ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାରି ରହିଛି ପ୍ରତୀକ ଗଣଧାରଣା, ଦୁଃଖିନୀ ଖଇରାର ବୁଝିବ କିଏ ?

ଜାରି ରହିଛି ପ୍ରତୀକ ଗଣଧାରଣା, ଦୁଃଖିନୀ ଖଇରାର ବୁଝିବ କିଏ ?

ବାଲେଶ୍ଵର,୧୨/୩/୨୪- ବାଲେଶ୍ଵର ଜିଲ୍ଲା ଖଇରାକୁ ଏନ.ଏ.ସି. ଘୋଷଣା ଦାବି ନେଇ ଗତ ତା ୦୬/୩/୨୦୨୪ ରିଖ ଠାରୁ ଆରମ୍ଭ ହୋଇଥିବା ପ୍ରତୀକ ଗଣଧାରଣା ସପ୍ତମ ଦିନରେ ପହଞ୍ଚିଛି । ଖଇରା ସ୍ବାଭିମାନ ମଞ୍ଚ ଏ ଗଣଧାରଣା ଜାରି ରଖିଛି । ମଞ୍ଚର ଗୋଟିଏ ଦାବି ଖଇରାକୁ ଏନ.ଏ.ସି. ଘୋଷଣା କରିବା । ଏଥିରେ ବିଭିନ୍ନ ସଂଗଠନ ମଧ୍ୟ ସାମିଲ ହେଉଛନ୍ତି । ଜନସାଧାରଣ ଓ ବୁଦ୍ଧିଜୀବୀ ମାନଙ୍କ ସମର୍ଥନ ମଧ୍ୟ କମ୍ ନୁହେଁ । ଦୀର୍ଘ ଦିନ ହେବ ଖଇରାକୁ ଏନ.ଏ.ସି. ଘୋଷଣା ନେଇ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସଂଗଠନ ଦାବି କରି ଆସୁଥିବା ବେଳେ ସିମୁଳିଆ ନିର୍ବାଚନ ମଣ୍ଡଳୀର ସିମୁଳିଆକୁ ସରକାର ଏନ.ଏ.ସି. ଘୋଷଣା କଲେ ଅଥଚ ଖଇରାକୁ ଘୋଷଣା କଲେ ନାହିଁ । ଯେଉଁଥି ପାଇଁ ଏ ଗଣଧାରଣା ଆରମ୍ଭ ହୋଇଛି । ଏଥିରେ ବୁଦ୍ଧିଜୀବୀ ଓ ଖଇରା ଅଞ୍ଚଳର ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ । ମଞ୍ଚର ସଭାପତି ପ୍ରଶାନ୍ତ କୁମାର ବେହେରା, ସମ୍ପାଦକ ମାନସ କୁମାର ମହାପାତ୍ର ସଭ୍ୟ ମୁକ୍ତିକାନ୍ତ ସତପଥି, ଜଗଦାନନ୍ଦ ମହାପାତ୍ର, ଜନ୍ମେଜୟ ସତପଥି, ସନ୍ତୋଷ କୁମାର ବିଶ୍ବାଳ, ଅନାମ ଚରଣ ପଣ୍ଡା, ସନ୍ତୋଷ କୁମାର ସାହୁ, ଅଭିରାମ ମହାପାତ୍ର, ସନ୍ତୋଷ କୁମାର ସତପଥି, ଗୋବିନ୍ଦ ଚନ୍ଦ୍ର ପଣ୍ଡା, ପ୍ରଶାନ୍ତ କୁମାର ବାରିକ, ଭଗବାନ ଦାସଙ୍କ ସମେତ ଅନେକ ସଭ୍ୟ ଓ ଜନସାଧାରଣ ଗଣଧାରଣା ସଭାରେ ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ସମସ୍ତଙ୍କର ଗୋଟିଏ ଦାବି ଖଇରାକୁ ଏନ. ଏ. ସି. ଘୋଷଣା କରିବା । ପ୍ରତୀକ ଗଣଧାରଣା ୭ ଦିନରେ ପହଞ୍ଚି ଥିଲେ ମଧ୍ୟ ଦୁଃଖ ବୁଝିବା ପାଇଁ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଧାରଣା ସ୍ଥଳକୁ ଆସି ନାହାନ୍ତି । ଯେତେଦିନ ପର୍ଯ୍ୟନ୍ତ ଦାବି ହାସଲ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଏହା ଜାରି ରହିବ, ଆଗାମୀ ଦିନରେ ଏ ଧାରଣା ବିଭିନ୍ନ ରୂପ ନେବ ବୋଲି ସଭାପତି ଶ୍ରୀ ବେହେରା, ସମ୍ପାଦକ ଶ୍ରୀ ମହାପାତ୍ର ଏବଂ ଧାରଣାକାରୀ ମାନେ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି । ଏନ. ଏ. ସି. ଘୋଷଣା ନେଇ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ ଅନଶନକାରୀ ମାନେ । ଅପରାହ୍ନ ୧ ଘଟିକାରେ ଧାରଣା ଶେଷ ହେବା ପରେ ମଞ୍ଚ ତରଫରୁ ଏକ ଦାବିପତ୍ର ୫-ଟି ଚେୟାରମ୍ୟାନଙ୍କ ଉଦ୍ଦେଶ୍ୟରେ ବ୍ଲକ ବଡ ବାବୁଙ୍କୁ ପ୍ରଦାନ କରିଥିଲା ସ୍ବାଭିମାନ ମଞ୍ଚ । କେବେ ହେବ ଦୁଃଖିନୀ ଖଇରାର ଦୁଃଖ ମୋଚନ ଦେଖିବାକୁ ବାକି ରହିଲା ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଦର୍ଶ ଶିକ୍ଷକ ସୁଦାମ ଚରଣ ବେହେରାଙ୍କ ସ୍ମୃତି ସଭା ଅନୁଷ୍ଟିତ 

masiha

ଭେଜିପଦର ଉ ପ୍ରା ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ବରଗଡ ଆଇଆଇଏଚଟି ଡିପ୍ଲୋମା ପାଠ୍ଯକ୍ରମ କୁ ସ୍ନାତକ କରିବା ସହ ବରଗଡ ବାଳିଜୋରି ବଜାରର ବିକାଶ କଥା ଲୋକସଭାରେ ଉଠାଇଲେ ବରଗଡ ସାଂସଦ 

masiha

Leave a Comment

error: Content is protected !!