ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଗପୁର ଗ୍ରାମରେ ଗୌନ୍ତିଆ ବରଣ କଲେ ଗ୍ରାମ ବାସୀ

ବାଗପୁର ଗ୍ରାମରେ ଗୌନ୍ତିଆ ବରଣ କଲେ ଗ୍ରାମ ବାସୀ

ଦିନ ଥିଲା ଶାସକ ଭାବେ ରାଜା ହିଁ ପ୍ରଜାଙ୍କ ସୁଖ ଦୁଃଖ ବୁଝୁଥିଲେ ସେହି ସମୟରେ ରାଜା ଙ୍କ ଅନୁମତି କ୍ରମେ ପ୍ରତି ଗ୍ରାମରେ ପ୍ରଜାଙ୍କ ପାଇଁ ଗ୍ରାମର ମୁଖିଆ ବା ଗୌନ୍ତିଆ ଙ୍କ ପ୍ରଜାବତ୍ସଳ ସୁଶାସନ ଶାସନ ଚାଲି ଆସୁଥିଲା ହେଲେ ବର୍ତମାନ କିନ୍ତୁ ତାହା ଆଉ ନାହିଁ। ହେଲେ ଏହି ଗୋନ୍ତିଆ ବା ଗ୍ରାମର ମୁଖିଆ ବରଣ ଏବେ ବି ଜୀବିତ ରହିଛି। ଆମେ କହୁନୁ ଆମ ଗାଁ ହୋଇଯାଇଥିବା କାର୍ଯ୍ୟ ରୁ ଜଣା ଯାଉଛି।ଏହିପରି ଭାବେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ବାଗପୁର ଗାଁ ରେ ଆଜି ଏକ ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଛି, ଯାହା ଦୀର୍ଘ ଦିନ ପରେ ସମ୍ଭବ ହୋଇଛି। ଯାହାକୁ ଅପେକ୍ଷାର ଫଳ ମିଠା ବୋଳି ଲୋକେ ମିଠା ର ସୁସ୍ଵାଦ ଚାଖିଛନ୍ତି, ଯେଉଁ ରାଜ୍ୟ ରେ ରାଜା ନଥାଏ ସେହି ରାଜ୍ୟ ସାରା ଅରାଜକତା ଭିତରେ ଛୋଟ ବଡ଼ ସମସ୍ୟା ଦେଇ ଗତିକରିଥାଏ, ସେହିଭଳି ବାଗପୂର୍ ଗାଁ ର ମୂଖ୍ୟା ଗୌନ୍ତିଆ ସ୍ୱର୍ଗତ ଦୋଳ ଚନ୍ଦ୍ର ବାଗ ଙ୍କକାର୍ଯ୍ୟ କୁ ଆମେ ମାପିବା କଷ୍ଟ କର ସେ ଗାଁ ରେ ଶ୍ରୀରାମ ନବମୀ ମନ୍ଦିର ଉଜୋଗ କରି, ଗାଁ ରେ ଶାନ୍ତିର ବାର୍ତ୍ତା ଦେବା ସହ ଜନ ସେବାରେ ନିଜକୁ ନିୟୋଜିତ ରହି ଆସୁଥିଲେ।ରାସ୍ତା, ଘାଟ, ଗାଁ ତଥା ଅଞ୍ଚଳ ପାଇଁ ହାଇସ୍କୁଲ ପ୍ରତିଷ୍ଠାକରି କରି ଅମର ରହିଛନ୍ତି ଆଜି ବି ବାଗପୁର ଗୌନ୍ତିଆ କଥା କହିଲେ ସମସ୍ତ ଙ୍କ ମନଭିତରେ ଉଙ୍କି ମାରେ , “ତାପରି ହେବା କଷ୍ଟକର” କିନ୍ତୁ ତାଙ୍କର ଦେହାନ୍ତ ପରେ ଗାଁ ରେଅରାଜକତା ପରିସ୍ଥିତି ଦେଇ ଚାଲୁଥିଲା ।