ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ

ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ଟଙ୍କା ନେଉଥିବା ସନ୍ଦେହରେ କାର ଅଟକ

ବସ୍ତା,24/03 : ନିର୍ବାଚନକୁ ନେଇ ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତରେ ପୋଲିସର ନାକାବନ୍ଦୀ ଲଗାଯାଇଛି l ରାଜ୍ୟ ବାହାରକୁ ଆସୁଥିବା ଓ ଯାଉଥିବା ଯାନବାହାନ ଉପରେ ଦୁଇ ରାଜ୍ୟ ପୋଲିସର କଡା ନଜର ରଖାଯାଇଥିବା ଦେଖିବାକୁ ମିଳିଛି l ତେବେ ରବିବାର ମଧ୍ୟାହ୍ନ ସମୟରେ ଏକ ପଶ୍ଚିମବଙ୍ଗର ନମ୍ବର ଥିବା କାର ସନ୍ଦେହ ଜନକ ଭାବେ ଓଡ଼ିଶାରୁ ପଶ୍ଚିମବଙ୍ଗ ରାଜ୍ୟକୁ ପ୍ରବେଶ କରୁଥିବାର ଦେଖି ଓଡିଶା ଓ ପଶ୍ଚିମବଙ୍ଗ ସୀମାନ୍ତ ନାକା ପଏଣ୍ଟରେ ପଶ୍ଚିମବଙ୍ଗ ପୋଲିସ ପକ୍ଷରୁ ଅଟକ ରଖାଯିଵା ସହିତ ଯାଞ୍ଚ କରାଯାଇଥିବାର ଦେଖିବାକୁ ମିଳିଥିଲା l କାର ମଧ୍ୟରେ କିଛି ପେଟିରେ ସନ୍ଦେହ ଜନକ ଜିନିଷ ଥିବାର ଦେଖି ପଶ୍ଚିମବଙ୍ଗ ପୋଲିସ କାରଟିକୁ ଅଟକ ରଖିବା ସହିତ ପଶ୍ଚିମବଙ୍ଗ ସଦର ଥାନାକୁ ନେଇଯାଇଥିବାର ଦେଖିବାକୁ ମିଳିଛି l ତେବେ ଉକ୍ତ କାରରେ ଟଙ୍କା ରହିଛି ବୋଲି ସନ୍ଦେହ କରାଯାଉଛି l ତେବେ ଏନେଇ ପଶ୍ଚିମବଙ୍ଗ ପକ୍ଷରୁ କୌଣସି ସୂଚନା ଦେବାପାଇଁ ମନା କରିଥିଲେ l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଡ଼ଙ୍ଗରଗଡ଼ ମହୋତ୍ସବ ନଭେମ୍ବର ୨୫ରେ

Sunil Chandra Nayak

ଗାନ୍ଧୀ ଜୟନ୍ତୀ ଅବସରରେ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!