ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଢ଼ି ଚାଲିଛି ଲୁଟ ର ରାଜ , ପୋଲିସ ପ୍ରଶାସନ କୁ ଖାତିର ନାହିଁ

ରାୟଗଡା -ରାୟଗଡା ଜିଲ୍ଲା ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତ ଜେମାଦେଇପେଣ୍ଠରେ ଘଟିଛି ଲୁଟ ଘଟଣା।ବନ୍ଧୁକ ମୁନରେ ଲୁଟିନେଲେ ନଗଦ ୭ ଲକ୍ଷ ଟଙ୍କା ଓ ସୁନା ଅଳଙ୍କାର । ଜଣେ ବ୍ୟବସାୟୀ ଓ ତାଙ୍କ ସହଯୋଗୀଙ୍କ ଠାରୁ ଲୁଟି ନେଇଛନ୍ତି ଲୁଟେରା । ମିଳିଥିବା ସୂଚନା ମୁତାବକ ସୁନାର ମୁଲ୍ୟ ପାଖାପାଖି ୫୦ ଲକ୍ଷ ଟଙ୍କ। ହେବ ବୋଲି ଅନୁମାନ କରାଯାଉଛି । ରାୟଗଡ଼ା ଜିଲ୍ଲାରେ ବହୁ ପରିମାଣର ବଢ଼ିଚାଲିଛି ଲୁଟ ଘଟଣା ।ଏହି ଘଟିଥିବା ଲୁଟ ଘଟଣାରେ ସୁନା ବ୍ୟବସାୟୀ ବାଲାଜୀ କାଲି ଟଙ୍କା ଆଦାୟ ପାଇଁ ତାଙ୍କ ସହଯୋଗୀଙ୍କ ସହ ସ୍କୁଟିରେ ଯାଉଥିବା ବେଳେ ପେଟ୍ରୋଲ ପମ୍ପରେ ତେଲ ପକାଇ ଫେରୁଥିଲେ । ସେହି ସମୟରେ ବୁଲେଟରେ ୨ ଜଣ ଦୁର୍ବୁତ୍ତ ମୁଖା ପିନ୍ଧି ଆସି ସ୍କୁଟିକୁ ପ୍ରଥମେ ଧକ୍କା ଦେଇଥିଲେ । ପରେ ବ୍ୟବସାୟୀଙ୍କ ମୁଣ୍ଡରେ ଏକ ବନ୍ଧୁକ ଲଗାଇ ଟଙ୍କା ବ୍ୟାଗ ଓ ସୁନା ଲୁଟି ନେଇଥିଲେ । ଶେଷଖାଲ ଥାନାରେ ଏନେଇ ବ୍ୟବସାୟୀ ଜଣଙ୍କ ଅଭିଯୋଗ କରିଥିଲେ, ଅଭିଯୋଗ ପାଇବା ପରେ ପୋଲିସ ତଦନ୍ତ ଜାରି ରଖିଛି । ରାୟଗଡା ରୁ ଯୁଗଳ କିଶୋର ଜେନାଙ୍କ ରିପୋର୍ଟ ।

Related posts

ଖରାଛୁଟି ପରେ ରାଜ୍ୟରେ ଆରମ୍ଭ ହେବ ନୂଆ ଶିକ୍ଷାବର୍ଷ

Sunil Chandra Nayak

ଜମିରୁ ୧୧ ଫୁଟର ଅଜଗର ସାପ ଉଦ୍ଧାର

Sunil Chandra Nayak

ପତଂଜଳି ଯୋଗ ପୀଠ ତରଫରୁ ଗୁରୁ ପୂର୍ଣ୍ଣିମା ପାଳିତ

Sunil Chandra Nayak

Leave a Comment

error: Content is protected !!