ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଘରକୁ ଘର ମାରାଥାନ ପ୍ରଚାର କରୁଛନ୍ତି

ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜେଡିର ସାଂସଦ ଓ ବିଧାୟକ ପ୍ରାର୍ଥୀ ଘରକୁ ଘର ମାରାଥାନ ପ୍ରଚାର କରୁଛନ୍ତି

ରାଜନଗର-19.5.024 କେନ୍ଦ୍ରାପଡା ସଂସଦୀୟକ୍ଷେତ୍ରର ରାଜନଗର ନିର୍ଵାଚନ ମଣ୍ଡଳୀ ରାଜ୍ୟ ରାଜନୀତିରେ ଵେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଵହନ କରେ।ନିର୍ବାଚନ ହେଵାକୁ ଆଉମାତ୍ର 12ଦିନ ଵାକି ରହିଛି।ଏହି ନିର୍ଵାଚନ ମଣ୍ଡଳୀରେ ସର୍ବ ମୋଟ 9 ଜଣ ଵିଧାୟକ ପ୍ରାର୍ଥୀ ଭାଵେ ପ୍ରତିଦ୍ବନ୍ଦିତା କରୁଛନ୍ତି।ସେଥିମଧ୍ୟରୁ ସମସ୍ତେ ନୂଆ ମୁହଁ ହୋଇଥିବା ଵେଳେ ଏକମାତ୍ର ଧୃଵ ସାହୁ ତାଙ୍କର ଵିକାଶ ମୂଳକ କାର୍ଯ୍ୟ ଦକ୍ଷତା ପାଇଁ ଦ୍ଵୀତୀୟ ଵାର ଵିଧାୟକ ହେଵାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନଵୀନ ପଟ୍ଟନାୟକ ତାଙ୍କୁ ପ୍ରାର୍ଥୀ ହେଵା ସୁଯୋଗ ଦେଇଛନ୍ତି।ହେଲେ ଏଠାରେ ମୁଖ୍ୟତଃ ଵିଜେଡି,କଂଗ୍ରେସ,ବିଜେପି ମଧ୍ୟରେ ଲଢେଇ ଯୋରଦାର ହେଵା ସମ୍ଭାବନା ମଧ୍ୟରେ ଵିଜେଡିର ସାଂସଦ ଓ ଵିଧାୟକ ପ୍ରାର୍ଥୀ ଆଗଧାଡିର ଭୂମିକା ଗ୍ରହଣ କରିବ ଵୋଲି ଜନସାଧାରଣ ତଥା,ଵିଭିନ୍ନ ସଂଗଠନ,ଓକିଲ ସଂଘ ମାନଙ୍କର ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ଓ ବିଧାୟକ ପ୍ରାର୍ଥି ଧୃଵ ସାହୁଙ୍କ ପ୍ରତି ଭଵ୍ୟ ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି।ଏହି ପରିପ୍ରେକ୍ଷୀରେ ଵିଧାୟକ ଧୃବ ସାହୁ ଘରଘରମେ ଶଂଙ୍ଖ କାର୍ଯ୍ୟକ୍ରମରେ ରାଜନଗର ନିର୍ଵାଚନ ମଣ୍ଡଳୀର ଘରକୁ ଘର ଵୁଲି ନବୀନ ପଟ୍ଟନାୟକଙ୍କ ପ୍ରୋତ୍ସାହନରେ ଵିଗତ ପାଞ୍ଚଵର୍ଷରେ ଵିଧାୟକ ଥାଇ ନାହିଁ ନଥିବାରାସ୍ତା,ଘାଟ,ମଠ,ମନ୍ଦିର,ସ୍କୁଲ,କଲେଜର ଉନ୍ନତି ସହ ଵହୁତ କ୍ଷେତ୍ରରେ ଗ୍ରାମାଞ୍ଚଳର ଵିକାଶ ବଖାଣିଥିଲେ। ଏହା ସହିତ ଆଗାମି ଦିନର ନଵୀନ ପଟ୍ଟନାୟକଙ୍କ ବିକାଶର ଇସ୍ତାହାର ସମନ୍ଧରେ ଭୋଟରଙ୍କୁ ଜଣାଇବା ସହ ବିଧାୟକ ହେଲେ ରାଜନଗର ଓ ପଟ୍ଟାମୁଣ୍ଡାଇ ଅଂଞ୍ଚଳର କେତେକ ଜନ କଲ୍ୟାଣ ପ୍ରୋଜେକ୍ଟ କରିବା ସମ୍ବନ୍ଧରେ ସୂଚନା ଦେଇଥିଲେ।ବିଧାୟକ ଶ୍ରୀଯୁକ୍ତ ସାହୁ ଭୋଟର ଭିକ୍ଷା କରୁଥିବା ଵେଳେ ଲୋକମାନଙ୍କର ତାଙ୍କ ପ୍ରତି ଭଲପାଇବା ସ୍ବାଗତ ସମ୍ବର୍ଦ୍ଧନାରୁ ଯଥେଷ୍ଟ ସମର୍ଥନ ଵୃଦ୍ଧି ପାଇବାରେ ଲାଗି ରହି ଥିବାରୁ ଡବଲ ଶଂଖରେ ସୁଇଚ୍ ଟିପିବାକୁ ଅନୁରୋଧ କରିଥିଲେ।ଵିଧାୟକ ପ୍ରାର୍ଥି ଶ୍ରୀସାହୁଙ୍କ ସହିତ ସାଂସଦ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରଚାର ମୈଦାନରେ ସାମିଲି ଅଛନ୍ତି।ଏଣେ କଂଗ୍ରେସ ଓ ବିଜେପିର ସେତେଟା ଆଖି ଦୃଶିଆ ପ୍ରଚାର ପ୍ରସାର ଜଣାପଡୁ ନଥିବା ଵେଳେ ସ୍ବାଧିନ ପ୍ରାର୍ଥୀ ପ୍ରେସ୍ ମିଟ କରିବାକୁ ଆହ୍ଵାନ ଦେଇ ଚାଲିଛନ୍ତି।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!!

Related posts

ମୁଣ୍ଡାଠାକୁରା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

କଳଙ୍କ ବିହିନ ଅଂଶୁମାନଙ୍କ ଚରିତ୍ର ସମ୍ପର୍କରେ ସୋସିଆଲ ମିଡିଆରେ ମିଛ ଟିପଣୀ ଦେଵାରୁ ବିଧାୟକଙ୍କ କୁଶପୁତ୍ତଳିକା ଦାହ

masiha

ଜୁନାଗଡ଼ ମିଶ୍ରଣ ପର୍ବରେ ଶକ୍ତି ପ୍ରଦର୍ଶନ କଲା ବିଜେପି

masiha

Leave a Comment

error: Content is protected !!