ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମ୍ବାଦିକ ମାତୃ ବିୟୋଗ 

ସାମ୍ବାଦିକ ମାତୃ ବିୟୋଗ 

ନର୍ଲା/ମସିହା/20/04/24 // ଶୁକ୍ରବାର ଅପରାହ୍ନରେ ବରଗଡର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାମ୍ବାଦିକ ତଥା ରୁପ୍ରାରୋଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରଣାଙ୍କ ମାତା ପଦ୍ମିନୀ ରଣା (୭୧)ଙ୍କ ଦେହାନ୍ତ ହୋଇଛି । ବରଗଡରୁ ମରଶରୀର ନିଜ ଗାଁ ବିଲାଟରେ ପହଞ୍ଚିବା ପରେ ଏକ ଶୋକାକୂଳ ପରିସ୍ଥିତି ସୃଷ୍ଟି ହୋଇଛି । ବିଭିନ୍ନ ବର୍ଗର ଲୋକେ ଗାଁ କୁ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ସ୍ବାମୀ ବୀରକିଶୋର ରଣା ସମେତ ଜ୍ୟେଷ୍ଠ ପୁତ୍ର ହେମକାନ୍ତ ଚିତ୍ତରଞ୍ଜନ, ଚମ୍ପକଲାଲ୍ ଓ ନଳିନୀକାନ୍ତ ,ଏକମାତ୍ର ଝିଅ ମୀରା,ସମସ୍ତ ପୁତ୍ର ବଧୂ,ଜାମାତା, ନାତି ନାତୁଣୀ,ଗ୍ରାମବାସୀ, ସାମ୍ବାଦିକଗଣ, ବନ୍ଧୁବର୍ଗ,ପରିଜନ ଶ୍ମସାନରେ ଉପସ୍ଥିତ ଥିଲେ । ଦୁଃଖଦ ପରିବେଶରେ ପରିବାର ବର୍ଗଙ୍କୁ ସମସ୍ତେ ସାନ୍ତ୍ବନା ଦେଇଥିବା ବେଳେ ମାତା ପଦ୍ମିନୀ ଜଣେ ସହନଶୀଳ ଗୃହିଣୀ,ମିଷ୍ଠଭାଷୀ, ଧର୍ମପରାୟଣା,ମେଳାପି ଓ ସମଦର୍ଶିନୀ ମହିଳା ଥିଲେ ବୋଲି ସମସ୍ତେ ଗୁଣଗାନ କରିଥିଲେ । ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜ୍ୟେଷ୍ଠ ପୁତ୍ର ହେମକାନ୍ତ ମୁଖାଗ୍ନି ଦେଇଛନ୍ତି ।

ଦୀପକ ଠାକୁର, ନର୍ଲା

Related posts

ଭିନ୍ନକ୍ଷମଙ୍କୁ ସଶକ୍ତ କରିବାରେ ସହାୟକ ହେଉଛି ‘ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ’

masiha

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

masiha

ବାତ୍ୟାର ପ୍ରଭାବରେ ଜୁନାଗଡ଼ରେ ଭାଙ୍ଗିଲା ଗଜଲକ୍ଷ୍ମୀ ପୂଜା ତୋରଣ

Sunil Chandra Nayak

Leave a Comment

error: Content is protected !!