ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉମା କାନ୍ତ ଦାସ ଙ୍କ କବିତା – ସୁରକ୍ଷା ର ଅନ୍ୟ ନାମ ମା

ସୁରକ୍ଷାର ଅନ୍ୟ ନାମ ମା’

 

ଉମାକାନ୍ତ ଦାସ

 

ଶରତେ ମରତେ ଶାରଦୀୟ ପୂଜା

    ଜଗତେ ଜନନୀ ତୋର

ଧର୍ମର ସୁରକ୍ଷା ଦୁଷ୍ଟର ଦମନ

  ହେ ସିଂହବାହିନୀ କର।।

 

ଅଭୟ ଦାୟିନୀ ଶାନ୍ତି ପ୍ରଦାୟିନୀ

      ଜଗତକୁ ଟେକି ଧର,  

ଅମାନୁଷିକତା ଭବ ସାଗରରୁ

     ନିମିଷକେ କର ଦୂର।।

 

ଦୁର୍ଗତି ନାଶିନୀ ମହିଷାମର୍ଦ୍ଦିନୀ

     ଦୁଷ୍ଟକୁ ସଂହାର କର

ଜଗତ ଜନନୀ ହେ ବିରଜା ତୁହି

    ହସ୍ତ ଦୁଇ ଅଟେ ତୋର ।।

 

ସଂକଟେ ସଂସାର ହେଲେ ଜୁଡୁବୁଡୁ

       ଅବତରୀ ବସୁଧାର

ମୋଚନ କରୁ ତୁ ଦୁର୍ଗା ରୂପ ନେଇ

     ବହୁ ହସ୍ତେ ରୂପ ତୋର ।।

 

କରୁଛି ଗୁହାରୀ ତୋ ଦୁଆରେ ରହି

       ବିଶ୍ବ ଆଜି ଥରହର,

ଇଉକ୍ରେନ ଆଉ ଋଷ୍ ଅଘଟଣେ

       ଯୁଦ୍ଧ କରି ଦିଅ ସ୍ଥିର ।।

 

କେତେ ଯେ ନିରୀହ ଜନତା ମଲେଣି

      ଶିଶୁ ଅବଳା ଚିତ୍କାର ,

ଶୁଣି ତୁ କେମିତି ବସି ରହି ଅଛୁ

     ପ୍ରଶ୍ନ କରେ ଏକବାର।।

 

ସୁରକ୍ଷାର ଅନ୍ୟ ନାମେ ତୁ ବିରଜା

     ଧରିଅଛୁ ଯାଜପୁର,

ବେଦପତି ବ୍ରହ୍ମା ଯଯାତି କେଶରୀ

   ତାଙ୍କ ଦୁ଼ଃଖ କଲୁ ଦୂର ।।

 

ଏ ସମୟେ ଆଜି ଘମାଘୋଟ ଯୁଦ୍ଧ

      ହେବ କି ପରମାଣୁର,

ହେବାକୁ ନ ଦିଏ ବିଶ୍ବ ଯୁଦ୍ଧ ତୁହି

   ଏ ଦାସ ଶରଣେ ତୋର ।।

ଲାଲବାଗ ,ଖାନନଗର

ମଙ୍ଗଳ ପୁର ,ଯାଜପୁର

 

Related posts

ଜାତୀୟ ପତାକାକୁ ଅସମ୍ମାନ….

Sunil Chandra Nayak

ସମାଜସେବୀ ମିହିର ସାହୁ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ସମାଜର ବିକାଶ ପାଇଁ ବିଜ୍ଞାନକୁ କେବଳ ଭାରତ ବ୍ୟବହାର କରିପାରିବ -ରାଜ୍ୟପାଳ

Sunil Chandra Nayak

Leave a Comment

error: Content is protected !!