ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟରେ A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

 କାମାକ୍ଷାନଗର- (ମନିସ )17/5/24 // ପଞ୍ଚାୟତ ରାଜ ଉଚ୍ଚ ବିଦ୍ୟାଳୟ କାନପୁରା 2023/24 ଶିକ୍ଷାବର୍ଷ ରେ ଅନୁଷ୍ଠିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ଲଗାତର ଚତୁର୍ଥ ଥର ପାଇଁ ଶତ ପ୍ରତିଶତ ସଫଳତା ହାସଲ କରିବା ସହିତ 6 ଜଣ ଛାତ୍ରଛାତ୍ରୀ A1 ଗ୍ରେଡ ରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ପରିପ୍ରେକ୍ଷୀରେ ପ୍ରଧାନ ଶିକ୍ଷକ ଶ୍ରୀରାମ ରାଉତ ଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟ ପରିସରରରେ ଏକ ସମ୍ବର୍ଦ୍ଧନା ସଭା ର ଆୟୋଜନ କରି A1 ଗ୍ରେଡ ଛାତ୍ରଛାତ୍ରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷାବିତ ଲୋକନାଥ ଷଡଙ୍ଗୀ , କୈଳାଶ ଚନ୍ଦ୍ର ପୃଷ୍ଟି , ପଣ୍ଡିତ ଉପେନ୍ଦ୍ର ନାଥ ପଣ୍ଡା , ନାଟ୍ୟକାର ତଥା ନାଟ୍ୟନିର୍ଦ୍ଦେଶକ ଦିନେଶ ଦାସ ଉପସ୍ଥିତ ଥିଲେ । ସମ୍ବର୍ଦ୍ଧିତ ହୋଇଥିବା ଛାତ୍ରଛାତ୍ରୀ ମାନେ ହେଲେ ପ୍ରଥମେଶ ସାହୁ ( 552) , ସିପ୍ରା ସାଗରିକା ପୃଷ୍ଟି ( 552), ଆକାଂକ୍ଷା ଅକସ୍ମିତା ମହାଲିକ (550) , ସ୍ୱୟଂ ଶ୍ରିତମ ବାରିକ ( 542), ଅନନ୍ୟା ରାଉତ ( 540 ) ଓ ସୌମ୍ୟରଞ୍ଜନ ଖିଲାର ( 540) । ଏହି ଉତ୍ସବ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମେତ ଛାତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ଥିଲେ । ବିଦ୍ୟାଳୟ ର ଉତ୍ତମ ଶୈକ୍ଷିକ ପରିବେଶ , ଛାତ୍ରଛାତ୍ରୀ ମାନଙ୍କ ର କଠୋର ପରିଶ୍ରମ , ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ଉଚ୍ଚ ମାନର ଶିକ୍ଷାଦାନ ତଥା ଅଭିଭାବକ ମାନଙ୍କ ର ଅନୁଷ୍ଠ।ନ ପ୍ରତି ଅତୁଟ ବିଶ୍ୱାସ ହିଁ ଏହି ସଫଳତା ଆଣିଦେଇଛି ବୋଲି ଅତିଥି ମାନେ ମତ ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି ଉକ୍ତ ବିଦ୍ୟାଳୟ ଟି ଜିଲ୍ଲାରେ ସର୍ବୋଚ୍ଚ ସଂଖ୍ୟକ A1 ଗ୍ରେଡ ହାସଲ କରିବାରେ ସକ୍ଷମ ହୋଇ ଅଞ୍ଚଳ ପାଇଁ ଗୌରବ ଆଣିପାରିଛି । ଉକ୍ତ ସଫଳତା ପାଇଁ ପ୍ରଧାନ ଶିକ୍ଷକ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ର କର୍ତ୍ତବ୍ୟ ନିଷ୍ଠତା କୁ ପ୍ରସଂସା କରିଛନ୍ତି ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି:ଓଲମା ଠାରେ ବ୍ଲକ ସ୍ତରୀୟ କୃଷକ ଦିବସ ଓ ଆଖିମୁଠି ଅନୁକୂଳ

Sunil Chandra Nayak

ମହାର୍ହ ରାମ ନାଟକ ବିଲୁପ୍ତିର ଦ୍ୱାରଦେଶରେ, ସଂସ୍କୃତି ବିଭାଗ ଦୃଷ୍ଟି ଦେବା ଦାବି 

Sunil Chandra Nayak

ଅଗ୍ରଣୀ ସ୍ବେଛାସେବୀ ସଂଘଟନ ଓଡିଶା ସାଇନି ଫାଉଣ୍ଡେସନ ଟ୍ରଷ୍ଟ “ସବୁଜ ବାହିନୀ ସେବା ସମ୍ମାନ” ରେ ସମ୍ମାନିତ

masiha

Leave a Comment

error: Content is protected !!