ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାରଳା ପରିବାରର ସାଧାରଣ ପରିଷଦ ବୈଠକ

ଶାରଳା ପରିବାରର ସାଧାରଣ ପରିଷଦ ବୈଠକ

ରାଉରକେଲା: ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଶାରଳା ପରିବାର ରାଉରକେଲା ତରଫରୁ ଆସନ୍ତା ପଣା ସଂକ୍ରାନ୍ତି ଓ ମା ଶାରଳା ପୂଜା ଉପଲକ୍ଷେ ଏକ ସାଧାରଣ ପରିଷଦ ବୈଠକ ସେକ୍ଟର ୨୦ ଡି ବ୍ଲକ୍ ସ୍ଥିତ ସୋମନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ପ୍ରଭାତ କିଶୋର ସ୍ବାଇଁ ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସେଠୀଙ୍କ ଆବାହକତ୍ଵ ରେ ଆୟୋଜିତ ଏହି ବୈଠକରେ ଉପରୋକ୍ତ କାର୍ଯ୍ୟକ୍ରମ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ନିଷ୍କର୍ଷ ଅନୁଯାୟୀ ଆସନ୍ତା ଅପ୍ରେଲ ୧୪ ତାରିଖ ଦିନ ମନ୍ଦିର ପରିସରରେ ପଣା ବଣ୍ଟନ ସହିତ ମା ଶାରଳାଙ୍କ ପୂଜା ପାଇଁ ସମସ୍ତ ପ୍ରସ୍ତୁତି କରାଯିବ। ଏହି ବୈଠକରେ କୋଷାଧ୍ୟକ୍ଷ ବାଇଧର ପ୍ରଧାନ, ଉପଦେଷ୍ଟା ରାଧାଶ୍ୟାମ ନାୟକ,ଶରତ ଚନ୍ଦ୍ର ପଣ୍ଡା, ଭବାନୀ ପ୍ରସାଦ ଦାସ,ଭୋଜେନ୍ଦ୍ର ପ୍ରସାଦ ସାହୁ,ସହ ସମ୍ପାଦକ ଜ୍ୟୋତିର୍ମୟ ଆଚାର୍ଯ୍ୟଙ୍କ ସମେତ କୈଳାସ ଚନ୍ଦ୍ର ନାୟକ, ପ୍ରଫୁଲ୍ଲ କୁମାର ଭୋଇ, ସୁଶାନ୍ତ ରାଉତ, କେଦାର ଦାସ, କ୍ଷୀରୋଦ ଚନ୍ଦ୍ର ବାରିକ ସମେତ ଶତାଧିକ ସଦସ୍ୟ ଉପସ୍ଥିତ ଥିଲେ। ଶେଷରେ ଚନ୍ଦ୍ରମଣି ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମେଗା ଜଳ ଯୋଗାଣ ପ୍ରକଳ୍ପ :ପାଣି ଯୋଗାଇବ କେବେ ଠିକଣା ନାହିଁ ଏପଟେ ପାଇପ ବିଛାଇବା ରେ ରାସ୍ତାଘାଟ ବେହାଲ କରି ଛାଡି ଦେଉଛି

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ନର୍ଲା ବ୍ଲକରେ ୧୨ ଘଣ୍ଟିଆ ଭାରତ ବନ୍ଦ ପାଳନ

Sunil Chandra Nayak

ଯୋଗାଣ ସହାୟକ ମାନଙ୍କ ଆନ୍ଦୋଳନ ଯୋଗୁଁ ଚାଉଳ ବଣ୍ଟନ ଓ ଅନ୍ୟନ୍ୟ କାର୍ଯ୍ୟ ଠପ 

Sunil Chandra Nayak

Leave a Comment

error: Content is protected !!