ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା – ଜଗନ୍ନାଥ ତୁମେ ପରଂବ୍ରହ୍ମ

ଜଗନ୍ନାଥ ତୁମେ ପରଂବ୍ରହ୍ମ

 

ଚାରି ଧାମ ମଧ୍ୟେ ଶ୍ରେଷ୍ଠ ତୋର ଧାମ 

         ପବିତ୍ର ପୁରୁଷୋତ୍ତମ, 

ସର୍ବବ୍ୟାପି ତୁହି ନିରାକାର ହୋଇ 

        ଜୟ ଜୟ ପରଂବ୍ରହ୍ମ l

ଭକ୍ତର ଭକ୍ତିରେ ହୋଇଥାଅ ପ୍ରଭୁ 

         ଅରୂପରୁ ରୂପଧାରୀ, 

ଅନ୍ତରଙ୍ଗ ହୋଇ ପାଖେ ପାଖେ ରହି 

        ନାନା ରୂପେ ଲୀଳା କରି l

ଚର୍ମ ଚକ୍ଷୁ ସବୁ ହୁଅଇ ପବିତ୍ର 

        ଦେଖୁଥିଲେ ତୋର ରୂପ, 

କୋଟିଏ ଜନ୍ମର ପୂଣ୍ୟ ମିଳିଥାଏ 

        କଟିଯାଏ ସବୁ ପାପ l

ସମସ୍ତ ଧର୍ମର ପୀଠ ସ୍ଥଳୀ ତୁହି 

     ଯୁଗେ ଯୁଗେ ତୋ ମହିମା 

ଭାବ ବିନୋଦିଆ ଭାବର ଠାକୁର 

       ସର୍ବ ମଙ୍ଗଳ ମଣିମା l

କୃପାସିନ୍ଧୁ ପ୍ରଭୁ ଆହେ ଦୀନବନ୍ଧୁ 

       ଅନାଥର ତୁହି ନାଥ, 

ଭବ ସାଗରରୁ ପାରିକର ପ୍ରଭୁ 

      ଚକାଡ଼ୋଳା ଜଗନ୍ନାଥ l

ପ୍ରଶାନ୍ତ କୁମାର ଶତପଥୀ 

ଛତ୍ରପୁର, ଗଞ୍ଜାମ

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ଶୁନ୍ୟ ନୁହେଁ ସିଏ ପୂର୍ଣ୍ଣ

ରାଇରଙ୍ଗପୁରରେ‌ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ସାରସକଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ମହାମିଶ୍ରଣ ପର୍ବ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ଅଳପ ପାଠ, ବହୁତ ହାଟ

Leave a Comment

error: Content is protected !!