ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟଦ୍ରଥ ସୁନାଙ୍କ ତୃତୀୟ କବିତା ସଂକଳନ ‘ଲିଭି ଆସୁଥିବା ଚୁଲି’ ଉନ୍ମୋଚିତ 

ଜୟଦ୍ରଥ ସୁନାଙ୍କ ତୃତୀୟ କବିତା ସଂକଳନ ‘ଲିଭି ଆସୁଥିବା ଚୁଲି’ ଉନ୍ମୋଚିତ 

ଭବାନୀପାଟଣା,୧୧/୦୩(ମନିସ)-ଭୁବନେଶ୍ୱରସ୍ଥିତ ଓଡ଼ିଆ ଭାଷା ସାହିତ୍ୟ ପ୍ରତିଷ୍ଠାନ ଏବଂ ମା ମାଣିକେଶ୍ବରୀ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ପକ୍ଷରୁ ଶାସ୍ତ୍ରୀୟ ଓଡ଼ିଆ ଭାଷା ଦିବସ ପାଳନ ଅବସରରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନାଙ୍କ ତୃତୀୟ କବିତା ସଂକଳନ ‘ଲିଭି ଆସୁଥିବା ଚୁଲି’ ଉନ୍ମୋଚିତ ହେଇଯାଇଛି । ବିଶ୍ବ ବିଦ୍ୟାଳୟ ଯୁବ ସଂସ୍କାର ପ୍ରକୋଷ୍ଠରେ ଆୟୋଜିତ ଏହି ସଭାରେ କୁଳପତି ପ୍ରଫେସର ସଞ୍ଜୟ କୁମାର ଶତପଥୀ ସଭାପତିତ୍ୱ କରିଥିବାବେଳେ ମୁଖ୍ୟବକ୍ତା ଭାବେ କବି, ଲେଖକ, ନାଟ୍ୟକାର ଓ ଗବେଷକ ପରମେଶ୍ବର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ସଂଯୋଜକ ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ବୈରାଗୀଚରଣ ପଟ୍ଟନାୟକ, ଗବେଷକ କ୍ଷେତ୍ରବାସୀ ମାନସେଠ, କୁଳସଚିବ ପିତାମ୍ବର ଭୋଇ, ଉପ କୁଳସଚିବ ମେଜର ଜୟଦେବ ସାହୁ, ସ୍ନାତକୋତ୍ତର ବିଶ୍ଵବିଦ୍ୟାଳୟର ଅଧ୍ୟକ୍ଷା ନିବେଦିତା ନାଥ, ଓଡ଼ିଆ ବିଭାଗ ମୁଖ୍ୟ ଡ. ପଲ୍ଲୀଶ୍ରୀ ପଟ୍ଟନାୟକ, ସହକାରୀ ପ୍ରଫେସର ଡୋଳାମଣି ଧରୁଆ, ଲେଖିକା ସୁନୀତି ମୁଣ୍ଡ, କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ ଗାଳ୍ପିକ ଡିଲେଶ୍ୱର ରଣା ପ୍ରମୁଖ ଯୋଗଦେଇ କବି ଶ୍ରୀ ସୁନାଙ୍କ ଲେଖକୀୟ ଜୀବନ ଉପରେ ଆଲୋକପାତ କରିଥିଲେ। ପୂର୍ବରୁ କବିଙ୍କ ଚର୍ଚ୍ଚିତ କବିତା ସଂକଳନ ‘ଶୋଷ’, ଦ୍ଵିତୀୟ ସଂକଳନ ‘ନିଆଁଧରା’ ପ୍ରକାଶିତ ହୋଇ ବେଶ ପାଠକୀୟ ଶ୍ରଦ୍ଧା ଲାଭ କରିଥିବାବେଳେ ଆଜି ଉନ୍ମୋଚିତ ତୃତୀୟ ସଂକଳନ ମଧ୍ୟ ପାଠକୀୟ ଆଦୃତି ଲାଭ କରିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ସୂଚନାଯୋଗ୍ୟ, କବି ଶ୍ରୀ ସୁନା ତାଙ୍କର ପ୍ରଥମ କବିତା ସଂକଳନ ‘ଶୋଷ’ ପାଇଁ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଲାଭ କରି କଳାହାଣ୍ଡି ଜିଲ୍ଲା ପାଇଁ ସର୍ବ ପ୍ରଥମେ ଗର୍ବ ଓ ଗୌରବ ଆଣିଦେଇଥିଲେ। ଆଜିର କାର୍ଯ୍ୟକ୍ରମରେ ଅଧ୍ୟାପିକା ଡ. ସାଗରିକା ଦଳାଇ, ରେଣୁକା ଡାକୁଆ, ପ୍ରତ୍ୟାଶା ଧଳ, ଜୟନ୍ତୀ ଭୋଇ, ବାଲ୍ମିକୀ କରୁଆଁ, ସୁବ୍ରତ ବାରିକ ପ୍ରମୁଖ ସହଯୋଗ କରିଥିଲେ।

ସୁଶିଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

Sunil Chandra Nayak

ଯୁବତୀ ଙ୍କୁ ଧର୍ଷଣ ମାମଲାରେ ଫେରାର ଯୁବକ ଗିରଫ 

Sunil Chandra Nayak

ବର୍ଷ’ବର୍ଷ ଧରି ଯୋଡ଼ା ଟାଟା ମେଡିକାଲରେ ମେଡ଼ିସିନ ସ୍ପେଶାଲିଷ୍ଟର ସ୍ଥାନ ଶୂନ୍ୟ

masiha

Leave a Comment

error: Content is protected !!