ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ପକ୍କା ରାସ୍ତା କରାଯାଉନଥିବାରୁ ଖୁଣ୍ଟିଆଗୁଡ଼ାବାସୀଙ୍କ ଭୋଟ ବର୍ଜନ ନିଷ୍ପତ୍ତି

ତେନ୍ତୁଳିଖୁଣ୍ଟି ୦୫/୦୫/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତା ଗୁଡା ଗ୍ରାମ ପଞ୍ଚାୟତ ର ଖୁଣ୍ଟିଆଗୁଡା ଗ୍ରାମ କୁ ଆଜି ପର୍ଯ୍ୟନ୍ତ ସବୁଦିନିଆ ପକ୍କା ରାସ୍ତା ହୋଇପାରିନି। ଫଟଗୁଡ଼ା ଗ୍ରାମ ରୁ ଖୁଣ୍ଟିଆଗୁଡା ପର୍ଯ୍ୟନ୍ତ ରାସ୍ତା ପକ୍କା ପିଚୁ ରାସ୍ତା କରିବାକୁ ଗ୍ରାମବାସୀ ଆଜକୁ ପନ୍ଦର ବର୍ଷ ହେବ ଦାବୀ କରି ଆସୁଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି। ଧର୍ମ କୁ ଆଖି ଠାର ସଦୃଶ ଦୁଇ ଥର ମନରେଗା ଯୋଜନାରେ ବୁଡି ଅଞ୍ଚଳ ବାସୀ ରହୁଥିବା ସାହି ଠାରୁ ଆମ୍ବ ତୋଟା ପର୍ଯ୍ୟନ୍ତ ମାଟି ରାସ୍ତା କରାଯାଇଛି। ଗ୍ରାମବାସୀ ପ୍ରତିବାଦ କରିବା ପାଇଁ ପ୍ରତୀକ ଭାବେ କାର୍ଡ଼ମାକ୍ତ ରାସ୍ତା ରେ ଧାନ ରୋଇବା କାର୍ଯ୍ୟ ମଧ୍ୟ କରିଛନ୍ତି। ବୁଡି ଅଞ୍ଚଳ ବାସି ଯେଉଁଠି ରହିବେ ସେହି ଗ୍ରାମ କୁ ପକ୍କା ରାସ୍ତା ଓ ବିଦ୍ୟାଳୟ ପାନୀୟଜଳ ଆଦି ଅତ୍ୟାବଶ୍ୟକୀୟ ସେବା ପ୍ରକଳ୍ପ କର୍ତ୍ତୁପକ୍ଷ ଯୋଗାଇଦେବା ନିୟମ ମଧ୍ୟ ଏଠାରେ କାର୍ଯ୍ୟକାରୀ ହୋଇ ପାରିନି। ତତ୍କାଳୀନ ବିଧାୟକ ମନୋହର ରନ୍ଧାରୀ ଏମ ପି ପ୍ରଦୀପ ମାଝୀ ଙ୍କ ଠାରୁ ବର୍ତ୍ତମନ ବିଧାୟକ ସଦାଶିବ ପ୍ରଧାନୀ ଓ ଏମପି ରମେଶ ମାଝୀ ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଗ୍ରାମ ବାସୀଙ୍କୁ ପିଚୁ ରାସ୍ତା ମିଳି ପାରିନି। ଜିଲ୍ଲାପାଳ ଅଜିତ କୁମାର ମିଶ୍ର ଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ବର୍ତ୍ତମାନ ଜିଲ୍ଲାପାଳ କମଳ ଲୋଚନ ମିଶ୍ର ଙ୍କ ଦୃଷ୍ଟି ଆକର୍ଷଣ କରିଛଜଟି ଗ୍ରାମବାସୀ। ପ୍ରାୟ 10 ରୁ15 ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଶିବିର ରେ ରାସ୍ତା ପାଇଁ ଖୁଣ୍ଟିଆଗୁଡା ବାସୀ ଦାବୀ ରଖିଥିଲେ ମଧ୍ୟ ନିରାଶ ହୋଇଛନ୍ତି। ବର୍ଷା ଦିନ ରେ ଗ୍ରାମକୁ ଆମ୍ବୁଲାନ୍ସ ଆସିପାରୁନି ଏପରିକି ଘରକୁ ଆସୁଥିବା ସମ୍ପର୍କୀୟ ମଧ୍ୟ ଥରେ ଆସିଲେ ଦ୍ଵିତୀୟ ଥର ଆସିବାକୁ ଇଛା କରୁ ନାହାନ୍ତି। ଏହି ଗ୍ରାମକୁ ଦୀର୍ଘ ଦିନ ଉପେକ୍ଷା କରାଯାଉଥିବାରୁ ଗ୍ରାମର ଯୁବକ ମହିଳା ଛାତ୍ରଛାତ୍ରୀ ଓବୟୋଜ୍ୟେଷ୍ଠ ମିଳିତ ହୋଇ ଏକ ବୈଠକ କରି ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି। ଖୁଣ୍ଟିଆଗୁଡା ଗ୍ରାମ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀ ର 251 ନମ୍ବର ବୁଥ ଏଠାରେ 607 ଜଣ ଭୋଟର ରହିଛନ୍ତି। 

ଭୋଟ ବର୍ଜନ ଚରମ ତଥା ଏକକ ମତ ରେ ନିଷ୍ପତ୍ତି ନିଆଯାଇଛି , ସମ୍ପର୍କରେ ପ୍ରଶାସନ ସହ ଆଉ ଆଲୋଚନା କରିବୁନି। ଅତୀତ ରେ ମଧ୍ୟ ବହୁଥାର ପ୍ରତିଶୃତି ପାଇଛୁ ଏଥର ରାସ୍ତା ନାହିଁ ତ ଭୋଟ ନାହିଁ ବୋଲି କହିଛନ୍ତି ଖୁଣ୍ଟିଆଗୁଡା ବାସୀ।

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

ନୂଆପଡ଼ା ଜିଲ୍ଲା କୋମନା ଏବଂ ଖରୀଆର ରୋଡ ରେ ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀ ମାଳବିକା ଦେବୀଙ୍କ ମାରାଥନ ନିର୍ବାଚନ ପ୍ରଚାର 

masiha

ତେଜିଲା ତିର୍ତ୍ତୋଲ ବିଧାୟକଙ୍କ ବିରୁଦ୍ଧରେ ବିଦ୍ରୋହ, ମହିଳା କଂଗ୍ରେସ ନିଆଁ ଲଗେଇଲେ ଫୋଟୋ ଚିତ୍ରରେ 

Sunil Chandra Nayak

Leave a Comment

error: Content is protected !!