ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆ – ଓ କାର୍ଯ୍ୟକ୍ରମର +୩ ଛାତ୍ର ଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ

ନୂଆ – ଓ କାର୍ଯ୍ୟକ୍ରମର +୩ ଛାତ୍ର ଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ

ରାଉରକେଲା :ସେକ୍ଟର ୪ ସ୍ଥିତ ରାଉରକେଲା ମହାବିଦ୍ୟାଳୟ, ରାଉରକେଲାର ନୂଆ – ଓ ତରଫରୁ +୩ ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନ ଛାତ୍ରବର୍ଗ ଅନୁଯାୟୀ ରାଜ୍ୟ ସରକାରଙ୍କ ତରଫରୁ  ୯୦୦୦,୧୦୦୦୦,୧୧୦୦୦ ଟଙ୍କା ସିଧାସଳଖ ପିଲା ମାନଙ୍କର ପାସ୍ ବହିରେ ଆସିଥିବାର ଉଲ୍ଲେଖ କରିଥିଲେ ଓ ସମୁଦାୟ ୧୦୧୪ ପିଲାଙ୍କୁ ଅର୍ଥପ୍ରଦାନର ପ୍ରମାଣପତ୍ର ପ୍ରଦାନ କରିଥିଲେ ।

    ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପୁରାତନ ଛାତ୍ର ତଥା ସମ୍ମାନିତ ଅତିଥି ଭାବେ ନିଖିଲ କଳାକାର ପ୍ରଧାନ, ପ୍ରଶାସନିକ ଅଧିକାରୀ ଡଃ ରବୀନ୍ଦ୍ର କୁମାର ଜେନା, ନୂଆ ଓ ଛାତ୍ରବୃତ୍ତି ନୋଡାଲ ଅଧିକାରୀ ମନୋଜ କୁମାର ଦଳେଇ, ସହ ନୋଡାଲ ଅଧିକାରୀ ରଶ୍ମିପ୍ରଭା ମଥlନ ପ୍ରମୁଖ ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ନିଜ ନିଜର ମତାମତ ସହ ସଭା ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନେ ଏହି ପ୍ରାପ୍ତ ଅର୍ଥ ଆମର ବିଶେଷ କାମରେ ସହାୟକ ହେବ ବୋଲି ସ୍ଵକlରୋକ୍ତି ମତ ରଖିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଡିଂ ଠାରେ ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ

masiha

ଇଣ୍ଡୋର ଭାଣ୍ଡାରି ରିସଟ ଠାରେ ସର୍ବଭାରତୀୟ ସ୍ତରୀୟ ଆବାକସ ପ୍ରତିଯୋଗିତା: ଯୋଗଦେଲେ କଳାହାଣ୍ଡିର ୨୨ ଛାତ୍ରଛାତ୍ରୀ  

masiha

ଆଜି ଶେଷ ହେଲା ମାଟ୍ରିକ ବୋର୍ଡ ପରୀକ୍ଷା

Sunil Chandra Nayak

Leave a Comment

error: Content is protected !!