ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ

ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେବା ଉଚିତ : ମହାସଚିବ

ବ୍ରହ୍ମପୁର,୧୮/୫/୨୪- କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ’ ପକ୍ଷରୁ ସ୍ଥାନୀୟ ପ୍ରକାଶମ୍ ହଲ୍ ପରିସରସ୍ଥ ଆନ୍ଧ୍ର ଭାଷା ବିବର୍ଦ୍ଧିନୀ ସମାଜମ୍ ସଭା ପ୍ରକୋଷ୍ଠ ଠାରେ ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଙ୍କ ୬୩ତମ ଜନ୍ମୋତ୍ସଵକୁ ‘କଳାକାର ସଂହତି ଦିବସ’ ଭାବେ ମହା ସମାରୋହରେ ପାଳିତ ହୋଇଯାଇଛି। ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡା ତିରୁପତି ସାହୁ, କଳାପ୍ରାଣ କୈଳାସ ପାଣିଗ୍ରାହୀ, କନ୍ଧମାଳ ଜିଲ୍ଲା ବ୍ଳକ୍ କଳାକାର ସଂଘ ସଭାପତି ତ୍ରିନାଥ ପଣ୍ଡା, ବରିଷ୍ଠ ଶିକ୍ଷାବିତ୍ ତଥା ମଞ୍ଚ ଅଭିନେତା ଶଙ୍କର୍ଷଣ ସାବତ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ସଂଘର କାର୍ଯ୍ଯଧାରା ଉପରେ ସନ୍ତୋଷ ବ୍ୟକ୍ତ କରିବା ସହ ସଂଘଭୁକ୍ତ ହୋଇ ସଂଘ ଶକ୍ତିକୁ ସୁଦୃଢ଼ କରି ପାରିଲେ ହିଁ କଳା ଓ କଳାକାରଙ୍କ ବିକାଶ ସାଧିତ ହୋଇ ପାରିବ ବୋଲି ଉପସ୍ଥିତ କଳାକାର ମାନଙ୍କୁ ଉଦ୍ବୋଧନ ଦେଇଥିଲେ। ସଂଘ ପକ୍ଷରୁ ମୃଦଙ୍ଗ ବାୟକ ଶବର ପାତ୍ର, ପାଲା ଗାୟକ ତ୍ରିନାଥ ପଣ୍ଡା, ଲୋକଗୀତ ଗାୟକ ବାବୁ ନାୟକ, ସାଂସ୍କୃତିକ ସଂଗଠକ ରମେଶ ଚନ୍ଦ୍ର ସାହୁ, କୁଚୁପୁଡି ନ୍ରୁତ୍ୟାଙ୍ଗନା ବି. ଲାକ୍ଷା ପ୍ରମୁଖଙ୍କୁ ମାନପତ୍ର ଓ ଉପାୟନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। 

          ଏହି ଅବସରରେ ସଂଘ ମହାସଚିବ ରୋଶନ୍ ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା। ଆମ କାର୍ଯ୍ୟ-କଳାପ ଓ ଦୃଷ୍ଟି ଭଙ୍ଗି ସମୂହ କୈନ୍ଦ୍ରିକ ହେଲେ ଜୀବନ ଧନ୍ୟ ହୋଇଥାଏ ବୋଲି ମହାସଚିବ ତାଙ୍କ ପ୍ରତିକ୍ରିୟା ଉପସ୍ଥାପନ କରିଥିଲେ। ବରିଷ୍ଠ ଅଭିନେତ୍ରୀ ଗୀତା ସ୍ବାଇଁ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ନାଟ୍ଯ-ସୂର୍ଯ୍ଯ ଦେବେନ୍ଦ୍ର ପ୍ରସାଦ ଶର୍ମା ଅତିଥି ପରିଚୟ ଦେଇଥିଲେ। ପୁଟବଗଡ ସ୍ଥିତ ମା’ ସନ୍ତୋଷୀ ନାଟ୍ଯ ସଂଘ ପ୍ରଯୋଜିତ ତଥା ଗୁରୁ ଯୁଦ୍ଧିଷ୍ଠୀର ନାହାକ ନିର୍ଦ୍ଦେଶିତ ଲୋକ ନାଟକ ‘ରାଧାପ୍ରେମ ଲୀଳା’ ମଞ୍ଚସ୍ଥ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ପ୍ରଦୀପ କୁମାର ସାହୁ, କୁନୁ ବେହେରା, ଜି. ରଘୁନାଥ ପାତ୍ର, ସୁଦାମ ପଟ୍ଟନାୟକ, ମ୍ରୁତ୍ଯୁଞ୍ଜୟ ତ୍ରିପାଠୀ, ଟି. ତାରିଣୀ ରାଓ, ଚିତ୍ତରଞ୍ଜନ ଦଳେଇ, ଅବିରାମ ରାଉଳ, କିରଣ ବାଳା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ବନ୍ଦନା ମହାପାତ୍ର ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଇଲେକ୍ଟ୍ରିକ୍ ଲୋକୋ ପିରିଓଡିକାଲ ଓଭରହଲିଙ୍ଗ କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ 

masiha

Pious lady Pramalata Behura passed away. 

masiha

ଗୋଳାମୁଣ୍ଡା ପୋଲିସ ପକ୍ଷରୁ ୩୪ତମ ସଡକ ସୁରକ୍ଷା ସପ୍ତାହ ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!