ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ବ୍ଲଡ଼ ବେଙ୍କ ଏବଂ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ

ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ବ୍ଲଡ଼ ବେଙ୍କ ଏବଂ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ଦାବିପତ୍ର ପ୍ରଦାନ 

ଜୁନାଗଡ଼,୧/୩(ମ ନି ସ)ଜୁନାଗଡ ରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ଜନସାଧାରଣ ଙ୍କ ଆବଶ୍ୟକତା କୁ ଉପଲବ୍ଧି କରି ଏକ ବ୍ଲଡ଼ ବେଙ୍କ ଏବଂ ଜଣେ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ଦେବା ସମେତ ଅନ୍ୟାନ୍ୟ ଆବଶ୍ୟକତା ପୂରଣ ପାଇଁ ଜୁନାଗଡ ସଚେତନ ସଂଗ୍ରାମ ସମିତି ତରଫରୁ ଗତ ବର୍ଷ ଆମରଣ ଅନଶନ କରାଯାଇଥିଲା । କର୍ତ୍ତୃପକ୍ଷ ସେ ସମୟରେ ଦାବି ଗୁଡିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେବାପରେ ଅନଶନ ବନ୍ଦ କରାଯାଇଥିଲା ଦୁଃଖର ବିଷୟ ଆଜକୁ ଦୀର୍ଘ ଏକ ବର୍ଷ ରୁ ଅଧିକ ସମୟ ହୋଇଯାଇଥିଲେ ସୁଦ୍ଧା ସେସବୁ ଆବଶ୍ୟକତା ପୂରଣ କରାଯାଇନାହିଁ ତେଣୁ ତୁରନ୍ତ ଜୁନାଗଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ରେ ଜନସାଧାରଣ ଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ରଖି କ ବ୍ଲଡ଼ ବେଙ୍କ ଏବଂ ଜଣେ ମେଡ଼ିସିନ ସ୍ପେଶାଲିଷ୍ଟ ନିଯୁକ୍ତି ଦେବାର ବ୍ୟବସ୍ଥା କରିବା ପାଇଁ ସଚେତନ ନାଗରିକ ମଞ୍ଚ ତରଫରୁ ଭୁବନେଶ୍ୱର ଠାରେ ସ୍ୱାସ୍ଥ୍ୟ ସଚିବ ଶ୍ରୀମତୀ ସାଳିନୀ ପଣ୍ଡିତ ଙ୍କୁ ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ଦୀନବନ୍ଧୁ ପଣ୍ଡା ଙ୍କ ଜରିଆରେ ଜୁନାଗଡ଼ ପୂର୍ବତନ ନଗରପାଳ ସୁଧାଂଶୁ ବରାଡ଼, ଜୁନାଗଡ଼ ବଣିକ ସଙ୍ଘ ସମ୍ପାଦକ ପ୍ରଭାତ କୁମାର ଦାଶ, ପୂର୍ବତନ ଯୁବକଂଗ୍ରେସ ଜିଲ୍ଲା ସଭାପତି ସଉଳ ମଙ୍ଗରାଜ, ପ୍ରମୁଖ ଦାବିପତ୍ର ପ୍ରଦାନ କରିବା ସହିତ ଯଦି ଏକ ମାସ ଭିତରେ ଦାବି ପୂରଣ ନ ହୁଏ ତାହା ହେଲେ ପୁଣିଥରେ ଆମରଣ ଅନଶନ କରାଯିବ ବୋଲି ଚେତାବନୀଦେଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାରେ ନୂତନ ଓ ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ଅଭିଯାନ ,ମହାବିଦ୍ୟାଳୟ ସ୍ତରରେ ସଚେତନତା ,ତତକ୍ଷଣାତ ପଞ୍ଜୀକରଣ ପାଇଁ ବ୍ୟବସ୍ଥା 

masiha

କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ପୂଜ୍ୟପୂଜାରେ ବ୍ରତୀ ଧର୍ମପ୍ରାଣ ଆଦର୍ଶ ଦଂପତିଙ୍କ ଦୁର୍ଗାପୂଜାର ଶୁଭେଛା ଓ ଅଭିନନ୍ଦନ ବାର୍ତ୍ତା 

Sunil Chandra Nayak

Leave a Comment

error: Content is protected !!