ)-ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ମିଶନଶକ୍ତି ଋଣ, ସୁଧ ଫେରସ୍ତ, ୟୁନିଫର୍ମ ଓ ବ୍ଲେଜର ସହାୟତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ଏହାର ସିଧା ପ୍ରସାରଣ ସହିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ଲାଞ୍ଜିଗଡ ବିଡ଼ିଓ ଶଶାଙ୍କ ପାତ୍ର, ଜିଲ୍ଲା ପରିଷଦ ସଦସ୍ୟ ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ମହିଳା ନେତ୍ରୀ ଫୁଲମେ ମାଝୀ, ବିଶ୍ୱନାଥପୁର ଭାରତୀୟ ଷ୍ଟେଟବ୍ୟାଙ୍କ ଶାଖାର କ୍ଷେତ୍ର ଅଧିକାରୀ ଅବିନାଶ ମାଝୀ, ବ୍ଲକସ୍ତରୀୟ ମହିଳା ମହାସଂଘର ସଭାନେତ୍ରୀ ସରୋଜିନୀ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ। ଲାଞ୍ଜିଗଡ ସିଡିପିଓ ବିଜୟଶ୍ରୀ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିପିସି ଜାଭେଦ ଖାନ ସ୍ୱାଗତ ଅଭିଭାଷଣ ଓ ବିବରଣୀ ପାଠ କରିଥିବାବେଳେ ବିପିଏମ ସଞ୍ଜୀବ କୁମାର କହଁର ସଭା ପରିଚାଳନା କରିଥିଲେ। ଏହି ଅବସରରେ ବ୍ଲକର ୩୬୪ ଗୋଟି ମହିଳା ଗୋଷ୍ଠୀଙ୍କ ସୁଧ ଫେରସ୍ତ କରାଯାଇଥିବାବେଳେ ବ୍ଲକର ୨୮ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ଋଣ ସହାୟତା ପ୍ରଦାନ କରାଯାଇଥିଲା। ମିଶନଶକ୍ତିର ବିପିଏସିଏ ଯୋଗେଶ୍ୱର ଶବର, ଏସଡିସି ଅୟସକାନ୍ତ ବେହେରା, ଚିରଞ୍ଜିବୀ ସା କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ବ୍ଲକର ୨୬ଗୋଟି ଗ୍ରାମ ପଂଚାୟତ ଅଂଚଳରୁ ବ୍ୟାଙ୍କମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର, ଏମବିକେ, ସିଆରପି, ଇସି ମେମ୍ବରଙ୍କ ସମେତ ସାତଶହରୁ ଅଧିକ ମହିଳା ଗୋଷ୍ଠୀର ସଦସ୍ୟା ଯୋଗଦେଇଥିଲେ।

ଲାଞ୍ଜିଗଡ ବ୍ଲକ ପ୍ରତିନିଧି ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଚାଷୀଙ୍କ ଋଣ ଟଙ୍କା ଦେବାରେ କେସିସି ବ୍ୟାଙ୍କ ଦ୍ୱାରା ବିଳମ୍ବ ଘଟଣା, ଗଣମାଧ୍ୟମ ଖବର ପ୍ରକାଶ ପରେ ଟଙ୍କା ପାଇଲେ ଚାଷି 

Sunil Chandra Nayak

ଆର୍. କେ. ଶକୁନ୍ତଳା ଏକାଡେମୀର ଦ୍ୱିତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ 

Sunil Chandra Nayak

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଆହାତ ଜଣେ ଗୁରୁତ୍ୱର

masiha

Leave a Comment

error: Content is protected !!