ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ

 

ଚାରି ଧାମ ମଧ୍ୟେ ଶ୍ରେଷ୍ଠ ତୋର ଧାମ 

         ପବିତ୍ର ପୁରୁଷୋତ୍ତମ, 

ସର୍ବବ୍ୟାପି ତୁହି ନିରାକାର ହୋଇ 

        ଜୟ ଜୟ ପରଂବ୍ରହ୍ମ l

ଭକ୍ତର ଭକ୍ତିରେ ହୋଇଥାଅ ପ୍ରଭୁ 

         ଅରୂପରୁ ରୂପଧାରୀ, 

ଅନ୍ତରଙ୍ଗ ହୋଇ ପାଖେ ପାଖେ ରହି 

        ନାନା ରୂପେ ଲୀଳା କରି l

ଚର୍ମ ଚକ୍ଷୁ ସବୁ ହୁଅଇ ପବିତ୍ର 

        ଦେଖୁଥିଲେ ତୋର ରୂପ, 

କୋଟିଏ ଜନ୍ମର ପୂଣ୍ୟ ମିଳିଥାଏ 

        କଟିଯାଏ ସବୁ ପାପ l

ସମସ୍ତ ଧର୍ମର ପୀଠ ସ୍ଥଳୀ ତୁହି 

     ଯୁଗେ ଯୁଗେ ତୋ ମହିମା 

ଭାବ ବିନୋଦିଆ ଭାବର ଠାକୁର 

       ସର୍ବ ମଙ୍ଗଳ ମଣିମା l

କୃପାସିନ୍ଧୁ ପ୍ରଭୁ ଆହେ ଦୀନବନ୍ଧୁ 

       ଅନାଥର ତୁହି ନାଥ, 

ଭବ ସାଗରରୁ ପାରିକର ପ୍ରଭୁ 

      ଚକାଡ଼ୋଳା ଜଗନ୍ନାଥ l

ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଗଞ୍ଜାମ

Related posts

ସର୍ପାଘାତରେ ୮ମ ଶ୍ରେଣୀ ଛାତ୍ରର ମୃତ୍ୟୁ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ପୌରାଣିକ

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା ଶିକ୍ଷକ

Sunil Chandra Nayak

Leave a Comment

error: Content is protected !!