ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପୂଜାରୀଗୁଡ଼ା ଷ୍ଟାଡିୟମ୍ ରେ କାର୍ତ୍ତିକ ପାଣ୍ଡି ୟାନ ଙ୍କ ପ୍ରଚାର

ପୂଜାରୀଗୁଡ଼ା ଷ୍ଟାଡିୟମ୍ ରେ କାର୍ତ୍ତିକ ପାଣ୍ଡି ୟାନ ଙ୍କ ପ୍ରଚାର

ତେନ୍ତୁଳିଖୁଣ୍ଟି ୨୬/୦୪/୨୪ // ନବରଙ୍ଗପୁର ଜିଲ୍ଲା ର ଚାରି ଟି ଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ଙ୍କ ମାରାଥନ ପ୍ରଚାର । ଅପରାହ୍ନ ଚାରିଟା ରେ ନବରଙ୍ଗପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ଷ୍ଟାଡିୟମ ରେ ମୁଖ୍ୟମନ୍ତ୍ରୀ କଥାରେ ନୁହେଁ କାର୍ଯ୍ୟରେ ବିଶ୍ୱାସ କରନ୍ତି ଓ ଆଦିବାସୀଙ୍କ ପାଇଁ ତାଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ରହିଛି ବୋଲି ନିଜ ଉଦବୋଧନ ରେ କହିଥିଲେ। ଆଦିବାସୀଙ୍କ ଉପରେ ଥିବା 50 ହଜାର ମାମଲା ପ୍ରତ୍ୟାହାର କରିଥିବା କହିଥିଲେ। ପର୍ଯ୍ୟଟନ ବିକାଶ ପାଇଁ ମଂଗ୍ରଦୋରା କୁ 3 କୋଟି , ଦୁଲୁଘାଟି ରାସ୍ତା ପାଇଁ 45 କୋଟି ଏପରି କି ଜଳସେଚନ ପାଇଁ ସମସ୍ତ ବ୍ୟବସ୍ଥା ହୋଇ ସାରିଛି ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହୋଇଯିବ ବୋଲି କହିଥିଲେ। ମହିଳା ଙ୍କୁ ପ୍ରାଥ ମିକ ତା ଦେଇ 33 ପ୍ରତିଶତ ଲୋକସଭା ସିଟ ମହିଳାଙ୍କୁ ପ୍ରାର୍ଥୀ କରାଯାଇଥିବା ପ୍ରକାଶ କରିବା ସହ ସେହି ମର୍ମରେ ନବରଙ୍ଗପୁର ବିଧାନସଭା ଆସନ କୌଶଲ୍ୟା ପ୍ରଧନୀ ଙ୍କୁ ଦିଆଯାଇଛି ବୋଲି କହିଥିଲେ। 90 ପ୍ରତିଶତ ଭୋଟ ଦେବା ସହ ସ୍ଥାନୀୟ ସମସ୍ତ ଦାବୀ ପୂରଣ କରାଯିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ। ମଞ୍ଚରେ ଉଭୟ ଏମ ପି ପ୍ରାର୍ଥୀ ପ୍ରଦୀପ ମାଝୀ ଓ ବିଧାୟକ ପ୍ରାର୍ଥୀ କୌଶଲ୍ୟା ପ୍ରଧାନୀ ମଞ୍ଚାସିନ ଥିଲେ। ଉଭୟେ ମଧ୍ୟ ଜନତା ଙ୍କୁ ସମ୍ବୋଧିତ କରିଥିଲେ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

masiha

ରାଉରକେଲା ରେ ସାରଦା ଓ ରଘୁନାଥପାଲି ରେ ଦୁର୍ଗା, ବଣେଇ ରୁ ଲକ୍ଷ୍ମଣ, ବିରମିତ୍ରପୁର ରୁ ରୋହିତ, ସୁନ୍ଦରଗଡ ରୁ ଯୋଗେଶ, ତଳସରା ରୁ ଭବାନୀ, ରାଜଗାଙ୍ଗପୁର ରୁ ସିଂ ଏସ୍ ରାଜନ୍ ଓ ସୁନ୍ଦରଗଡ ଲୋକସଭା ଆସନରୁ ଜୁଏଲଙ୍କ ବାଜିମାତ 

masiha

ବିଜୁ ପ୍ରତିଷ୍ଟା ଦିବସ ଓ ୨୫ ବର୍ଷ ବିଜେଡି ଶାସନ ପୁର୍ତ୍ତି ଅବସରରେ ପାଳନ କଲେ ବିଜେଡି କର୍ମୀ ବୃନ୍ଦ

Sunil Chandra Nayak

Leave a Comment

error: Content is protected !!