ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ 

ପାଣିରେ ବୁଡି ବୃଦ୍ଧଙ୍କ ମୃତ୍ୟୁ 

ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଶୁଣ୍ଢୀଗୁଡା ଗ୍ରାମ ନିକଟ ନଦୀରେ ପାଣିରେ ବୁଡି ଜଣେ ବୃଦ୍ଧଙ୍କ ବୁଧବାର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଧୀନ ଶୁଣ୍ଢୀଗୁଡା ଗ୍ରାମର ଡମୁ ଦାସ (୬୫)ଙ୍କ ସ୍ତ୍ରୀ ଝାଡାବାନ୍ତି ହୋଇ ଡାବୁଗାଁ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ | ତାଙ୍କୁ ଦେଖିବା ପାଇଁ ଡମୁ ଦାସ ଆଜି ସକାଳ ପ୍ରାୟ ୯ ଘ. ସମୟ ହେବ ଘରୁ ବାହାରି ଗ୍ରାମ ପାଖ ନଦୀରେ ମଧ୍ୟରେ ଚାଲିଚାଲି ଆସୁଥିଲେ | ପାଣିରେ ଗୋଡ ଖସି ଯିବାରୁ ମୁହିଁ ମାଡି ପାଣିରେ ପଡିଯାଇଥିଲେ କିନ୍ତୁ ଆଉ ଉଠି ପାରିନଥିଲେ | ପରେ ସେହି ସ୍ଥାନରେ ଅନ୍ୟ ଜୋକ ମାନେ ଦେଖି ତାଙ୍କ ପରିବାର ଲୋକଏନକେ ଖରା ଦେଇଥିଲେ | ଡାବୁଗାଁ ଅଗ୍ନିସମ କେନ୍ଦ୍ରକୁ ଖର ଦେଇଥିଲେ | ସଙ୍ଗେ ସଙ୍ଗେ ଅଗ୍ନିସମ କର୍ମଚାରୀ ମାନେ ପହଞ୍ଚି ଡମୁ କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏନେଇ ମୃତକ ର ପୁଅଲକ୍ଷ୍ମଣ ଦାସ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା ସବଇନିସ୍ପେକ୍ଟର ଚନ୍ଦନ ସାହୁ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ | ବ୍ୟବଚ୍ଛେଦ ପରେ ଶବ ପରିବାର ବର୍ଗ ଙ୍କୁ ହସ୍ତାନ୍ତର କରାଯାଇଛି | ଏନେଇ ଥାନା କେସ ନଂ ୧୯/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବାସନ୍ତୀ ପାଠାଗାରର ଗୁରୁଦିବସ ପାଳନ

masiha

ମହାନତା ଦେଖାଇଲେ ଟ୍ରାକ୍ଟର ମାଲିକ ନିଜ ଗାଡ଼ି ଯୋଗେ ଶ୍ମଶାନରେ ପହଞ୍ଚାଉଛନ୍ତି କାଠ 

masiha

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟ ପରାମର୍ଶ ଶିବିର ଆସନ୍ତା ୩୦ ରେ ……

masiha

Leave a Comment

error: Content is protected !!