ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି

ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି

ନବରଙ୍ଗପୁର (୨୯|୫)(ରବିନାରାୟଣ ମହାନ୍ତି) ମନେରଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ।ଏହି ଯୋଜନା ରେ ଶ୍ରମିକ ଙ୍କ ନିଜ ବ୍ୟାଙ୍କ ଖାତାରେ ଯିବ ସରକାରୀ ପଇସା,କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନ କରି ମେସିନ ରେ କରାଯାଉଛି କାମ ଏବଂ ଶ୍ରମିକ ଙ୍କ ନାମ ଦର୍ଶାଇ ଶ୍ରମିକ ଙ୍କ ବ୍ୟାଙ୍କ ଖାତାକୁ ଯାଉଛି ପଇସା l ଏଥିପ୍ରତି ପ୍ରଶାସନ ର ନଜର ପଡୁନି ।ସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁମୁଲି ପଂଚାୟତ ର ହଳଦୀଡ଼ଙ୍ଗରି ଗ୍ରାମ ରୁ ଯୋଗୀଚଟାନ ଗ୍ରାମ କୁ ସରକାରଙ୍କ ତରଫରୁ ରାସ୍ତା ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ରାସ୍ତା ମେସିନ ସାହାଯ୍ୟ ରେ ତିଆରି ଚାଲିଛି l ଏହି କାମ ପାଖରେ କୌଣସି ସୂଚନାଫଳକ ନାହିଁ lଏହି କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ,ମେଟ ଙ୍କ ନାମ କଣ, ତାହା ମଧ୍ୟ ଜଣାପଡ଼ିନାହିଁ l ସୂଚନାଥାଉ କି ପଂଚାୟତ ଅଧିକାରୀ ଏହି କାର୍ଯ୍ୟବିଷୟରେ ଜାଣିନଥିବା କହିଛନ୍ତି, ବଡ଼ ଆଶ୍ଚର୍ଯ୍ୟ ର କଥା ବାରମ୍ବାର ସରକାର ଙ୍କ ନିର୍ଦେଶ ରହିଛି, କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବା ପାଇଁ, କିନ୍ତୁ ଏହି ନିୟମକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି lଗୋଟେପଟେ ଲୋକେ କାମ ନ ପାଇ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ସରକାରୀ କାମ l ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ରେ ଦୃଢ଼ ଦାବି ହୋଉଛି ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବାଇକ୍ ଦୁର୍ଘଟଣାରେ ଜଣେ ଗୁରୁତର, ମିଳି ପାରିଲା ନାହିଁ ଆମ୍ୱୁଲେନ୍ସ୍ ସେବା 

Sunil Chandra Nayak

ପ୍ରଥମ ଥର ନଟରାଜ ମନ୍ଦିର ଫୁଲବାଣୀ କନ୍ଧମାଳ ଓଡିଶୀ ନୃତ୍ୟଶିଳ୍ପୀ ମାନେ ଦୂରଦର୍ଶନ ରେ କଲେ ନୃତ୍ୟ ପରିବେଷଣ କଲେ

Sunil Chandra Nayak

ତ୍ରୟୋଦଶ ବନଜ୍ୟୋତ୍ସ୍ନା ପୁସ୍ତକ ମେଳା ଓ ସାଂସ୍କୃତିକ ଉତ୍ସବ ଉଦଘାଟନ ଉତ୍ସବରେ ବନଜ୍ୟୋସ୍ନା ସମେତ ଅନେକ ପୁସ୍ତକ ଉନ୍ମୋଚିତ 

Sunil Chandra Nayak

Leave a Comment

error: Content is protected !!