ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେଲେରିଆ ଜ୍ଵର ରେ ଝୁମୁକା ୱାର୍ଡ ମେମ୍ବରଙ୍କ ମୃତ୍ୟୁ 

ମେଲେରିଆ ଜ୍ଵର ରେ ଝୁମୁକା ୱାର୍ଡ ମେମ୍ବରଙ୍କ ମୃତ୍ୟୁ 

  ବନ୍ଧୁଗାଁ ତା ୧୪/୪/୨୪ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ଝୁମୁକା ଗ୍ରାମର ୱାର୍ଡ ମେମ୍ବର ମେଲେରିଆ ଜ୍ଵର ରେ ପୀଡ଼ିତ ଥାଇ ଚିକିତ୍ସା ସଠିକ୍ ନ ପାଇବାରୁ ନିଜ ଘରେ ମୃତ୍ୟୁ ହୋଇଯାଇଛି । ୱାର୍ଡ ମେମ୍ବର ଶ୍ରୀମତୀ ଟ୍ରେପେକା ସିଲିକା ସ୍ବାମୀ ଟ୍ରେପେକା ଶିବ ଙ୍କ ଜଣେ ପୁଅ ଥିବା ବେଳେ ଆଉ ତିନି ଜଣ ଛୋଟ ଛୋଟ ଝିଅ ପିଲା ରହିଛନ୍ତି । ୱାର୍ଡ ମେମ୍ବର ଭାବରେ ନିଜ ଗାଁ ପାଇଁ ଦୁଇ ଥର ରହି ଆସିଛନ୍ତି । ଗାଁ ର ଅନେକ ବିକାଶ ମୁଳକ କାମ କରିବା ପାଇଁ ସବୁ ବେଳେ ପଞ୍ଚାୟତ ମିଟିଂ ଗୁଡ଼ିକରେ ଭାଗ ନେଉଥିଲେ। ଜଣେ ଅଶିକ୍ଷିତ ମହିଳା ୱାର୍ଡ ମେମ୍ବର ହୋଇଥିଲେ ମଧ୍ୟ ସରପଞ୍ଚ , ନାଇବ ସରପଞ୍ଚ ଓ ସମସ୍ତ ୱାର୍ଡ ମେମ୍ବର ମାନଙ୍କ ପାଖରେ ଅତି ଆଦରଣୀୟ ଥିଲେ । ଝୁମୁକା ଗ୍ରାମରେ ସ୍କୁଲ ବନ୍ଦ ହେବାକୁ ଥିବା ବେଳେ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଙ୍କୁ ସହଯୋଗ କରି ୨୩ ଜଣ ଛାତ୍ରଛାତ୍ରୀ ଙ୍କୁ ନୂତନ ଭାବେ ନାମ ଲେଖାଇ ସ୍କୁଲ ଚାଲୁ ରଖିବାରେ ସଫଳ ପାଇଥିଲେ । ୱାର୍ଡ ମେମ୍ବର ଙ୍କ ବଡ ପୁଅ ସନ୍ତୋଷ ଟ୍ରେପେକା ୫ ମ ଶ୍ରେଣି ପାଠ ପଡୁଥିବା ବେଳେ ଝିଅ ଅନିତା ଟ୍ରେପେକା ୫ ବର୍ଷ, ପ୍ରମିଳା ଟ୍ରେପେକା ୩ ବର୍ଷ, ନନ୍ଦିନୀ ଟ୍ରେପେକା ୨ ବର୍ଷ ହୋଇଥିବା ଜାଣିବାକୁ ମିଳିଛି । ସେ ୱାର୍ଡ ମେମ୍ବର ଥାଇ କାର୍ଯ୍ୟରତ ଅବସ୍ଥାରେ ମୃତ୍ୟୁ ହୋଇଥିବାରୁ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ନାଇବ ସରପଞ୍ଚ ସନ୍ୟା ମାଣ୍ଡିଙ୍ଗି, ୱାର୍ଡ ମେମ୍ବର ସିରିମେ ମେଲେକା, ଲିମ୍ବେ ମେଲେକା, ଜ୍ୟୋତି ମେଲେକା, ସୂର୍ଯ୍ୟ ମେଲେକା, ଏ ସୁରେନ୍ଦ୍ର, ଶ୍ରିନୁ ମାଣ୍ଡିଙ୍ଗି, ବିମୁଡୁ ବାଘବଂଶ ଉପସ୍ଥିତ ରହି ଥିବା ବେଳେ ସାଥିରେ ଉତ୍ତମ ନାୟକ ମଧ୍ୟ ଭାଗ ନେଇ ଦୁଖିତ ପରିବାରଙ୍କୁ ଅଳ୍ପ କିଛି ସହାୟତାରେ ଦେଇଥିଲେ ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ୍ 

Related posts

ଯୁବ ବ୍ଯବସାୟୀଙ୍କ ମୃତ୍ୟୁ

masiha

ଚନ୍ଦ୍ରପୁରୁ ବ୍ଲକରେ ଭୁଷୁଡି ପଡିଛି ଶିକ୍ଷା ବ୍ୟବସ୍ଥା, ୯ଟି ଶ୍ରେଣୀର ୫୮ପିଲାଙ୍କୁ ୨ଟି କୋଠରୀରେ ପାଠ ପଢ଼ାଉଛନ୍ତି ଜଣେ ଶିକ୍ଷକ

Sunil Chandra Nayak

କୋକସରା ବ୍ଲକ କଂଗ୍ରେସ କମିଟି ତରଫରୁ ଗାନ୍ଧୀ ଜୟନ୍ତୀ ପାଳିତ

masiha

Leave a Comment

error: Content is protected !!