ଏହି ସମସ୍ତ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ତା,୨୫/୦୪/୨୦୨୪ ରିଖ ଗୁରୁବାର ଦିନ ରାତ୍ର ୮,ଘଣ୍ଟା ସମୟରେ ସମସ୍ତ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ରେ ଏକ ସଭା କାର୍ଯ୍ୟ କରିଥଲେ । ଏଥିରେ ଶ୍ରୀ ଥବିର୍ ଚନ୍ଦ୍ର ବାଗ ଙ୍କୁ ଗାଁ ର ମୁଖିଆ ଗୌନ୍ତିଆ ଭାବରେ ଦାୟିତ୍ଵ୍ଵ ଦେବା ପାଇଁ ସ୍ତ୍ରିରିକୃତ୍ କରାଗଲା । ତା,୨୮/୦୪/୨୦୨୪ ରିଖ ରବିବାର ଦିନ ୯ ଘଣ୍ଟା, ୩୫ମି଼ ସମୟ ରେ ଶୁଭ ମହେନ୍ଦ୍ର ବେଲା ରେ ଗୌନ୍ତିଆ ମୁକୁଟ ପିଁନ୍ଧାଗଲା,ଏହିକାରଣ ଦୀର୍ଘ ଦୁଇ ବର୍ଷ ହେଲା ଗାଁ ର ମୁଖିଆ ତଥା ଗୌନ୍ତିଆ ସ୍ବର୍ଗତ ଦୋଳଚନ୍ଦ୍ର ବାଗ ଙ୍କର ଦେହାନ୍ତ ହେଲା ପରେ, ଗାଁ ର ଅନେକ ସମସ୍ୟା ଦେଖା ଦେଉଥିଲା। ଆଜି ତାଙ୍କର ଜ୍ୟେଷ୍ଠ ପୁତ୍ର ଥବିର ଚନ୍ଦ୍ର ବାଗ, ଏବଂ ପୁତ୍ରବଧୂ ସତ୍ୟବତୀ ବାଗ, ଙ୍କୁ ବାଗପୁର ଗାଁ ର ସମସ୍ତ ମାନ୍ୟଗୁଣ୍ୟ ଭଦ୍ରବ୍ୟକ୍ତି,ବୃଧ୍ୟ ,ବୃଧ୍ୟା ଆବାଳ , ବନିତା, ଯୁବକ , ଯୁବତୀ,କୁନି,କୁନି, ପିଲା ଛୁଆ, ଏକତ୍ରିତ ଭାବରେ ଶଙ୍ଖ ହୁଳହୁଳି ଏବଂ ଶ୍ରୀରାମ ଭଗବାନ ଙ୍କ ନାମନେଇ ସ୍ଵର୍ ଉତଳନକଲେ, ଗାଁର ଗୌନ୍ତିଆ ଭାବରେ ଗୁରୁ ଦାୟିତ୍ଵ ଦେଲେଗ୍ରାମବାସୀ । ପ୍ରଥମେ ଶ୍ରୀରାମ ମହାପ୍ରଭୁ ଙ୍କ ଠାରେ ପୂଜାର୍ଚ୍ଚନା କରି ପରେ ଗାଁ ର ଅଧିଷ୍ଠାତ୍ରୀ ଦେବୀ ମାଁ ଧରଣୀ ଦେବୀଙ୍କ ପୀଠରେ ପୂଜା କାର୍ଯ୍ୟ ସାରି, ଗ୍ରାମବାସୀ ଶ୍ରୀରାମ ମଣ୍ଡପ ପ୍ରାଙ୍ଗଣ ରେ ମଞ୍ଚ ଉପରକୁ ନେଇ ପୁଷ୍ପମାଲ୍ୟ ଦେଇ ସୁସ୍ୱାଗତ କରିଥଲେ ।ସେହି ମଞ୍ଚରେ ଗ୍ରାମର ଜାନି ଭାବେ ଅନି ମାଝି, ତାଙ୍କ ସ୍ତ୍ରୀ ପୂର୍ଣ୍ଣମୀ ମାଝୀ , ଝାକର ଭାବରେ ସ୍ବର୍ଗତ କୁଲ ମାଝୀ, ଙ୍କ ର ପୁଅ ,ଟୁନୁ ମାଝୀ ଙ୍କୁ ଓ ଗଣା ସ୍ବର୍ଗତ ଦାସ ବାଗଙ୍କ ପୁଅ ବବୃବାହାନ ବାଗ ଙ୍କୁ ଗଣା ଭାବରେ ଦାୟିତ୍ଵ ନିର୍ବାହ କରିବା ପାଇଁ ଗାଁ ଲୋକେ ବରଣ କରିଥିଲେ ଏଥିରେ ଗୌନ୍ତିଆ ପରିବାରଦୁଇ ଭାଇ ଥବିର ବାଗ ସହଧର୍ମିଣୀ ସତ୍ୟବତୀ ବାଗ ବାବୁଲାଲ ବାଗ ସହଧର୍ମିଣୀ ହିମାଦ୍ରି ତନୟା ଜାଲ ଓ ବାଗ ବଂଶ ର ସମସ୍ତ ସଦସ୍ୟ ମଞ୍ଚ ଉପରେ ମଞ୍ଚା ସିନ ହେଲେ, ଚିତ୍ରସେନ ବାଗ, ପରମାନନ୍ଦ ବାଗ, ପୌଲସ୍ତ ବାଗ,ଭୁବନେଶ୍ୱର ବାଗ, ପବନ ବାଗ, ଦ୍ରୋପତି ବାଗ, ନିଲେନ୍ଦ୍ରି ବାଗ, କେତକୀ ବାଗ, ହିରୂତା ବାଗ, ଲକ୍ଷ୍ମୀ ବାଗ, ତିଳୋତ୍ତମା ହାତୀ, ସୂମିତ୍ରା ମାଝୀ, ମଞ୍ଚାସିନ ଥିଲେ, ଅପର ପକ୍ଷରେ ଗ୍ରାମ ର ଭଦ୍ରବ୍ୟକ୍ତି ହେଲେ ଜଗତରାମ ଭୋଇ, ସରପଞ୍ଚ ଗୋପାଳକୃଷ୍ଣ ହାତୀ, ମିନିକେତ ମାଝୀ, କୁବେର ଭୋଇ, ଫକିର ଜାଲ, ହେମସାଗର ମାଝୀ, ଗଣ୍ଠି, ରଥ ବାଗ,ମାଝୀ, ଚୂଡ଼ାମଣି ମାଝୀ, ଧନସିଂଗ ମାଝୀ, ରିମାନ ସାହୁ, ବଳ ଦେବ ସୁନା, ଧବ୍ଲେ ବାଗ, ମନ ସାହୁ, ଖଳଧର ମାଝୀ,ତପନ କୁମାର,ସାହୁ, ଉମାଶଙ୍କର ସାହୁ, ନକୁଲ ସାହୁ ସୁନ୍ଦର ସୁନାନି,ହୃଷୀକେଶ ସାହୁ, କଳ୍ପ ଭୋଇ,ପ୍ରମୁଖ ସମସ୍ତ ଗ୍ରାମବସୀ ଉପସ୍ଥିତରହି ଏହି କାର୍ଯ୍ୟକ୍ରମ କୁ ଶାନ୍ତିଶୃଙ୍ଖଳା ସହିତ ସମାପନ କରିଥିଲେ। 

ନର୍ଲା ରୁ ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ତରବୋଡ଼ ଠାରେ ସଡ଼କ ସୁରକ୍ଷା ସପ୍ତାହ ପାଳିତ

Sunil Chandra Nayak

ଭକ୍ତଙ୍କୁ ଭିଆଇପି (VIP) ଦର୍ଶନ କରାଇଦେବା ନାଁ ରେ ଲୁଟୁଥିବା ଠକମାନଙ୍କ ଉପରେ  କଡ଼ା ଆକ୍ସନ

Sunil Chandra Nayak

ସରକାରୀ ଉନ୍ନତି କାର୍ଯ୍ୟର ଅର୍ଥ ଆତ୍ମସାତ ଅଭିଯୋଗ

masiha

Leave a Comment

error: Content is protected !!